ବେକରେ ଚୁନିଦେଇ ଘର ଭିତରେ ଯୁବକଙ୍କ ଆତ୍ମହତ୍ୟା

Apr 29, 2026 - 22:17
 0  2
ବେକରେ ଚୁନିଦେଇ ଘର ଭିତରେ ଯୁବକଙ୍କ ଆତ୍ମହତ୍ୟା

ଲାଞ୍ଜିଗଡ, ୨୯/୪( ଫାଷ୍ଟ୍ ନ୍ୟୁଜ ଓଡ଼ିଶା )ଲାଞ୍ଜିଗଡ ବ୍ଲକ ବିଶ୍ୱନାଥ ପୁର ଥାନା ଅନ୍ତର୍ଗତ କାନକୁଟୁରୁ ପଞ୍ଚାୟତ ଅନ୍ତର୍ଗତ ମଟକେରା ଗ୍ରାମ ଖମନପଡାର ଯୁବକ ଭୀଷ୍ମ ବିଭାର(୨୪) ଘର ଭିତରେ ବେକରେ ଚୁନି ଲଗେଇ ଆତ୍ମହତ୍ୟା କରିଛନ୍ତି I ପୋଲିସ ସୂଚନାନୁସାରେ ମଙ୍ଗଳବାର ମଧ୍ୟାହ୍ନ ସମୟରେ କୌଣସି କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା।ଭୀଷ୍ମ ରାଗିଯାଇ ଘର ଭିତରକୁ ଯାଇ କବାଟ ଭିତରପଟୁ ବନ୍ଦ କରି ଦେଇଥିବା ବେଳେ ତାର ସ୍ତ୍ରୀ ନିକଟସ୍ଥ ସମ୍ପର୍କୀୟ ଘରକୁ ଚାଲିଯାଇଥିଲା I କିଛି ସମୟ ପରେ ସ୍ତ୍ରୀ ଘରକୁ ଫେରିବା ପରେ ଘର କବାଟ ଖୋଲିବାକୁ ଚେଷ୍ଟା କରିଥିବା ବେଳେ ଭିତରପଟୁ ବନ୍ଦ ଥିଲା I କବାଟ ବାଡେଇବା ପରେ ନଖୋଲିବାରୁ ପରିବାର ଲୋକଙ୍କୁ ଡାକି କବାଟ ଭାଙ୍ଗି ଭିତରକୁ ପଶିଥିଲେ I ଭିତରକୁ ପଶି ଦେଖିବାକୁ ପାଇଥିଲେ ଘର ଭିତର ଆଜବେଷ୍ଟ ପାଇପରେ ନିଜ ବେକରେ ଚୁନି ଗୁଡେଇ ହୋଇ ଓହଳି ଥିବା ଦେଖିବାକୁ ପାଇଥିଲେ I ସଙ୍ଗେ ସଙ୍ଗେ ତଳକୁ ଓଲ୍ଲାହି ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ I ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଚିକତ୍ସା ପରେ ମୃତ ଘୋଷଣା କରିଥିଲେ I ଖବରପାଇ ବିଶ୍ୱନାଥପୁର ଥାନାଧିକାରୀଙ୍କ ନେତୃତ୍ୱରେ ଏଏସଆଇ ପ୍ରବୀଣ କୁମାର ରଥ ପୋଲିସ ବଳ ସହିତ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିଥିଲେ I ତଦନ୍ତ ପରେ ଶବ ବ୍ୟବଛେଦ ପାଇଁ ଲାଞ୍ଜିଗଡ ପଠାଇଥିଲେ I ମଙ୍ଗଳବାର ରାତି ହୋଇଯିବାରୁ ଶବ ବ୍ୟବଛେଦ ହୋଇପାରିଲାନାହିଁ I ଏ ନେଇ ବିଶ୍ୱନାଥପୁର ଥାନାରେ କେଶ ନଂ ୧/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ବେଳେ ବୁଧବାର ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ