ଦାରିଙ୍ଗବାଡି ବ୍ଲକରେ ଜିଲ୍ଲାପାଳ ୨୦୨ଟି ମିଳିତ ଭାବେ ଅଭିଯୋଗ ଶୁଣିଲେ

May 25, 2026 - 20:05
 0  39
ଦାରିଙ୍ଗବାଡି ବ୍ଲକରେ ଜିଲ୍ଲାପାଳ  ୨୦୨ଟି ମିଳିତ ଭାବେ ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡି, ୨୫/୦୨୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା)ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆଜି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଏବଂ ଏସ୍‌ପି ହରିଶ ବିଶିଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ବ୍ଲକ ଅଞ୍ଚଳର ୨୫ ଟି ଗ୍ରାମ ପଞ୍ଚାୟତରୁ ଲୋକ ଆସି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ ପାଇଁ ପଞ୍ଜୀକୃତ କରାଇଥିଲେ। ସମୁଦାୟ ୨୦୨ ଟି ଅଭିଯୋଗ ହୋଇଥିବା ବେଳେ ବ୍ୟକ୍ତଗତ ଭାବେ ୧୨୦ ଟି ଓ ସାମୁହିକ ଭାବେ ୮୨ ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା। ବିଶେଷ କରି ଭତ୍ତା ପାଇବାରେ ବିଳମ୍ବ ସହ ବହୁ ହିତାଧିକାରୀଙ୍କ ନାମ ତାଲିକାରୁ କଟିଯାଇଥିବା ନେଇ ଅଭିଯୋଗ ହୋଇଛି। ବିଭିନ୍ନ ପଞ୍ଚାୟତରେ ଜଳ ସଙ୍କଟ ଉତ୍କଟ ରୂପ ନେଇଥିବା ଓ ନଳକୂପ ମରାମତି, ନୂତନ ନଳକୂପ ଖନନ, ସୋଲାର ପମ୍ପ ସାହାଯ୍ୟରେ ଜଳ ଯୋଗାଣ ପାଇଁ ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ସିମନବାଡ଼ିରେ ୩୩ କେଭିର ନୂତନ ସବ୍‌ଷ୍ଟେସନ ସ୍ଥାପନ କରାଯାଇଥିଲେ ସୁଦ୍ଧା ତାକୁ କାର୍ଯ୍ୟକ୍ଷମ କରିବାରେ ବିଳମ୍ବକୁ ନେଇ ଜନଅସନ୍ତୋଷ ବଢ଼ିଛି। ସେ ନେଇ ଅମରେନ୍ଦ୍ର ପ୍ରଧାନ ଜିଲାପାଳଙ୍କୁ ନିବେଦନ କରିବା ସହ ସିମନବାଡ଼ି ରେ ଫାଣ୍ଡି ପାଇଁ ଦାବିପତ୍ର ଦେଇଥିଲେ। ସେହିପରି ବ୍ରାହ୍ମଣୀଗାଁଠାରୁ କୁଟଲାରୀ ଗାଁ ରାସ୍ତା ମରଣଯନ୍ତା ପାଲଟିଛି। ତାକୁ ଶୀଘ୍ର ପକ୍କା ରାସ୍ତା କରାଯିବାକୁ ଅଞ୍ଚଳବାସୀ ଅଭିଯୋଗ ଜଣାଇଥିଲେ। ବାଡ଼ାବାଙ୍ଗା ପଞ୍ଚାୟତ ବୁଡୁକେଜୁ ରାସ୍ତା ସମେତ ତିଲୋରୀ, ବୁଡ଼ାଗୁଡ଼ା ଠାରୁ କୁକେରମାହା ଦେଇ ବୁରାଙ୍ଗିଆ ରାସ୍ତା ନିର୍ମାଣ ବିଳମ୍ବ ନେଇ ଲୋକ ପ୍ରତିନିଧିମାନେ ଅଭିଯୋଗ ଜଣାଇଛନ୍ତି। ଶେଷରେ ଜିଲ୍ଲାପାଳ ଜଙ୍ଗଳଜମି ପଟା ପ୍ରଦାନ କରିବା ସହ ଆବାସ ଯୋଜନାରେ ସଠିକ ସମୟରେ ଘର କାମ ସାରିଥିବା ହିତାଧିକାରୀଙ୍କୁ ବନସ୍ ଟଙ୍କା ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଦାରିଙ୍ଗବାଡି ପର୍ଯ୍ୟଟନ ସ୍ଥଳୀ ନେଇ ଏକ ୱେବ ସାଇଟର ଉନ୍ମୋଚନ କରିଥିଲେ । ଏହି ୱେବ ସାଇଟ ଜରିଆରେ ଦାରିଙ୍ଗବାଡି ପର୍ଯ୍ୟଟନ ସ୍ଥଳୀ ସହିତ ହୋଟେଲ ବିଷୟରେ ଜାଣିହେବ। ଅଭିଯୋଗ ଶୁଣାଣିରେ ଉପ ଜିଲ୍ଲାପାଳ ପ୍ରଣୀତା ଦାସ, ଜିଲ୍ଲା ପରିଷଦ ମୁଖ୍ୟ ତଥା ଉନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ ,ପିଏ ଆଇଟିଡ଼ିଏ କୃପାସିନ୍ଧୁ ବେହେରା, ତହସିଲଦାର ଧୀରଜ କୁମାର ପାତ୍ର, ବ୍ଲକ ଅଧକ୍ଷ ସୁଶାନ୍ତ ପ୍ରଧାନ, ଥାନା ଅଧିକାରୀ ସଂଗ୍ରାମକେଶରୀ ଜେନା ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ