ଫିଜିକାଲ ଫିଟନେସ ସ୍ପୋର୍ଟସ ଏକାଡେମୀର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ବାରିପଦା - ତା :- ୨୨/୦୪/୨୦୨୬ ରିଖସ୍ଥାନୀୟ ଛଉ ପଡିଆରେ ବାରିପଦା ଫିଜିକାଲ ଫିଟନେସ ସ୍ପୋର୍ଟସ ଏକାଡେମୀ ଆନୁକୂଲ୍ୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଦୁଇ ଦିନିଆ ଏହି କ୍ରୀଡା ପ୍ରତିଯୋଗିରେ ୫ ରୁ ୫୦ ବର୍ଷ ବୟସର ଉଭୟ ପୁରୁଷ ଓ ମହିଳା ସମେତ ମୋଟ ୧୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ I ବରିଷ୍ଠ କ୍ରୀଡ଼ାବିତ ବିଜୟ କୁମାର ଦାସ (ମଣ୍ଟୁ ଦା) ଏହି କ୍ରୀଡା ପ୍ରତିଯୋଗୀତାକୁ ଉଦଘାଟନ କରିଥିଲେ I ମହିଳା ବିଭାଗ ୧୦୦ମି ଦୌଡରେ ଦାନଗି ମାରାଣ୍ଡି, ୧୦ ହଜାର ମିଟର ମାରାଥନରେ ସାନେ ଟୁଡୁ, ୬୦ ମି ଦୌଡରେ ଅନନ୍ୟା ହେମ୍ବ୍ରମ, ୪୦୦ ମି ଦୌଡରେ ସନ୍ଧ୍ୟା ହେମ୍ବ୍ରମ, ୧୫୦୦ ମି ଦୌଡରେ ରୀତା ଦାସବାବୁ ଓ ଜୁନିୟର ବିଭାଗରେ ହରପ୍ରିୟା ପାତ୍ର, ୱାକିଙ୍ଗରେ ଶାନ୍ତିଲତା ହେମ୍ବ୍ରମ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପୁରୁଷ ବିଭାଗ ୧୦ ହଜାର ମିଟର ମାରାଥନରେ କୁସୁନ ମୁଣ୍ଡା, ୩ ହଜାର ମିଟର ମାରାଥନରେ ନମନ କୁମାର ଦାସ, ସଟପୁଟ ଥ୍ରୋ ରେ ଅମିତ କୁମାର ଦଳବେହେରା ପ୍ରଥମ ସ୍ଥାନ ଅଧିକାର କରିଥିଲେ I ଜୁନିୟର ବାଳିକା ଦଳ ସିନିୟର ବାଳିକା ଦଳକୁ ଦଉଡି ଟଣାରେ ପରାସ୍ତ କରି ଚମ୍ପିୟାନ ହୋଇଥିଲେ I ରୋଟାରୀ କ୍ଲବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଓ ମାସା ଆର୍ମିର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଆୟୋଜନ ଦଲନ ଚନ୍ଦ୍ର କୁଁଅରଦେଓ ଓ ସହ ସମ୍ପାଦକ ପ୍ରଶାନ୍ତ ଦାସ ଉପସ୍ଥିତ ଥିଲେ I ଏହି ଅବସରରେ ଛତିଶଗଡ ଠାରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଟ୍ରାଇବଲ ଗେମ୍ସରେ ୧୦ ହଜାର ମିଟର ଦୌଡରେ ୨ୟ ସ୍ଥାନ ଅଧିକାର କରିଥିବା ସନ୍ଧ୍ୟା ମୁର୍ମୁଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0