ମହୁମାଛି ଆକ୍ରମଣରେ ବଜାରଖାଲି ଦୁଇ ଗୁରୁତର ଅନେକ ଆହତ
କୋଲାବିରା, ୬ ।୫(ଫାଷ୍ଟ ନ୍ୟୁଜ ଓଡ଼ିଶା) : ପୋଖରାସାଲହେ ବୁଧବାର ସାପ୍ତାହିକ ବଜାର ଅପରାହ୍ନରେ ଲାଗିଥିବା ସମୟରେ ଅଚାନକ କୁଆଡୁ ବହୁ ସଂଖ୍ୟକ ମହୁମାଛି ଆସି ବଜାରରେ ଉପସ୍ଥିତ ଲୋକଙ୍କୁ ଆକ୍ରମଣ କରିଥିଲେ । ଏଥିରେ ବହୁ ଲୋକ ମହୁମାଛି ଦଂଶନରେ ଆହତ ହୋଇଥିବା ବେଲେ ଖୁନାପାଲି ଗ୍ରାମର ତୋଲାମଣି ବନଛୋର ଏବଂ ଗମହାପାଲି ଗ୍ରାମର ମୁକେଶ ଖରସେଲ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ପ୍ରଥମେ କୋଲାବିରା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଶରୀରେ ବିଭିନ୍ନସ୍ଥାନରେ ଲାଖିରହିଥିବା ମହୁମାଛି କଂଟାକୁ କଢାଯାଇଥିଲା ମାତ୍ର ଏହା ସତ୍ତ୍ୱେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ଝାରସୁଗୁଡା ସ୍ଥିତ ଏକ ଘୋରୋଇ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଭିଣିଭିଣି ଶବ୍ଦକରି ଅଚାନକ ପଲପଲ ମହୁମାଛି ଚାରିଆଡୁ ଉତିଆସି ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । କେହି କିଛି ବୁଝିବା ପୂର୍ବରୁ ମହୁମାଛି ଦଂଶନର ଶିକାର ହୋଇଥିଲେ । ନିମିଶକ ମଧ୍ୟରେ ବଜାର ଖାଲିହୋଇଯାଇଥିବା ମୁକେଶଙ୍କ କାନରେ ଏକ ମହୁମାଛି ପଶିଯିବା ସହ ଦେହସାରା କାମୁଡ଼ି ପକାଇଥିଲେ ଫଳରେ ସେ ଗୁରୁତର ଭାବରେ ଆହତ ହେବା ସହ ନିକଟରେ ଥିବା ଭିଣୋଇ ତୋଲାମଣିଙ୍କ ଦେହରେ ଶତାଧିକ ମହୁମାଛି ଆକ୍ରମଣ କରିଥିଲେ । ନିକଟରେ ଥିବା କୌଣସି ଗଛର ମହୁଛତାରେ ଚିଳପକ୍ଷୀ ଦ୍ଵାରା ଥୁଣ୍ଟ ମାରିବା ଫଳରେ ମହୁମାଛି ପଳ ଆକ୍ରମକ ହୋଇଥିବା ଅନୁମାନ କରାଯାଉଛି ।
କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
0
Wow
0