ଜାଗୃତି ଯୋଜନା ଅନୁଯାୟୀ ପ୍ରଚଳିତ 'ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟ' ଅଭିଯାନ ଅନ୍ତର୍ଗତ ପୋକ୍ସୋ ଅଧିନିୟମ ବିଷୟରେ ସଚେତନତା ଶିବିର
ନୂଆପଡ଼ା : କୋମନା ବ୍ଲକ ଅନ୍ତର୍ଗତ ବାଞ୍ଜିବହାଲ ରାଷ୍ଟ୍ରୀୟ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଡି.କେ.ବସୁ ବନାମ ପଶ୍ଚିମବଙ୍ଗ ରାଜ୍ୟ ମାମଲରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟର ଓଡ଼ିଆ ଅନୁବାଦ ତଥା ନାଲସା ଜାଗୃତି ଯୋଜନା ଅନୁଯାୟୀ ପ୍ରଚଳିତ 'ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟ' ଅଭିଯାନ ଅନ୍ତର୍ଗତ ପୋକ୍ସୋ ଅଧିନିୟମ ବିଷୟରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧକାରୀ କୋମନା ଭକ୍ତବନ୍ଧୁ ବୁଡେକ୍, ପଲ୍ସିପାନି ସମିତି ସଭ୍ୟ ସୁବୋଧ ଭୋଇ, ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପଣ୍ଡା, ପି.ଇ.ଓ ପଲ୍ସିପାନି ପବିତ୍ର ମିର୍ଦ୍ଧା, ବିଦ୍ୟାଳୟର ଶିକ୍ଷକବୃନ୍ଦ, ଛାତ୍ରଛାତ୍ରୀ ଓ ପ୍ରାଧିକରଣର ଅଧିକାର ମିତ୍ରଗଣ ଉପସ୍ଥିତ ହୋଇ ଡି.କେ.ବସୁ ବନାମ ପଶ୍ଚିମବଙ୍ଗ ରାଜ୍ୟ ମାମଲାରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟର ଡ଼ିଆ ଅନୁବାଦ ତଥା ନାଲସା ଜାଗୃତି ଯୋଜନା ଅନୁଯାୟୀ ପ୍ରଚଳିତ 'ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟ' ଅଭିଯାନ ଅନ୍ତର୍ଗତ ପୋକ୍ସୋ ଅଧିନିୟମ ବିଷୟରେ ବିସ୍ତୃତ ଚର୍ଚ୍ଚା କରିଥିଲେ । ଏହି ଅବସରରେ ପ୍ରାଧିକରଣର ସଚିବ ନବନୀତା ଦାଶ ଜିଲ୍ଲା ଆଇନ ସେବା ପ୍ରାଧିକରଣର କାର୍ଯ୍ୟଶୈଳୀ ତଥା ପୋକ୍ସୋ ପୀଡ଼ିତାଙ୍କୁ ମିଳୁଥିବା ବିଭିନ୍ନ ମାଗଣା ଆଇନ ସେବା ବିଷୟରେ ଆଲୋକପାତ କରିଥିଲେ । ସଚେତନତା କାର୍ଯ୍ୟକ୍ରମ ଉପରାନ୍ତେ ସ୍ଥାନୀୟ ଗ୍ରାମବାସୀଙ୍କୁ ନେଇ ଏକ ପ୍ଲାଷ୍ଟିକ ଆବର୍ଜନା ସଫେଇ ଅଭିଯାନ ଆୟୋଜନ କରାଯାଇଥିଲା ଓ ପ୍ରାୟ 52 କିଲୋ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରାଯାଇଥିଲା ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0