ବୁଚାମୁଣ୍ଡା ଗ୍ରାମ୍ୟ ଜଙ୍ଗଳ ଓ ସିରିଆପାଲି ବଡଖଳିଆ ସଂରକ୍ଷିତ ଜଙ୍ଗଳ ନିଆଁରେ ପୋଡି ଛାରଖାର , ଜଙ୍ଗଳ ଭିତରେ ନିଆଁ ଲାଗି ବିଦ୍ୟୁତ୍ କେବୁଲ ପୋଡିଲା, ୨୪ ଘଣ୍ଟା ଧରି ବିଦ୍ୟୁତ୍ ବ୍ୟାଘାତ,
କୋଲାବିରା/କେ.ପରମାଣପୁର,୩୦/୦୪(ଫାଷ୍ଟ୍ ନ୍ୟୁଜ ଓଡ଼ିଶା )- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଫରେଷ୍ଟ ରେଞ୍ଜ ସିରିଆପାଲି ବନାଞ୍ଚଳ ଅଧିନସ୍ଥ ବ୍ଲକ ଉଦ୍ୟାନ ବିଭାଗ ପଛପଟେ ଥିବା ବୁଚାମୁଣ୍ଡା ଗ୍ରାମ୍ୟ ଜଙ୍ଗଳରେ ବୁଧୁବାର ସକାଳୁ ନିଆଁ ଲାଗିରହିଥିଲା l କେହି ଦୃବୃତ୍ତ ନିଆଁ ଲଗାଇ ଦେଇଥିବା ବେଳେ ନିଆଁ ଧୀରେ ଧୀରେ ବ୍ୟାପିବାରେ ଲାଗିଛି l ଏହି ନିଆଁ ଧୀରେ ଧୀରେ ସିରିଆପାଲି ବଡଖଳିଆ ସଂରକ୍ଷିତ ଜଙ୍ଗଲକୁ ବ୍ୟାପୀ ଉଭୟ ଜଙ୍ଗଳ ଛାରଖାର ହୋଇଯାଇଥିବା ଅଭିଯୋଗ ହୋଇଛି l ତେବେ ସଂରକ୍ଷିତ ଜଙ୍ଗଲ ଭିତରେ ଥିବା ୬୪ କେଭି ଟ୍ରାନସଫର୍ମର ର ପାଖ କେବୁଲ୍ ନିଆଁ କାରଣରୁ ପୋଡ଼ି ଯାଇଛି l ବିଦ୍ୟୁତ୍ କେବୁଲ ପୋଡ଼ିବା କାରଣରୁ ରାମକୁମାର, ବୁଚାମୁଣ୍ଡା ଅଞ୍ଚଳରେ ୨୪ ଘଣ୍ଟା ଧରି ବିଦ୍ୟୁତ୍ ଲାଇନ୍ ଚାଲିଯାଇଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି l ଏହି ଟ୍ରାନ୍ସଫର୍ମର ଟି ଝାରସୁଗୁଡ଼ା ପାହାଡ଼ି ବିଦ୍ୟୁତ୍ ବିଭାଗ ସେକ୍ସନ ଅଧୀନରେ ରହିଛି l ତେବେ ଜଙ୍ଗଳ ରେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ l ବନ ବିଭାଗ କହୁଛି ଟ୍ରାନସଫର୍ମର ରେ ସଟତ୍ସର୍କିଟ ହୋଇ ଜଙ୍ଗଲରେ ନିଆଁ ଲାଗିଛି l ମାତ୍ର ବିଦ୍ୟୁତ୍ ବିଭାଗ ସେକ୍ସନ ଅଫିସର୍ ଏହାକୁ ଅସ୍ୱୀକାର କରିବା ସହ ଜଙ୍ଗଲର ନିଆଁ ଲାଗି ବିଦ୍ୟୁତ୍ କେବୁଲ ପୋଡିଯାଇଥିଲା ବୋଲି ସୂଚନା ଦେଇଛନ୍ତି l ତେବେ ଯାହାବି ହେଉ ନା କାହିଁକି ନିଆଁ କାରଣରୁ ଗ୍ରାମ୍ୟ ଜଙ୍ଗଳ ଓ ସଂରକ୍ଷିତ ଜଙ୍ଗଲ ପୋଡିବା ସହ ବିଦ୍ୟୁତ୍ ବିଭାଗ ର କେବୁଲ ପୋଡ଼ି ଉଭୟ ବିଭାଗ ର ବ୍ୟାପକ କ୍ଷତି ହୋଇଛି l କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0