।। ଏକତା ଛକକୁ ସ୍ୱର୍ଗତ ଘାସିରାମ ମାଝିଙ୍କ ନାମରେ ନାମିତ ହେଲା ।।

Jul 29, 2023 - 16:02
 0  20
।। ଏକତା ଛକକୁ ସ୍ୱର୍ଗତ ଘାସିରାମ ମାଝିଙ୍କ ନାମରେ ନାମିତ ହେଲା ।।

ନୂଆପଡା :(କୋରାପୁର ପ୍ରଥମ ଖବର) ନୂଆପଡା ଜ଼ିଲ୍ଲା ସଦର ମହକୁମାସ୍ଥିତ ଏକତା ଛକକୁ ସ୍ୱର୍ଗତ ଘାସିରାମ ମାଝି ଛକ ନାମରେ ନାମିତ କଲା ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ନୂଆପଡା l ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ମାଝୀଙ୍କ ଝିଅ ସରୋଜିନୀ ମାଝୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଆଦିବାସୀ କଲ୍ୟାଣ ସଙ୍ଘ ସଭାପତି ଭାନୁ ପ୍ରତାପ ସିଂ ମାଝୀ, ସମ୍ପାଦକ ବାଳକୃଷ୍ଣ ଶବର, ବିହାରୀ ଲାଲ ବିଶ୍ୱାଳ, ଖାମ ସିଂ ମାଝୀ, ଜୟରାମ ଶବର, ଭକ୍ତବନ୍ଧୁ ଧରୁଆ, ଜ୍ଞାନେଶ୍ୱର ମାଝୀ, କାର୍ତ୍ତିକେଶ୍ୱର ମଲ୍ଲିକ, ରମାକାନ୍ତ ମାଝୀ, ଅମ୍ବିକା ମାଝୀ, କମଲେଶ ଠାକୁର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସ୍ୱର୍ଗତ ମାଝୀଙ୍କ ପ୍ରତିମୁର୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ଘାସିରାମ ମାଝୀ ଛକ ନାମରେ ନାମିତ କରିଥିଲେ l 1993 ଏପ୍ରିଲ 1ରେ ନୂତନ ଜ଼ିଲ୍ଲା ଭାବେ ନୂଆପଡା ମାନ୍ୟତା ପାଇଥିଲା l ଜ଼ିଲ୍ଲା ଗଠନରେ ସ୍ୱର୍ଗତ ମାଝୀ ମୁଖ୍ୟ ପୁରୋଧା ଥିଲେ ବୋଲି ଆଜି ଏକତା ଛକକୁ ଘାସିରାମ ମାଝୀ ଛକ ନାମରେ ନାମିତ କରାଯାଇଛି l ଏହି ଛକ ନୂଆପଡା ସହରର ମଧ୍ୟ ଭାଗରେ ରହିଛି l ଉତ୍ତରକୁ ଛତିଶଗଡ ପୂର୍ବକୁ ପଦ୍ମପୁର-ସମ୍ବଲପୁର ଓ ଦକ୍ଷିଣକୁ ଭବାନୀପାଟଣା ରାସ୍ତା ଯାଇଛି l ଏହି ତିନି ଛକର ମଧ୍ୟ ଭାଗରେ ମାଝୀଙ୍କ ପ୍ରତିମୁର୍ତି ସ୍ଥାପନ କରାଯାଇଛି l

ନୂଆପଡ଼ାରୁ ବିଶ୍ଵନାଥ ସାମଲଙ୍କ ରିପୋର୍ଟ, କୋରାପୁର ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ