ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନାର ରଥଯାତ୍ରା ସ୍ୱତନ୍ତ୍ର ସେବା ଶିବିର
ବାରିପଦା ୨୧/୦୭: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍.ଏସ୍.ଏସ୍.) ବ୍ୟୁରୋ ପକ୍ଷରୁ ରଥଯାତ୍ରା ଉପଲକ୍ଷେ 'ରଥଯାତ୍ରା ସ୍ୱତନ୍ତ୍ର ସେବା ଶିବିର–୨୦୨୬' ଆୟୋଜିତ ହୋଇଯାଇଛି । ଏହି ସେବା ଶିବିରକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଉଦ୍ଘାଟନ କରି ନିଜ ବକ୍ତବ୍ୟରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ରଥଯାତ୍ରାରେ ଏନ୍.ଏସ୍.ଏସ୍. ସ୍ୱେଚ୍ଛାସେବୀମାନଙ୍କର ନିଷ୍ଠାପର ସେବା ବିଶ୍ୱବିଦ୍ୟାଳୟ ପାଇଁ ଗର୍ବର ବିଷୟ ଏବଂ ସମାଜ ପାଇଁ ପ୍ରେରଣାଦାୟକ ବୋଲି କହିବା ସହ ଯୁବପିଢ଼ି ମଧ୍ୟରେ ସେବା, ସହଯୋଗ ଓ ସାମାଜିକ ଦାୟିତ୍ୱବୋଧ ଜାଗ୍ରତ କରିବାରେ ଏନ୍.ଏସ୍.ଏସ୍.ର ଭୂମିକା ଅତୁଳନୀୟ ବୋଲି ଅଭିହିତ କରିଥିଲେ । ଏହି ଶିବିରରେ ବିଶ୍ୱବିଦ୍ୟାଳୟର ଏନ୍.ଏସ୍.ଏସ୍. ପି.ଜି. ପୁରୁଷ ଓ ମହିଳା ୟୁନିଟ୍ ସମେତ ଏମ୍.ପି.ସି. କଲେଜ, ମହିଳା ମହାବିଦ୍ୟାଳୟ, ବାରିପଦା କଲେଜ, ଏମ୍.ସି.ଏ.ଏମ୍. କଲେଜ, ଏସ୍.ସି.ବି. କଲେଜ, ବି.ବି. କଲେଜ ଏବଂ ଶ୍ରୀମା ମହାବିଦ୍ୟାଳୟର ପ୍ରାୟ ୧୫୦ ଜଣ ସ୍ୱେଚ୍ଛାସେବୀ ଏନ୍.ଏସ୍.ଏସ୍.ର ‘ନଟ୍ ମି ବଟ୍ ୟୁ’ ଆଦର୍ଶକୁ ବାସ୍ତବ ରୂପ ଦେଇ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ସ୍ୱେଚ୍ଛାସେବୀମାନେ ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ, ପରିବେଶ ପରିଷ୍କାର, ଶ୍ରଦ୍ଧାଳୁଙ୍କୁ ମାର୍ଗଦର୍ଶନ, ଶୃଙ୍ଖଳା ରକ୍ଷା, ପାନୀୟ ଜଳ ବଣ୍ଟନ ଏବଂ ଆବଶ୍ୟକ ସ୍ଥଳରେ ଜିଲ୍ଲା ପ୍ରଶାସନ ଓ ପୁଲିସକୁ ସହଯୋଗ ପ୍ରଦାନ କରିଥିଲେ । ଏନ୍.ଏସ୍.ଏସ୍. ବ୍ୟୁରୋର ସଂଯୋଜକ ଡ଼. ପ୍ରିୟ ରଞ୍ଜନ ଦେବତାଙ୍କ ତତ୍ତ୍ୱାବଧାନରେ ପି.ଜି. ପୁରୁଷ ୟୁନିଟ୍ର କାର୍ଯ୍ୟକ୍ରମ ଅଧିକାରୀ ଡ଼. ଯତୀନ୍ଦ୍ରନାଥ ବେଶ୍ରା, ପି.ଜି. ମହିଳା ୟୁନିଟ୍ର କାର୍ଯ୍ୟକ୍ରମ ଅଧିକାରୀ ଡ଼. ପ୍ରିୟଙ୍କା ଦାସ ଏବଂ ଅଂଶଗ୍ରହଣକାରୀ ମହାବିଦ୍ୟାଳୟମାନଙ୍କର କାର୍ଯ୍ୟକ୍ରମ ଅଧିକାରୀ ଡ଼. ପ୍ରିୟବ୍ରତ ବେହେରା, ଶ୍ରୀମତୀ ରୂପାଲି ବିଶୋଇ, ସୁଶ୍ରୀ ନାୟକ, ଶ୍ରୀମତୀ ଯମୁନା ମାଝୀ, ଜ୍ୟୋତ୍ସ୍ନା ରାଣୀ ଦତ୍ତ, ସରୋଜ କୁମାର ବେହେରା, ଆନନ୍ଦ ଶଙ୍କର ଆଚାର୍ଯ୍ୟ, ମିସ୍ ସ୍ୱର୍ଣ୍ଣକାନ୍ତା ଓ ଡ଼. ପ୍ରିୟନ୍ରତା ବେହେରା ପ୍ରମୁଖ ସହଯୋଗ କରିଥିଲେ । ଏହାବ୍ୟତୀତ ଏନ୍.ଏସ୍.ଏସ୍. ବ୍ୟୁରୋର କର୍ମଚାରୀ ଅଜୟ କୁମାର ବଳ, ସୁସ୍ମିତା ପାତ୍ର ଓ ସୁନେଲିକା ପ୍ରହରାଜ ପ୍ରମୁଖ ସହଯୋଗ କରିଥିଲେ ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0