।। ଅନାଥ ଶିଶୁଙ୍କ ଥଇଥାନ ପାଇଁ ଜ଼ିଲ୍ଲା ପ୍ରଶାସନକୁ ଗୁହାରି କଲେ ଗ୍ରାମବାସୀ ।।

ନୂଆପଡା : ନୂଆପଡା ଜ଼ିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚଯାତ ନୁଆଗାଁ ଗ୍ରାମରେ ତିନି ଜଣ ଅନାଥ ନାବାଳକ, ନାବାଳିକା ଶିଶୁ ନିଜ ବାପା ଓ ମଁl ଙ୍କୁ ହରାଇ ଅତି ଦୁଃଖରେ ଜୀବନ ଜାପାନ କାଟୁଥିବା ନଜରକୁ ଆସିଛି l ଏମାନଙ୍କ ମଧ୍ୟରୁ ଦୁଇଜଣ ନାବାଳିକା ଶିଶୁ କନ୍ୟା ହୋଇଥିବାବେଳେ ଜଣେ ନାବାଳକ ଶିଶୁ ପୁତ୍ର ଅଟନ୍ତି l ରିତା ରଣl (16) ଗୋମିତା ରଣା (10) ତ୍ରିନାଥ ରଣା (11) ଉକ୍ତ ଅନାଥ ନାବାଳକ ନାବାଳିକା ଶିଶୁଙ୍କ ମାଁ 10 ବର୍ଷ ପୂର୍ବରୁ ମୃତ୍ୟୁ ବରଣ କରିସାରିଥିଲେ ତାଙ୍କ ନାଁ ହେଉଛି ବେଲମତି ରଣା l ପରେ ତାଙ୍କ ପିତା ଶିଶୁ ମାନକ ଯତ୍ନ ପାଇଁ ଉଶlମତି ରଣାଙ୍କୁ ଦ୍ୱିତୀୟ ବିବାହ କରିଥିଲେ ହେଲେ ସେବି 5 ବର୍ଷ ପୂର୍ବରୁ ପାରାଲେସିସରେ ଆକ୍ରାନ୍ତ ହୋଇ ତାଙ୍କର ମର୍ତ୍ୟୁ ହୋଇଯାଇଛି l ଶିଶୁ ମାନଙ୍କ ଯତ୍ନ ନେବାପାଇଁ କେହି ନ ଥିବାରୁ ଗାଁ ଲୋକେ ଶିଶୁ ମାନଙ୍କୁ ଯେକୌଣସି ଭାବରେ ସମ୍ଭାଳି ପାଳନ ପୋଷଣ କରୁଥିବା ନଜରକୁ ଆସିଛି l ଏହି ଅନାଥ ନାବାଳକ ନାବାଳିକା ଶିଶୁ ପୁତ୍ର ଓ କନ୍ୟା ମାନଙ୍କର ଥଇଥାନ ପାଇଁ ଗ୍ରାମବାସୀ ଜ଼ିଲ୍ଲା ପ୍ରଶାସନ ପାଖରେ ଗୁହାରି ଜଣlଇଛନ୍ତି l
ନୂଆପଡ଼ାରୁ ବିଶ୍ୱନାଥ ସlମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






