ସାରଙ୍ଗ ଗଡ଼ ଅଞ୍ଚଳବାସୀ ବିଦ୍ଯୁତ ବିଭ୍ରାଟ ନେଇ ଉତ୍ତେଜନା

May 3, 2026 - 07:38
 0  2
ସାରଙ୍ଗ ଗଡ଼ ଅଞ୍ଚଳବାସୀ ବିଦ୍ଯୁତ ବିଭ୍ରାଟ ନେଇ ଉତ୍ତେଜନା

ତା-୦୨/୦୫/୨୦୨୫ କ.ନୂଆଗାଁ -କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗ ଗଡ଼ ଅଞ୍ଚଳବାସୀ ବିଦ୍ୟୁତ ସେବା ନ ପାଇ ପୁରୁଣା ସାହି ଛକରେ ରାସ୍ତା ଅବରୋଧ କରିଥିଲେ। ଏହି ଅଞ୍ଚଳରେ ବାରମ୍ବାର ବିଦ୍ୟୁତ ବିଭ୍ରାଟକୁ ନେଇ ଜନସାଧାରଣ ଉତ୍ତେଜନା ହୋଇ ତିନି ଘଣ୍ଟା ରୁ ଉର୍ଦ୍ଧ ରାସ୍ତା ଅବରୋଧ କରିଛନ୍ତି । ଫୁଲବାଣୀ ବାଲିଗୁଡ଼ା ମୁଖ୍ୟ ରାସ୍ତା ଅବରୋଧ କରି ଥିଲେ। କାଳବୈଶାଖୀରେ ଗତ ତିନି ଦିନ ହେବ ବିଦ୍ୟୁତ ବିଭ୍ରାଟ ଲାଗି ରହିଛି ଓ ପାନୀୟ ଜଳ ନ ମିଳିବାରୁ ବୃଦ୍ଧି ପାଇଛି ଅସନ୍ତୋଷ ହେବା ସହ ନେଟୱାର୍କ ଯୋଗାଯୋଗ ବିଚ୍ଛିନ୍ନ ଯୋଗୁଁ ଜରୁରୀ ସେବା ୧୦୮/୧୦୨/୧୧୨ ସେବାରୁ ବଞ୍ଚିତ ଲୋକେ ଆଜି ସନ୍ଧ୍ୟା ୫ ଟା ଠାରୁ ୮ଟା ପର୍ଯ୍ୟନ୍ତ ତିନି ଘଣ୍ଟା ଧରି ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। କ.ନୂଆଗାଁ ବିଡ଼ିଓ ତଥା ଭାରପ୍ରାପ୍ତ ତହସିଲଦାର ସୁଶ୍ରୀ ଶୁଭ୍ରାଞ୍ଜଳି ପ୍ରଧାନ ଓ ଥାନା ଅଧିକାରୀ ସ୍ମିତା ଜେନା ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ