ବଡବାହାଲରେ ପ୍ରସ୍ତାବିତ ମଦ୍ରାସା ଓ ମସଜିଦକୁ ବିରୋଧରେ ଜିଲ୍ଲା ବଜରଙ୍ଗ ଦଳ ର ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ

May 6, 2026 - 21:59
 0  117
ବଡବାହାଲରେ ପ୍ରସ୍ତାବିତ ମଦ୍ରାସା ଓ ମସଜିଦକୁ ବିରୋଧରେ ଜିଲ୍ଲା ବଜରଙ୍ଗ ଦଳ ର ବିରୋଧ  ଓ ବିକ୍ଷୋଭ ପ୍ରଦର୍ଶନ

କୋଲାବିରା,୬/୫( ଫାଷ୍ଟ ନ୍ୟୁଜ ଓଡିଶା)- ଝାରସୁଗୁଡ଼ା କୋଲାବିରା ତହସିଲ ଅଧିନସ୍ଥ ବଡବାହାଲ ରେ ପ୍ରସ୍ତାବିତ ଏକ ମାଦ୍ରାସା ଓ ମସଜିଦ ପ୍ରତିଷ୍ଠା ଉଦ୍ୟମ କୁ ସମଗ୍ର ଅଞ୍ଚଳରେ ବିରୋଧ ଚାଲୁ ରହିଛି l ଏହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ତଥା ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏନେଇ ବଡ଼ବାହାଲ ଗ୍ରାମବାସୀ, ବ୍ଲକ ବୁଦ୍ଧିଜୀବୀ, ପ୍ରଗତି ସଂଘ ସମାସିଂହା, ସହିଦ କରୁଣାକର ସ୍ମୃତି ଟ୍ରଷ୍ଟ କୋଲାବିରା, ଶଡବଂଶିୟ ଗୋଣ୍ଡ ମହାସଂଘ ପକ୍ଷରୁ ମସଜିଦ ଓ ମଦ୍ରାସା ନିର୍ମାଣ ପାଇଁ ଅନୁମତି ନ ଦେବାକୁ କୋଲାବିରା ତହସିଲଦାର ଓ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଏ ଥିଲା l ଏହାସହ ଝାରସୁଗୁଡ଼ା ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ମଧ୍ୟ ପ୍ରତିବାଦ କରାଯାଇ ଦାବିପତ୍ର ପ୍ରଦାନ କରାଯାଇଛି l ଏହାସହ ବଜରଙ୍ଗ ଦଳ ପକ୍ଷରୁ ବୁଧୁବାର ବଡ଼ବାହାଲ ଛକରେ ବିରୋଧ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l କୋଲାବିରା ବ୍ଲକ ଅଞ୍ଚଳରେ ମୋଟାମୋଟି ଉକ୍ତ ସମ୍ପ୍ରଦାୟର ଲୋକ ନ ଥିବାରୁ ମସଜିଦ ଓ ମଦ୍ରାସା ର କୌଣସି ଆବଶ୍ୟକତା ନାହିଁ l ତେବେ ୧୦/୧୫ ବର୍ଷ ହେଲା ବାହାର ରାଜ୍ୟର ଉକ୍ତ ସମ୍ପ୍ରଦାୟର ଜଣେ ବ୍ୟକ୍ତି ଜଣେ ବ୍ୟକ୍ତି ଙ୍କୁ ମିଛ ପ୍ରଲୋଭନ ଦେଇ ଜମି ହାତେଇ ନେଇ ଆଶ୍ରମ ନାମରେ ଘର କରି ରହୁଛନ୍ତି l ଉକ୍ତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଦୀର୍ଘ ଦିନ ହେଲା ସନ୍ଦେହ ଜନକ ରହିଛି l ଏଣୁ ଏହାର ତଦନ୍ତ ହେବାର ଏକାନ୍ତ ଆବଶ୍ୟକତା ରହିଛି ବୋଲି ବଜରଙ୍ଗ ଦଳ ପକ୍ଷରୁ ଦାବୀ ହୋଇଛି l ଏନେଇ ବଜରଙ୍ଗ ଦଳ ଜିଲ୍ଲା ସଭାପତି ରବି ଗିଡୱାନି ଙ୍କ ନେତୃତ୍ୱରେ ବିବେକ ଶ୍ରୀଵାଶ, ହର୍ଷ ଶର୍ମା, ଭାଗିରଥି ଛତ୍ରିଆ, ବିଶାଲ ସରାଫ, ଆୟୁଷ ସରାଫ, ମାନସ ଓଝା, ସରୋଜ ବୁଡା, ସୁରଜ ପଟେଲ, ବସନ୍ତ ପଟେଲ, ଆନନ୍ଦ ଭଞ୍ଜ ପ୍ରମୁଖ ଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ l ଯଦି ପ୍ରଶାସନ ମସଜିଦ ଓ ମଦ୍ରାସା ନିର୍ମାଣ କୁ ଅନୁମତି ଦିଅନ୍ତି ତାହାହେଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ ହେବ ବୋଲି ବଜରଙ୍ଗ ଦଳ ପକ୍ଷରୁ ଚେତାବନି ଦିଆଯାଇଛି l

କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ