ସୋଡାମାଳ ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ୨ୟ ଦିବସ
କୋଲାବିରା,୦୪/୦୪(ଫାଷ୍ଟ ନ୍ୟୁଜ ଓଡିଶା )- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ସୋଡାମାଳ ସରକାରୀ ହାଇସ୍କୁଲ(ସେବାଶ୍ରମ) ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ତିନି ଦିନିଆ ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଶନିବାର ୨ୟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଅପରାହ୍ନରେ ଅନୁଷ୍ଠିତ ସଭାରେ ବ୍ଲକ ଅଧ୍ୟକ୍ଷ ଭୋଜରାଜ ପଟେଲ ମୁଖ୍ୟଅତିଥି ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼.ଯୁବରାଜ ଖମାରୀ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ l ପ୍ରତ୍ୟେକ ଶିଶୁ କିଭଳି ସତ୍ୟ କହିବେ, ଭଲ ପାଠ ପଢ଼ିବେ, ଭଲ ମଣିଷ ହେବେ ତାହା ବିଦ୍ୟାଳୟ ତଥା ଛାତ୍ର ଛାତ୍ରୀ ଙ୍କ କର୍ତ୍ତବ୍ୟ l ପ୍ରଶ୍ନର ଉତ୍ତର ଭୁଲ ହୋଇ ପାରେ କିନ୍ତୁ ଗୋଟିଏ ଛାତ୍ର ଛାତ୍ରୀ କେବେ ଭୁଲ ନୁହନ୍ତି l ଏଣୁ ଶିକ୍ଷାର ପଦ୍ଧତି କୁ ଉନ୍ନତ କରିବା ଏକାନ୍ତ ଆବଶ୍ୟକ ବୋଲି ମୁଖ୍ୟବକ୍ତା ନିଜ ଅଭିଭାଷଣ ରେ ବର୍ଣ୍ଣନା କରିଥିଲେ l ଏଥିରେ ଜିଲ୍ଲାପରିଷଦ ସଭ୍ୟ ନୃପଲାଲ ପଶାୟତ, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ନାୟକ,ସରପଞ୍ଚ ଚନ୍ଦନ ପଟ୍ଟନାୟକ, ସମିତି ସଭ୍ୟା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗଣେଶ କିସାନ, ପୁରାତନ ଛାତ୍ର ସଂସଦ ସଭାପତି ଲେଲିନ ସାହୁ, ସମ୍ପାଦକ ଆପସ ସୁନାନି, କୋଷାଧ୍ୟକ୍ଷ ସଞ୍ଜୟ କରାଳି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l ପ୍ରଧାନ ଶିକ୍ଷକ ସୁଦର୍ଶନ ସରାଫ ବିଦ୍ୟାଳୟ ର ବିବରଣୀ ପଠନ କରି ଛାତ୍ର ଛାତ୍ରୀ ଙ୍କ କୃତିତ୍ୱ ବର୍ଣ୍ଣନା କରିଥିଲେ l ୧୯୭୪ ମସିହାରେ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ପୂର୍ବତନ ସରପଞ୍ଚ ଆନନ୍ଦ ନାଏକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମହେନ୍ଦ୍ର ପୃଷେଟ, ସ୍ବର୍ଗତ ପରମାନନ୍ଦ ପଟେଲ, ସ୍ବର୍ଗତ ଅକ୍ଷୟ କୁମାର ସୂତାର, ଶ୍ୟାମସୁନ୍ଦର ଧୁରୁଆ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ଏହାସହ ପ୍ରତିଷ୍ଠାତା ସଦସ୍ୟ ରତ୍ନାକର ପଟେଲ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଏହାସହ ଆମ୍ଭ ପ୍ରମେୟ ପ୍ରତିନିଧି ସୁକାନ୍ତ ସାହୁ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଶିକ୍ଷକ ଭରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟର ପୁରାତନ ଛାତ୍ର ଓଡ଼ିଶା ପ୍ରଶାସନିକ ଅଧିକାରୀ ତଥା ନୟାଗଡ଼ ତହସିଲଦାର ରାଜାରାମ ଛତ୍ରିଆ ମଞ୍ଚ ପରିଚାଳନା କରିଥିଲେ l ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏଥିରେ ବିଦ୍ୟାଳୟର ଖେଳ ଶିକ୍ଷକ ବସନ୍ତ ବେହେରା, ପ୍ରେମସାଗର ଦାସ, ଭରତ କୁମାର ସାହୁ, ମଦନ ମେହେର, ସାବିତ୍ରୀ ପଟେଲ, ପ୍ରମୋଦିନି ଏକ୍କା, ସୁମନଶ୍ରୀ ପଟେଲ, ରାଣୀ ମୁଣ୍ଡା, ରୁବିରାଣୀ ପଟେଲ, ଅନ୍ତର୍ଯ୍ୟାମୀ ମେହେର, ଆରତୀ କାଣ୍ଡୁଲାନା ଙ୍କ ସହ ପୁରାତନ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ l ରବିବାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଯାପିତ ହେବ l କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0