ମାଲକାନଗିରି ସୁନୟନା କଲେଜ୍ ଅଫ୍ ମେଡ଼ିକାଲ୍ ସାଇନ୍ସର ନର୍ସିଂ ଦିଵସ ପାଳିତ
ମାଲକାନଗିରି: ଆଜି ମାଲକାନଗିରି ସ୍ଥିତ ସୁନୟନା କଲେଜ ଅଫ୍ ମେଡ଼ିକାଲ୍ ସାଇନ୍ସର (ଗ୍ରୁପ ଅଫ ଉତ୍ତମ ମାଲିକ୍ କଲେଜ) ନର୍ସିଂ ଦିଵସ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥୀ ଭାବେ ଅଶୋକ କୁମାର ସାହୁ, ଫାର୍ମାସୀ ଅଫିସର, ମାଲକାନଗିରି ମେଡ଼ିକାଲ୍, ସମ୍ମାନୀୟ ଅତିଥି ଭାବେ ଡଃ ଶିବ ନାରାୟଣ ପାତ୍ର, ପ୍ରିନ୍ସିପାଲ ତଥା ସମ୍ପାଦକ ଓ ମୁଖ୍ୟ ବକ୍ତା ଭାବେ ପି କିଶୋର କୁମାର ଯୋଗ ଦେଇଥିଲେ। ପ୍ରଥମେ ଆଧୁନିକ ନର୍ସିଂ ଜଗତର ଜନକ ଫ୍ଲୋରେନ୍ସ ନାଇଟିଙ୍ଗେଲ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା। ସମସ୍ତ ଅତିଥି ମାନେ ନିଜ ନିଜର ବକ୍ତବ୍ୟରେ ନର୍ସିଂର ଭବିଷ୍ୟତ, କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିଲେ । ପ୍ରତିବର୍ଷ ମେ ମାସ ୧୨ ତାରିଖକୁ ନର୍ସିଂ ଦିଵସ ଭାବେ ପାଳନ କରାଯାଇଥାଏ। ଏହି ଦିନଟି ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମ ଦିବସକୁ ତାଙ୍କର ପ୍ରେରଣା, ତ୍ୟାଗ ଓ ସେବାକୁ ସମ୍ମାନ ଜଣାଇ ୧୯୭୪ ମସିହା ୧୨ ତାରିଖକୁ ଅନ୍ତର୍ଜାତୀୟ କାଉନସିଲ୍ ଅଫ୍ ନର୍ସେସ ଦ୍ବାରା ଆନୁଷ୍ଠାନିକ ଭାବେ ନର୍ସିଂ ଦିଵସ ଭାବେ ଘୋଷଣା କରାଯାଇଥିଲା। ଯାହାକୁ ଆଜି ପର୍ଯ୍ୟନ୍ତ ପାଳନ କରାଯାଉଅଛି। ନର୍ସ ମାନଙ୍କୁ ବିଶ୍ୱର ସେବକ ବୋଲି କୁହାଯାଏ କାରଣ ଜଣେ ନର୍ସ ହିଁ ସେବା ମାଧ୍ଯମରେ ରୋଗୀର ଯନ୍ତ୍ରଣାକୁ ଦୂର କରିଥାଏ। କେତେବେଳେ ସେ ଦିଦି, ତ କେତେବେଳେ ମା, ଆଉ କେତେବେଳେ ସାଙ୍ଗ, ହୋଇ ମଧୁର କଥା, ସେବା ଦ୍ୱାରା ରୋଗିଟି ନିଜକୁ ଆଶ୍ୱସ୍ତ ମନେ କରେ। ଡ଼କ୍ଟର କେବଳ ଦେହ ଚେକ୍ କରି ଔଷଧ ଦେଇଥାନ୍ତି କିନ୍ତୁ ନର୍ସ ତାର ସେବା ଦ୍ୱାରା ରୋଗୀକୁ ପ୍ରକୃତ ଚିକିତ୍ସା କରିଥାଏ। ନର୍ସ ମାନଙ୍କ ଭୂମିକା ଅତୁଳନୀୟ। ଯାହାର ଜ୍ଵଳନ୍ତ ଉଦାହରଣ କୋଭିଦ୍-୧୯ ସମୟରେ ଦେଖିବାକୁ ମିଳିଥିଲା। ଯେତେବେଳେ ସମସ୍ତେ ଘରେ ଥିଲେ ସେତେବେଳେ ନର୍ସ ମାନେ ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କ ସେବା କରିବା ପାଇଁ ଶ୍ରେୟ ମନେ କରିଥିଲେ। ଏହା ପ୍ରମାଣ କରେ ଯେ ନର୍ସିଂ କେବଳ ଏକ ବୃତ୍ତି ନୁହେଁ, ଏହା ଏକ ପବିତ୍ର ସେବା। "ସେବା ହିଁ ପରମ୍ ଧର୍ମ" ରେ ନିଜକୁ ଦିକ୍ଷୀତ କରାଇ ରୋଗୀଙ୍କ ସେବା କରିବା ପାଇଁ କହିଥିଲେ। କଲେଜ୍ ରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ିବା ସହ କେମିତି ଜଣେ ଜଣେ ଭଲ ନର୍ସ ହୋଇ ପାରିବେ ସେଥିପ୍ରତି ଆଲୋକ ପାତ କରିବା ସହ ତାଙ୍କର ସୁନ୍ଦର ଭବିଷ୍ୟତ କାମନା କରି ଶପଥ ପାଠ ମଧ୍ୟ କରାଯାଇଥିଲା। ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜର ପ୍ରତିଭା ଦ୍ୱାରା ବିଜୟୀ ହୋଇଥିଲେ ତାଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0