ମେଟ୍ରିକ ଫଳାଫଳ: ଏ-୧ ଗ୍ରେଡ୍‌ରେ କ୍ଷୀରୋଦ ଗୋଷିଆ ବାଳିକା ଉଚ୍ଚ ବିଦ୍ୟାଳୟର ୨୦ ଛାତ୍ରୀ

May 3, 2026 - 06:45
 0  72
ମେଟ୍ରିକ ଫଳାଫଳ: ଏ-୧ ଗ୍ରେଡ୍‌ରେ କ୍ଷୀରୋଦ ଗୋଷିଆ ବାଳିକା ଉଚ୍ଚ ବିଦ୍ୟାଳୟର ୨୦ ଛାତ୍ରୀ

କୋଲାବିରା, ୨ ।୫(ଫାଷ୍ଟ ନ୍ୟୁଜ ଓଡ଼ିଶା) ପ୍ରକାଶ ପାଇଲା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଓବସାଇଟ୍‌ ଏବଂ ଏସଏମଏସ ମାଧ୍ୟମରେ ଫଳାଫଳ ଜାଣିପାରିଛନ୍ତି । ଚଳିତ ବର୍ଷ କୋଲାବିରା ବ୍ଲକ ଅଂଚଳରେ ଥିବା ସମସ୍ତ ହାଇସ୍କୁଲରୁ ମେଟ୍ରିକ ପରୀକ୍ଷାରେ ୯୯ ୩୮ ପ୍ରତିଶରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ପାସ କରିଥିବା ଜଣାପଡିଛି । ଯାହାକି ବିଗତ ବର୍ଷ ତୁଳନାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କୁହାଯାଉଛି । ତେବେ କ୍ଷୀରୋଦ ଗୋଷିଆ ବାଳିକା ଉଚ୍ଚ ବିଦ୍ୟାଳୟର ୨୦ ଜଣ ଛାତ୍ରୀ ଏ-୧ ଶ୍ରେଣୀରେ ଉତିଷ୍ଠ ହୋଇ ସର୍ବକାଳୀନ ରକର୍ଡ କରିଛନ୍ତି । ଏହା ପୂର୍ବର ଏପରି ସଫଳତା ବ୍ଲକର କୌଣସି ଉଚ୍ଚବିଦ୍ୟାଳୟର ଛାତ୍ର ଛାତ୍ରୀ ହାସଲ କରିନଥିବା ଜଣାପଡିଛି । ମାସିଂହା ସ୍ଥିତ ବ୍ଲକଗ୍ରାଣ୍ଡ (ନୂତନ ଭାବରେ ସରକାରୀ ସାହାଯ୍ୟପ୍ରାପ୍ତ) ଅନୁଦାନରେ ପରିଚାଳିତ କ୍ଷୀରୋଦ ଗୋଷିଆ ବାଳିକା ଉଚ୍ଚ ବିଦ୍ୟାଳୟର ୯୭ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଲେ କେହି ଜଣେ ହେଲେ ଅନୁପସ୍ଥିତ ରହିନଥିଲେ । ଏ-୧ରେ ୨୦ ଜଣ ଛାତ୍ରୀ ଏ-୨ରେ ୪୬ ଜଣ ବି-୧ ରେ ୨୭ ଏବଂ ୪ ଜଣ ଛାତ୍ରୀ ବି-୨ ଗ୍ରେଡରେ ପାସ୍ ହୋଇଛନ୍ତି ବିଦ୍ୟାଳୟର ମାଟ୍ରିକ ଫଳାଫଳକୁ ନେଇ ଅଭିଭାବକ ତଥା ଅଂଚଳବାସୀଙ୍କ ମଧ୍ୟରେ ଆନନ୍ଦ ଦେଖାଦେଇଛି । କ୍ଷିରୋଦ ଗୋଷିଆ ବାଳିକା ବିଦ୍ୟାଳୟର ଛାତ୍ରୀ ସ୍ବାଗତିକା ସାହୁ ୫୬୬ ମାର୍କ ହାସଲ କରି ୯୪.୩୩ ପ୍ରତିଶତ ହାସଲ କରିଥିବା ବେଲେ ଛାତ୍ରୀ ସୌମିତି ବାରିକ ୫୫୯ ମାର୍କ ସହ ୯୩.୧୭ ପ୍ରତିଶତ ଭୂମି ମିରିଗ ୫୫୬ ମର୍କ ୯୨.୬୭ ପ୍ରତିଶତ ଦିବ୍ୟଶ୍ରୀ ସାହୁ ୫୫ ୪ ମାର୍କ ହାସଲ କରି ୯୨ ୩୩ ପ୍ରତିଶତ ହାସଲ କରିଥିବା ବେଳେ ଅନ୍ୟ ଗ୍ରେତ ୧ରେ ପାସ କରିଥିବା ଛାତ୍ରୀ ମାନେ ୯୧ ପ୍ରତିଶତ ମାର୍କ କସଲ କରି ବିଦ୍ୟାଳୟ ପାଇଁ ଉପଲବ୍ଧି ହାସଲ କରିଛନ୍ତି ।କୋଲାବିରା ବ୍ଲକ ଅଧୀନରେ ଥିବା ୧୩ ଟି ଉଚ୍ଚବିଦ୍ୟାଳରୁ ୬୩୦ ଜଣ ଛାତ୍ରଛାତ୍ରୀଙ୍କ ଜଣ ପରୀକ୍ଷା ଦେଇଥିଲେ । ୬:୩୦ ଜଣ ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରୁ ୩ ଜଣ ଅକୃତକାର୍ଯ୍ୟ ହୋଇଥିବା ବେଳେ ଅନ୍ୟ ସମସ୍ତେ ବିଭିନ୍ନ ଗ୍ରେତ ନେଇ ପାସ୍ କରିଛନ୍ତି । କୋଲାବିରା ବ୍ଲକ ମୁଖ୍ୟାଳୟ ସ୍ଥିତ ସରକାରୀ ପଂଚାୟତ ସମିତି ହାଇସ୍କୁଲ କୋଲାବିରା ରୁ ୬୬ ଜଣଙ୍କ ମଧ୍ୟରୁ ୪ ଜଣ ଏ-୨.୯ ଜଣ ବି-୧, ୨୧୯ ଜଣ ବି-୨, .ସି ଗ୍ରେଡରେ ୨୨ ଜଣ ତି ଗ୍ରେତେରେ ୭ ଜଣ ଏବଂ ଇ ଗ୍ରେତରେ ୩ ଜଣ ପାସ କରିଛନ୍ତି । ପରମାଣପୁର ଚକ୍ରଧର ବିର୍ତିଆ ଉଚ୍ଚ ବିଦ୍ୟାଳୟରୁ ମୋଟ ୪୩ ଜଣଙ୍କ ମଧ୍ୟରୁ ଏ- ୨ରେ ୨ଜଣ ବି-୧ ରେ ୧୧ ଜଣ ବି-୨ ରେ ୧୧ ଜଣ ସି ଗ୍ରେଡରେ ୧୩ ଡିଗ୍ରେତରେ ୪ ଜଣ,ଇ ଗ୍ରେଡରେ ୧ଜଣ ପାସ କରିଛନ୍ତି । ଭିଷ୍ମଦେବ ହାଇସ୍କୁଲ ବାଗମରା ରୁ ୪୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ-୨ରେ ୨ ଜଣ ବି-୧ ରେ ୧୦ ଜଣ ବି-୨ରେ ୧୮ ଜଣ ସିଗ୍ରେଡେରେ ୧୦ ଜଣ ଏବଂ ତି ଗ୍ରେତ ରେ ୫ ଜଣ ପାସ କରିଛନ୍ତି । ଝିଲ୍ଲାପାଲି ହାଇସ୍କୁଲର ୩୩ ଜଣ ଙ୍କ ମଧ୍ୟରେ ଏ-୨ ରେ୧ ଜଣ ବି-୭ ରେ ୯ ଜଣ, ବି-୨ ରେ ୧୧ଜଣ,ସି ଗ୍ରେଡରେ ୪ ଜଣ ତି ଗ୍ରେଡରେ ଏବଂ ଇଗ୍ରେଡରେ ଜଣେ ଛାତ୍ର ପାସ କରିଛନ୍ତି । ରଘୁନାଥପାଲି ହାଇସ୍କୁଲରେ ମଧ୍ୟ ପାସହାର ଶତପ୍ରତିଶତ ରହିଥିବା ବେଳେ ସେଠାରେ ମୋଟ ୪୯ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଏ-୧ ରେ ଜଣେ ଏ-୨ରେ ୩ ଜଣ ବି-୧ରେ ୧୮ ଜଣ ବି-୨ରେ ୧୪ ଜଣ, ସି ଗ୍ରେଡରେ୯ ଜଣ ଏ ଡି ଗ୍ରେଡରେ ୪ ଜଣ ଜଣ ଛାତ୍ର ରହିଛନ୍ତି । ସିରିଆପାଲି ସରକାରୀ ହାଇସ୍କୁଲ ରୁ ୩୦ ଜଣ ମାଟ୍ରିକ ପରୀକ୍ଷା ଦେଇଥିଲେ ସମାନଙ୍କ ମଧ୍ୟରେ ଏ-୨ ରେ ୩ଜଣ ବି-୧ ରେ ୯ଜଣ ବି-୨ରେ ୮ ଜଣ ସି ଗ୍ରେତରେ ୭ ଜଣ ଭି ଗ୍ରେତରେ ୨ .ଡି ଗ୍ରେଡରେ ଜଣେ ଛାତ୍ର ସହ ବିଦ୍ୟାଳୟର ପାସହାର ଶତପ୍ରତିଶତ ରହିଛି । ସରକାରୀ ଏସଏସତି ଉଚ୍ଚ ବିଦ୍ୟାଳୟ ସୋଢମାଲର ୭୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ-୧ ଜଣେ ଏ-୨ ରେ ବି-୧ ରେ ୨୪ ଜଣ ବି-୨ ରେ ୩୭ ଜଣ ସି ଗ୍ରେତରେ ୮ ଜଣ ଏବଂ ତି ଗ୍ରେଡରେ ୧ ଜଣ ରହିଛନ୍ତି ।କେଜିପି ହାଇସ୍କୁଲ ଗୁଡିଗାଁ ରୁ ୨୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବି-୧୨ଜଣ ୧୦ଜଣ ବି- ୨. ୩ ଜଣ ସିଗ୍ରେତ ତି ଗ୍ରେଡରେ ୪ ଜଣ ପାସ୍ ହୋଇଛନ୍ତି । ଅମିକା ହାଇସ୍କୁଲ ସିଂହିବାହାଲର ୭୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ ଜଣ ଏ-୨, ୩୯ ଜଣ ବି-୧, ୨୨ ଜଣ ବି-୨, ୯ ଜଣ ସି ଗ୍ରେଡ ୩ ଜଣ ତି ଗ୍ରେତରେ ରେ ପାସକରିଛନ୍ତି । ଆରଏଲପି ହାଇସ୍କୁଲ ଗୁଛାପାଲିରୁ ୨ ୬ ଜଣଙ୍କ ମଧ୍ୟରୁ ଏ-୨ ରେ ୫ ଜଣ,ବି-୧ ରେ ୮ ବି-୨ ରେ ୪. ସିଗ୍ରେଡରେ ୫ ଜଣ ଡିରେ ୩ ଏବଂ ଇ ଗ୍ରେଡରେ ଜଣେ ଛାତ୍ରପାସ କରିଥିବା ବେଲେ ପାସହାର ଶତ ପ୍ରତିଶତ ରହିଛି । ଗ୍ରାମପଂଚାୟତ ହାଇସ୍କୁଲ ସମାସିଂହାରୁ ମୋଟ ୩୭ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ଏ-୨ ଗ୍ରେତରେ ୩ଜଣ ବି-୧ ରେ ୧୪.ବି-୨ ରେ ୧୬ ଜଣ ତଥା ସି ଗ୍ରେଡରେ ୪ଜଣ ପାସ କରିଛନ୍ତିଚୁଲିହାମାଲ ସରକାରୀ ଉଚ୍ ବିଦ୍ୟାଳୟର ୨୯ ଜଣ ଚାତ୍ର ଛାତ୍ରୀଙ୍କ ମଧ୍ୟରୁ ବି-୧ ଗ୍ରେଡରେ ୬ ଜଣ ବି-୨ ରେ ୧୩ .ସି ଗ୍ରେତରେ ୬ ଜଣ.ଡି ରେ ୨ ଏବଂ ଇ ଗ୍ରେଡରେ ଦୁଇଜଣ ପାସ କରିଛନ୍ତି । ସେହିପରି ଗହ୍ମାପାଲି ସରସ୍ୱତୀ ଶିଶୁ ମନ୍ଦିରର ମୋଟ ୬୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଏ-୧ ଗ୍ରେତରେ ପାସ କରିଥିବା ବେଲେ ଏ-୨ ରେ ୫୦ଜଣ ବି-୧ରେ ୧୪ ଜଣ ଏବଂ ବି-୨ ଗ୍ରେତରେ ଜଣେ ପାସ କରିଛନ୍ତି । ତେବେ କୋଲାବିରା ସରକାରୀ ଉଚ୍ଚ ବିଦ୍ୟାଳୟର ଦୁଇଜଣ ଏବଂ କେଜିପି ହାଇସ୍କୁଲ ଗୁଡିଗାଁ ଜଣେ ମୋଟ କୋଲାବିରା ବ୍ଲକରୁ ତିନିଜଣ ଛାତ୍ର ଚଳିତ ମେଟ୍ରିକ ପରୀକ୍ଷାରେ ଫେଲ ହୋଇଛନ୍ତି ।

 କୋଲାବିରାରୁ ସମୀର କୁମାର ପଟେଲଙ୍କ ରିପୋର୍ଟ,ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ