।। କୋଡିଏ କୋଟିର ପ୍ରକଳ୍ପକୁ ଯିବା ପାଇଁ ରାସ୍ତା ନାହିଁ ।।

Jul 24, 2023 - 15:30
Jul 24, 2023 - 17:13
 0  17
।। କୋଡିଏ କୋଟିର ପ୍ରକଳ୍ପକୁ ଯିବା ପାଇଁ ରାସ୍ତା ନାହିଁ ।।

ନୂଆପଡା : ସରକାର ଚାଷୀ ମାନଙ୍କ ବିକାଶ ନିମନ୍ତେ ଜ଼ିଲ୍ଲାର ନଦୀ ତଟବର୍ତ୍ତୀ ଅଞ୍ଚଳର ଗାଁ ଗୁଡିକର ଜଳବାୟୁ ପରିବର୍ତ୍ତନକୁ ଆଖି ଆଗରେ ରଖି ଏନଏଏଫସିସି (ନ୍ୟାସନାଲ ଆଡାପ୍ଫନ ଫର କ୍ଲାଇମେଟ ଚେଞ୍ଜ) ତରଫରୁ କୋଟି କୋଟି ଟଙ୍କାର ଯୋଜନା କାର୍ଯ୍ୟକାରୀ କରାଯାଇଛି l ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଯୋଜନା ସବୁ ବାଟବଣା ହୋଇଛି l ନୂଆପଡା ସଦର ବ୍ଲକ ବୁଡ଼ୀପାଲି ପଞ୍ଚାୟତର ପଲସାଭଦର ସମେତ ଆଖପାଖ ଗାଁର ବିକାଶ ନିମନ୍ତେ ଅନୁନ୍ୟ କୋଡିଏ କୋଟି ଟଙ୍କାର ଯୋଜନା କାର୍ଯ୍ୟକାରୀ କରାଯାଇଛି l ହେଲେ ବର୍ତମାନ ପ୍ରକଳ୍ପ କାମ ସାରି ସ୍ଥାନୀୟ ଲୋକଙ୍କୁ ପରିଚାଳନା ସକାଶେ ହସ୍ତାନ୍ତର କରାଯାଇଛି l ହେଲେ ନିର୍ମାଣ ସମୟରେ ଏଠିକାର ରାସ୍ତାଘାଟ ପ୍ରତି ଦୃଷ୍ଟି ଦିଆଯାଇପାରୁନଥିବାରୁ ବର୍ତ୍ତମାନ ପ୍ରକଳ୍ପ ଅଞ୍ଚଳକୁ ବର୍ଷା ଦିନେ ଯିବାକୁ ବାଟ ଦିସୁ ନାହିଁ l ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବଡିବାରେ ଲାଗିଛି lପ୍ରକାଶ ଯେ ଆଜିକୁ ତିନି ଚାରି ବର୍ଷ ତଳେ ଜୋଙ୍କ ନଦୀ ପଟସ୍ଥ ପଲସାଭଦର ଗାଁରେ ଜୋଙ୍କ ନଦୀ ଉପରେ ଜଳସେଚନର ସୁବିଧା, ଚାଷୀଙ୍କୁ ଜଳ ସେଚନର ବ୍ୟବସ୍ଥା, ଚାରା ରୋପଣ ସହ ବିଭିନ୍ନ କୃଷି ଭିତ୍ତ୍ୱିକ ପ୍ରକଳ୍ପ ସବୁ କାର୍ଯ୍ୟକାରୀ କରାଯାଇଥିଲା ଏହିଭଳି ଲୋକଙ୍କ ଆର୍ଥୀକ ସ୍ତିତିରେ ସୁଧାର ଆଣିବାକୁ କୋଡିଏ କୋଟିରୁ ଉର୍ଦ୍ଧ ଟଙ୍କାର ଯୋଜନା କାର୍ଯ୍ୟକାରୀ କରାଯାଇଛି l ହେଲେ ପ୍ରକଳ୍ପ ଅଞ୍ଚଳକୁ ଯିବା ଆସିବା କରିବାକୁ ପକ୍କା ରାସ୍ତା ଟିକିଏ ମଧ୍ୟ ନାହିଁ l ବର୍ଷକ ତଳେ ଗାଁରୁ ନଦୀ ପଟକୁ ରାସ୍ତା ନିର୍ମାଣ ବାବଦକୁ 8ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି l ହେଲେ ଏଥିରେ ସଂପୃକ୍ତ ଠିକାଦାର ଅନିୟମିତତା କରି ଅଧା ଟଙ୍କା ଆତ୍ମସାତ କରିଥିବାରୁ ରାସ୍ତାର ଅବସ୍ଥା ଯଥା ପୂର୍ଵଂ ତଥା ପର ହୋଇଛି l ଏବେ ବର୍ଷା ସମୟ ହୋଇଥିବାରୁ ଏହି ରାସ୍ତାରେ ଚାଷୀଙ୍କ ହଳ ଲଙ୍ଗଳ କି ଟ୍ରାକ୍ଟର ଯିବା ମୁସ୍କିଲ ହୋଇଛି l ଏହା ଉପରେ ଗାଁର ଚାଷୀମାନେ ବାରମ୍ବlର ପଞ୍ଚାୟତ ଏବଂ ବ୍ଲକ କର୍ତ୍ତୃପକ୍ଷଙ୍କୁ ଜଣାଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ l ଏହା ଉପରେ ବ୍ଲକ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ଦାବି ହେଉଛି l

ନୂଆପଡା ରୁ ବିଶ୍ୱନାଥ ସାମଲ, କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ