।। ପଞ୍ଚାୟତରାଜ ବିଭାଗର ପ୍ରମୁଖ ସଚିବ ଶୁଶିଲ କୁମାର ଲୋହାନି ଓ ସ୍ବତନ୍ତ୍ର ପ୍ରକଳ୍ପର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଦୁଇଦିନିଆ କୋରାପୁଟ ଗସ୍ତ ରେ ।।

ପ୍ରଥମ ଦିନରେ ପଟାଙ୍ଗି ବ୍ଲକ ର କୋଟିଆ ଗ୍ରାମାପଞ୍ଚାୟତ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ର ପରିଦର୍ଶନ କରି ବିଭିନ୍ନ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ସର୍ବ ପ୍ରଥମେ ପ୍ରମୂଖ ସଚିବ କୁରୁଡି ପଦର ସ୍ଥିତ ମହୁ ଉତ୍ପାଦନ କେନ୍ଦ୍ର ବୁଲି ଦେଖିବା ସହ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କ ସହିତ ପ୍ରକଳ୍ପ ର ଉନ୍ନତି ନିମନ୍ତେ ଆଲୋଚନା କରିଥିଲେ ।
ସେ କୁରୁଡି ପଦର ଗ୍ରାମ ରେ ବିଜୁ ପକ୍କା ଘର ଯୋଜନା ରେ ନିର୍ମାଣାଧୀନ ୧୫ ଟି କ୍ଲସ୍ଟର ଘର ପରିଦର୍ଶନ କରିବା ସହିତ ହିତାଧିକାରୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା କରିଥିଲେ । ଏହା ପରେ ORMAS ଦ୍ଵାରା ପରିଚାଳିତ ଝାଡୁ ବିକ୍ରୟ କେନ୍ଦ୍ର ପରିଦର୍ଶନ କରିବା ସହିତ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ । ପଟାଙ୍ଗି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପକ୍ଷରୁ ଚାଲିଥିବା NREGA ଯୋଜନା ରେ ଝାଡୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକାରୀ ମାନେ ଅବଗତ କରାଇଥିଲେ ।
ଏହା ପରେ କୋଟିଆ ସ୍ଥିତ ସୌର ପରିଚାଳିତ ଶୀତଳ ଭଣ୍ଡାର ପରିଦର୍ଶନ କରିଥିଲ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନଙ୍କ ସହିତ ଟିକିନିଖି ଆଲୋଚନା କରିଥିଲେ । ସ୍ଵତନ୍ତ୍ର କେନ୍ଦ୍ରୀୟ ଅନୁଦାନ ମାଧ୍ୟମ ରେ କୋଟିଆ ସ୍ଥିତ Market Complex ପରିଦର୍ଶନ କରିଥିଲେ ।
ସେଠାରେ PDS ବିତରଣ ବ୍ୟବସ୍ଥାର ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ହିତାଧିକାରୀ ମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଶ୍ରୀ ଲୋହାନି ମାଡକାର ସ୍ଥିତ ଆଦର୍ଶ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ । ମାଡକାର ଠାରେ NREGA ଯୋଜନା ମାଧ୍ୟମ ରେ ନିର୍ମାଣଧୀନ cluster ଗୋଶାଳା ପରିଦର୍ଶନ କରିଥିଲେ ।
ଏହାପରେ ଗାଲିଗବଦର ଠାରେ ବିକଶିତ ପର୍ଯ୍ୟଟନ କେନ୍ଦ୍ର ବୁଲି ଦେଖିବା ସହ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ ।ଏବଂ ଏହି ପର୍ଯ୍ୟଟନ କେନ୍ଦ୍ର ର ବିକାଶ ନିମନ୍ତେ ପରାମର୍ଶ ଦେଇଥିଲେ ।ପଞ୍ଚାୟତରାଜ ପ୍ରମୂଖ ସଚିବ ଙ୍କ କୋଟିଆ ଗସ୍ତ ସମୟରେ କୋଟିଆ ସରପଞ୍ଚ , କୋରାପୁଟ ଜିଲ୍ଲାପାଳ ଅବ୍ଦାଲ୍ ମୁହମ୍ମଦ ଅଖତର , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ କୋରାପୁଟ ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଟାଙ୍ଗି, ସହକାରୀ ପ୍ରକଳ୍ପ ନିର୍ଦ୍ଧେଶକ (ଗ୍ରାମୀଣ ଆବାସ) ଏବଂ ଅନ୍ୟାନ୍ୟ ବ୍ଲକ ଅଧିକାରୀ ଉପସ୍ଥିତ ଥିଲେ । ଶ୍ରୀ ଲୋହାନି ଓ ଶ୍ରୀ ଡାକୁଆ ମଧ୍ୟ ବୋରିଗୁମ୍ମା ଗସ୍ତରେ ଯାଇଥିଲେ। ପ୍ରଥମେ ଜିଡିପୁଟ ମଡେଲ ଅଙ୍ଗନବାଡି କେନ୍ଦ୍ର, ଦ୍ବିତୀୟରେ ମୁଣ୍ଡାଗୁଡା ୫ଟି ସରକାରୀ ଉଚ୍ଚବିଦ୍ୟାଳୟ, ତୃତୀୟରେ ଜୁଝାରୀ ରେ ରହିଥିବା ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗ ଓ ଚତୁର୍ଥରେ ଆଉଁଳୀ ଫୁଡ କୋର୍ଟ ପରିଦର୍ଶନକୁ ଯାଇଥିଲେ। ଏହି ସମୟରେ ଉପସ୍ଥିତ ଥିବା ବିଡିଓ ପ୍ରଣୟ ରଞ୍ଜନ ବେହେରାଙ୍କ ସହ ଆଲୋଚନା କରିଥିଲେ।
କୋରାପୁଟ ରୁ ବାବୁଲା ଖିଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






