।। ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମମତା ।।

Mar 23, 2023 - 18:52
 0  13
।। ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମମତା ।।

ଅପରାହ୍ନରେ ନବୀନ ନିବାସରେ ହେବ ସାକ୍ଷାତ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅପରାହ୍ନ ସାଢ଼େ ୪ଟାରେ ନବୀନ ନିବାସ ଯାଇ ମମତା ସେଠାରେ ନବୀନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମମତା କହିଛନ୍ତି ଯେ, ହକି ବିଶ୍ୱକପ୍ ସମୟରେ ତାଙ୍କୁ ଓଡ଼ିଶା ଆସିବାକୁ ନବୀନ ନିମନ୍ତ୍ରଣ କରିଥିଲେ । କିନ୍ତୁ ମମତା ସେତେବେଳେ ଆସିପାରି ନଥିଲେ, ହେଲେ ପ୍ରତିଶ୍ରୁତି ଦେଇଥିଲେ ଯେ, ଯେତେବେଳେ ଓଡ଼ିଶା ଆସିବେ, ନବୀନଙ୍କୁ ନିଶ୍ଚୟ ଭେଟିବେ!.ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି ମମତା ବାନାର୍ଜୀ କହିଛନ୍ତି । ତେବେ ଏହି ସାକ୍ଷାତ ଉପରେ ରାଜନୈତିକ ସମୀକ୍ଷକମାନଙ୍କ ନଜର ଅଟକିଛି । କାରଣ ମୋଦୀ ବିରୋଧୀ ଭାବେ ବେଶ ଜଣାଶୁଣା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । କଂଗ୍ରେସକୁ ବାଦ୍ ଦେଇ ମୋଦୀ ବିରୋଧୀ ମଞ୍ଚ କଥା କହୁଥିବାରୁ ମମତାଙ୍କ ଓଡିଶା ଗସ୍ତର ଗୁରୁତ୍ୱ ବେଶ ବଢିଯାଇଛି । ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତ୍ୱ କଥା କହୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେସିଆରଙ୍କ ନେତୃତ୍ୱରେ ତିଆରି ହେଉଥିବା ତୃତୀୟ ସାମୁଖ୍ୟଠାରୁ ମଧ୍ୟ ଦୂରେଇ ରହିଛନ୍ତି

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ