ନିଜ ପରିବେଶ କୁ ନିଜେ ନଷ୍ଠ କରିଛୁ,ତେଣୁ ପରିବେଶ ସୁରକ୍ଷା ଆମ୍ଭର ଦାୟତ୍ୱ ଓ କର୍ତବ୍ୟ : ବିଧାୟକ ନିଳମାଧବ ହିକକା

Sep 23, 2024 - 15:44
 0  13
ନିଜ ପରିବେଶ କୁ ନିଜେ ନଷ୍ଠ କରିଛୁ,ତେଣୁ ପରିବେଶ ସୁରକ୍ଷା ଆମ୍ଭର ଦାୟତ୍ୱ ଓ କର୍ତବ୍ୟ : ବିଧାୟକ ନିଳମାଧବ ହିକକା

ବିଷମ କଟକ୨୨/୯ଆଜି ବିଷମ କଟକ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ମୁନିଗୁଡା ବନଖଣ୍ଡ କାର୍ଯ୍ୟାଳୟ ପରିଷରରେ ସମ୍ବାଦ ଗୃପ୍ ତରଫରୁ ପରିବେଶ ପଂଚାୟାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଷମ କଟକ ବିଧାୟକ ନିଳମାଧବ ହିକକା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ସ୍ୱାର୍ଥ ସାଧନ ପାଇଁ ଆମେ ଆମ ପରିବେଶ କୁ କ୍ରମାଗତ ଭାବେ ନଷ୍ଠ କରିଚାଲିଛୁ । ନିଜ ଘର ଚାରିପଟେ ରହିଥିବା ଗଛ କୁ କାଟି ପଦା କରୁଛୁ, ଗରମ ଦାଉରୁ ନିଜକୁ ରକ୍ଷା କରିବା ପାଇଁ ଘର ମଧ୍ୟରେ ଏସିର ବ୍ୟବହାର କରୁଛୁ । ଆମ୍ଭେ ବୁଝି ପାରୁନୁ ଯେ ନିଜ ଘର ଚାରିପାଖର ଗଛ କାଟିବା ଯୋଗୁଁ ବାୟୁ ମଣ୍ଡଳରେ ଅଙ୍ଗାର କାମ୍ଳ ର ପରିମାଣ ବୃଦ୍ଧିପାଉଛି ତେଣୁ ଗରମ ହେଉଛି । ବହୁଳ ମାତ୍ରାରେ ପଲିଥିନ୍ ର ବ୍ୟବହାର ପରିବେଶ ଦୂଶିତ ହେବାର ଅନ୍ୟ ଏକ କାରଣ । ବଦଳୁଥିବା ପାଣିପାଗ କିପରି ଚାଷବାସ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି ସେ ସମ୍ପର୍କରେ ଆଲୋଚନା କରିବା ସହ ଏହାକୁ ଗମ୍ଭୀରତାର ସହ ନେଇ ସମସ୍ତେ ଗୋଟିଏ ଗୋଟିଏ ଚାରା ଲଗାଇବାକୁ ଅନୁରୋଧ କରିଥିଲେ । ସମସ୍ତେ ନିଜନିଜ ସ୍ତରରେ ଏ ନେଇ ଉଦ୍ୟମ କଲେ ଏକ ସୁସ୍ଥ ଓ ସବୁଜ ପରିବେଶ ସୃଷ୍ଟି କରିବା ପାଇଁ ନିଜ ଘର ପାରପାଶ୍ୱରେ ବୃକ୍ଷ ରୋପଣ କରିବା । ଆଜି ଏହି ଠାରେ ଉପସ୍ଥିତ ସମସ୍ତେ ସଂକଳ୍ପ ନେବା କି ନିଜ ଘର ବାରି ବଗିଚାରେ ଅନ୍ତତଃ ପକ୍ଷେ ଗୋଟିଏ ଚାରା ରୋପଣ କରିବା । ଅନ୍ୟକୁ ବୃକ୍ଷ ରୋପଣ ନିମନ୍ତେ ଆହ୍ୱାନ ଦେଇଛନ୍ତି । ସେହି ପରି ମୂଖ୍ୟ ବକ୍ତା ଡ.ଗୌରାଙ୍ଗ ରାଉତ ନିଜ ବକ୍ତବ୍ୟରେ ପାଣି,ନଦୀ,ମାଁ ମାଟିର ସୁରକ୍ଷା ଦିଗରେ ବର୍ତମାନର ଯୁବ ଗୋଷ୍ଠୀ ଗୁରୁତ୍ୱ ଦେବା ନିତାନ୍ତ ଜରୁରୀ ବୋଲି ନିଜ ବକ୍ତବ୍ୟ ରଖିବା ସହ ଜଙ୍ଗଲ ନଷ୍ଠ,କ୍ଷେତରେ ରାଶାୟନିକ ସାରର ବ୍ୟବହାର ଆମ୍ଭ ପରିବେଶ କୁ ନଷ୍ଠ କରିଥିବା ନିଜ ବକ୍ତବ୍ୟ ରଖଇଥିଲେ । ସେହି ପରି ସମ୍ମନିତ ଅତିଥି ଭାବେ ରାଜନୈତିକ ସମିକ୍ଷକ ତଥା ଏସିଆନ୍ ଏଜ୍ ର ବରିଷ୍ଠ ସାମ୍ବାଦିକ ଶ୍ରୀ ଯୁକ୍ତ ଅକ୍ଷୟ ସାହୁ ପୋଡୁ ଚାଷ ପାଇଁ ଏ ଅଚଂଳେରେ ଜଙ୍ଗଲ ନଷ୍ଟ କରାଯାଉଥିବା ଉପରେ ଦୃଷ୍ଟି ଆକର୍ଷଣ କରିବା ସହ ବର୍ତମାନର ପରିବର୍ତୀତ ସମୟରେ ଚାଷ ଜମିରେ ହଳ ସମୟରେ କଙ୍କଡା ଦେଖାଯାଉ ନାହିଁ କିଁ ସେ କଙ୍କଡା ଖାଇବା ପାଇଁ ଆସୁଥିବା ବଗର ମଧ୍ୟ ଦେଖାଯାଉନାହିଁ । ବର୍ତମାନ ଶ୍ରାଗୁଣା ଲୋପ ପାଇ ହୋଇଗଲାଣି । କିଛି ବର୍ଷ ପୂର୍ବେ ନଦୀ ମାନଙ୍କରେ ବିଭିନ୍ନ ପ୍ରଜାତିର ମାଛ ମିଳୁଥିଲା ବେଳେ ବର୍ତମାନ ନଦୀରେ ବହୁ ପ୍ରଜାତିର ମାଛ ଆଉ ଦେଖିବାକୁ ମିଳୁନାହି । ଅସମୟରେ ବର୍ଷା,ଖରା,ଶିତ ଅନୁଭ ହେଉଛି ଏ ପରିବ୍ୟର୍ତୀତ ଜଳବାୟୁ ପଛରେ ରସାୟନିକ ଔଷଧ ର ବ୍ୟବହାର, ଜଙ୍ଗଲର ନଷ୍ଟ ଜଳ ସଂଗ୍ରକ୍ଷଣ ପ୍ରତି ଦୃଷ୍ଟି ନ ଦେବା ପ୍ରମୁଖ କାରଣ । ଅନ୍ୟତମ ଅତିଥି ମୁନିଗୁଡା ରେଞ୍ଜର ଅନିଲ କୁମାର ବାଲ ମନୁଷ୍ୟ ନିଜର ଆବଶ୍ୟକତା ଠାରୁ ଅଧିକ ପରିମାଣ ଗଛ କାଟିବା, ବୃକ୍ଷ ରୋପଣ ଦିଗରେ ଲୋକେ ଗୁରୁତ୍ୱ ନ ଦେବା ଜଳବାୟୁ ପରିବର୍ତନର ମୂଖ୍ୟ କାରଣ । ବୃକ୍ଷରୋପଣ ଜଳବାୟୁର ସୁରକ୍ଷା କେବଳ ଯେ ସରକାର ଙ୍କ କାର୍ଯ୍ୟତା ନୁହେଁ ଏହା ଏକ ସାମାମଜିକ ମୂଲ୍ୟବୋଧ ପ୍ରତ୍ୟେକ ନାଗରିକର ମୌଳିକ କର୍ତବ୍ୟ ହେଲା ନିଜ ପରିବେଶ କୁ ନିଜେ ସୁରକ୍ଷିତ କରିବା ବୋଲି ବକ୍ତବ୍ୟ ରଖିଥିଲେ । ମୁନିଗୁଡା ପ୍ରେସ୍ କ୍ଲବ ର ସଭାପତି ତଥା ସମ୍ବାଦ ପ୍ରତିନିଧି ରାଜୀବ ଲୋଚନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଫାର ବେସରକାରୀ ସଂସ୍ଥା ର ଲୋକନାଥ ପ୍ରଧାନ ସଭାପତିତ୍ୱ କରି କାଯ୍ୟକ୍ରମର ସଂଚାଳନା ଦାୟୀତ୍ୱ ତୁଲାଇଥିଲେ । ଶେଷରେ ରାୟଗଡା ସମ୍ବାଦ ଜିଲ୍ଲା ପ୍ରତିନିଥି ଶିବ ପ୍ରସାଦ ଦୋରା ଉପସ୍ତିତ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । କନକ ଟିଭି ଜିଲ୍ଲା ପ୍ରତିନିଧି ସିମାଂଚଳ ପଣ୍ଡା। ଏହି କାର୍ଯକ୍ରମରେ ଯୁକ୍ତ ତିନି ମହାବିଦ୍ୟାଳୟର ଅଧ୍ୟକ୍ଷ ହୃଷିକେଶ ଜାଲି,ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ତଥା ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ମଲ୍ଲିକ,ଅକ୍ଷୟ କୁମାର ମଲ୍ଲିକ, କଂଗ୍ରେସ ବ୍ଲକ ସଭାପତି ନିଳାମ୍ବର ବିଭାର , ମାନସ ରଞ୍ଜନ ବେହେରା,ଗଣେଶ ସେଠୀ,ଅଶ୍ୱିନି ବାରିକ,ନାରାୟଣ ପଣ୍ଡା,ସୁଦାମ ପଣ୍ଡା,ନରେଶ ପାତ୍ର, ଲାଡି ଶଙ୍କର ରାଓ ,ସଞ୍ଜୟ ନାଗ, ଉମାକାନ୍ତ ନିମାଲପୁରୀ,ନନ୍ଦ କିଶୋର ପଟ୍ଟନାୟକ,ଗଣେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

 ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ