ଶିଶୁ ପତ୍ରକାରିତା ଉପରେ ଦିନିକିଆ ତାଲିମ ଶିବିର

Jul 23, 2023 - 18:39
 0  15
ଶିଶୁ ପତ୍ରକାରିତା ଉପରେ ଦିନିକିଆ ତାଲିମ ଶିବିର

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସ୍ଥିତ ଏମ୍ଏମ୍ ପିଏସ୍ କଲେଜ ଠାରେ କର୍ତ୍ତବ୍ୟ ଅନୁଷ୍ଠାନ ପକ୍ଷରୁ ଆଜି ଯଥା ତା ୨୩/୦୭/୨୦୨୩ ରିଖ ଦିନ ଶିଶୁ ପତ୍ରକାରିତା (ସାମ୍ବାଦିକ) ଉପରେ ଏକ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏଥିରେ କର୍ତ୍ତବ୍ୟ ଅନୁଷ୍ଠାନ ଦ୍ବାରା ପରିଚାଳିତ ୪୨ ଗୋଟି ଶିଶୁ ସଂଗଠନ ର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ତାଲିମ ନେଇଥିଲେ। ଉକ୍ତ ତାଲିମ ଶିବିରରେ ମୂଖ୍ୟ ଅତିଥି ଭାବେ ଲାଞ୍ଜିଗଡ ନିର୍ବାଚନ ମଣ୍ତଳୀ ବିଧାୟକଙ୍କ ଥୁଆମୂଳ ରାମପୁର ବ୍ଳକ ପ୍ରତିନିଧି ତଥା ବରିଷ୍ଠ ବିଜେଡି ନେତା ଶ୍ରୀଯୁକ୍ତ ମାଣିକ୍ଯ ଚନ୍ଦ୍ର ନାଏକ, ମୂଖ୍ଯବକ୍ତା ତଥା ତାଲିମ ଦାତା ଭାବରେ ସାମ୍ବାଦିକ ଶ୍ରୀଯୁକ୍ତ ବଳଭଦ୍ର ବାଗ,

ତାଲିମ ଦାତା ଶ୍ରୀଯୁକ୍ତ ସନ୍ତୋଷ ପାତ୍ର ଭୁବନେଶ୍ୱର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶିଶୁ ଅଧିକାର ରୁ ବଞ୍ଚିତ ଓ ଅବହେଳା କରୁଥିବା ସମସ୍ତ ସମସ୍ୟା ଗୁଡିକକୁ ଶିଶୁ ମାନେ ଲୋକଲୋଚନକୁ ଆଣିପାରିବେ ଓ ଏହାସହିତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ ଏହି ସମସ୍ତ ବିଷୟରେ ଶିଶୁ ମାନଙ୍କୁ ତାଲିମ ଦେବା ସହ ଆଲୋଚନା କରିଥିଲେ। ଏଥିରେ କର୍ତ୍ତବ୍ୟର ପ୍ରୋଗ୍ରାମ ମେନେଜର ଶ୍ରୀଯୁକ୍ତ ସନ୍ତୋଷ ଦାସ, ପ୍ରୋଜେକ୍ଟ ସଂଯୋଜକ ଶ୍ରୀଯୁକ୍ତ ସୁଦର୍ଶନ ନାଏକ, ସୁପରଭାଇଜର ଆଲୋକ ପ୍ରଧାନ, ଅମିତ୍ ନାୟକ, ଡମ୍ବରୁ ନାଏକ ସମେତ୍ ତାଙ୍କର ଅନ୍ଯାନ୍ଯ କର୍ମକର୍ତ୍ତା ସହଯୋଗ ଓ ପରିଚାଳନା କରିଥିଲେ। କର୍ତ୍ତବ୍ୟ ଅନୁଷ୍ଠାନର ଏଭଳି ଗୁରୁତ୍ୱପୂର୍ଣ୍ଣ ଭାବରେ ଶିଶୁ ମାନଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ କରିଛନ୍ତି ଓ କାର୍ଯ୍ୟକ୍ରମ ଟିକୁ ହାତକୁ ନେଇ ଆୟୋଜନ କରିଥିବାରୁ ଅଞ୍ଚଳରେ ଭ୍ରୃୟସୀ ପ୍ରଶଂସା କରିଥିବା ଜଣାଯାଏ।

 କଳା ହାଣ୍ଡି ଜିଲ୍ଲା ଥୁଆ ମୂଳ ରାମପୁର ବ୍ଲକ ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ