।। ଅଲଟ୍ରାସାଉଣ୍ଡ କ୍ଲିନିକକୁ ସଠିକ୍ ନିରୀକ୍ଷଣ ନିର୍ଦ୍ଦେଶ:ନନ୍ଦପୁରରେ ଖୁବଶୀଘ୍ର ଅଲ୍ଟ୍ରାସାଉଣ୍ଡ ସୁବିଧା ପାଇବେ ।।

Jun 27, 2024 - 20:52
 0  27
।। ଅଲଟ୍ରାସାଉଣ୍ଡ କ୍ଲିନିକକୁ ସଠିକ୍ ନିରୀକ୍ଷଣ ନିର୍ଦ୍ଦେଶ:ନନ୍ଦପୁରରେ ଖୁବଶୀଘ୍ର ଅଲ୍ଟ୍ରାସାଉଣ୍ଡ ସୁବିଧା ପାଇବେ ।।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବ ଅପରାହ୍ନ 3.00PM ରୁ 5.00PM ରେ ହେବ ଅଲ୍ଟ୍ରାସାଉଣ୍ଡ ପରୀକ୍ଷା ହେବ ଜିଲ୍ଲାପାଳ ଅଫିସ ପରିସରରେ ପିସିପିଏନଡିଟି ପରାମର୍ଶ ଦାତା କମିଟି ବୈଠକ ଜିଲ୍ଲାପାଳ V keerti vasaan ଙ୍କ ଆଧ୍ୟକ୍ଷତାରେ ଅଫିସଗୃହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କମିଟିର ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ । ଜିଲ୍ଲାପାଳ ଜିଲ୍ଲାରେ କାର୍ଯ୍ୟକ୍ଷମ ଥିବା ଅଲଟ୍ରାସାଉଣ୍ଡ ଗୁଡ଼ିକର ସମୀକ୍ଷା କରିଥିଲେ । ସ୍ବାସ୍ଥ୍ୟ ବିଭାଗ ତରଫରୁ ଭକ୍ତ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡ଼ିକର ସଠିକ୍ ଭାବରେ ନିରୀକ୍ଷଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସନ୍ଧ୍ୟା 3 ରୁ 5 ଟା ସମୟର ବି ହେବ ଅଲ୍ଟ୍ରାସାଉଣ୍ଡ ସୁବିଧା..ଏଥିସହ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସନ୍ତା ମାସ ସୁଦ୍ଧା ଅଲ୍ଟ୍ରାସାଉଣ୍ଡ ସୁବିଧା ଉପଲବ୍ଧ କରାଇବା କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା ସୁଧାଂଶୁ କୁମାର ଗିରି, ଏଡିପିଏଚଓ (ପରିବାର କଲ୍ୟାଣ) ଡ଼ଃ ନୀଳମାଧବ ଶତପଥୀ, ଉପଜିଲ୍ଲାପାଳ ଶ୍ରୀପ୍ରଭାତ ପରିଡା ଏବଂ ଶ୍ରୀ ବେଣୁଧର ଶବର, DIPRO ସ୍ୱରାଜ ସୀସା, ଡ଼ଃ ମିଲନ ମହାନ୍ତି (SLNMCH), ଓକିଲ ପି କେ ପାଢ଼ୀ , ଡିପିଏମ ଶୁଭକାନ୍ତ ଗନ୍ତୟତ, ହସ୍ପିଟାଲ ମେନେଜର ଶୁଭେନ୍ଦୁ ପଣ୍ଡା,SI ବାଳକୃଷ୍ଣ ମଣ୍ଡଳ ଏବଂ ସହକାରୀ ପରିଚାଳକ ସୂର୍ଯ୍ୟ ମହାପାତ୍ର ଏବଂ ଅନ୍ୟ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

କୋରାପୁଟ ରୁବାବୁଲା ଖିଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ