।। ଅଭାବୀ ବର୍ଷା ଯୋଗୁଁ ଚାଷ ଜମିକୁ ପାଣି ପହଞ୍ଚିପାରୂନାହିଁ ଚାଷି ମାନେ ଜନଶୁଣାଣୀ ଶିବିରକୁ ଆସି ଜିଲ୍ଲା ପାଳଙ୍କୁ ଅଭିଯୋଗ ।।

Dec 7, 2023 - 17:30
 0  17
।। ଅଭାବୀ ବର୍ଷା ଯୋଗୁଁ ଚାଷ ଜମିକୁ ପାଣି ପହଞ୍ଚିପାରୂନାହିଁ ଚାଷି ମାନେ ଜନଶୁଣାଣୀ ଶିବିରକୁ ଆସି ଜିଲ୍ଲା ପାଳଙ୍କୁ ଅଭିଯୋଗ ।।

ରାୟଗଡ଼ା ନ୍ୟିୟୁଜ୍ :- ରାଜ୍ୟ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କାର ଜଳସେଚନ ପ୍ରକଳ୍ପ ଦ୍ଵାରା ଚାଷୀ ମାନଙ୍କ ଉନ୍ନତି ନିମନ୍ତେ ପାଣି ପଞ୍ଚାୟତ ଠୁ ଆରମ୍ଭ କରି କେନାଲ ପାଣି ବନ୍ଧ ଚେକ୍ ଡ଼େମ୍ ମହାବନ୍ଧ ବଡ଼ବନ୍ଧ ଆଡ଼ିବନ୍ଧ ଯୋଜନା ଭଳି ବିଭିନ୍ନ ପ୍ରକାର ଯୋଜନା ଉପରେ ଯୋଜନା ତିଆରି କରୁଛନ୍ତି । ହେଲେ କାହାପାଇଁ ଏହି ସବୁ ଯୋଜନା କାଗଜ କଲମରେ ସିମୀତ ନା ଚାଷୀ ମାନଙ୍କ ଜମି କୁ ପାଣି ପହଞ୍ଚି ପାରୁଛି। ତାହାନହେଲେ। ଜିଲ୍ଲା ପାଳଙ୍କ ଅଭିଯୋଗ ଶୁଣାଣୀ ରେ ଏଭଳି ଅଭିଯୋଗ ଆସିନଥାନ୍ତା ସେହି ଭଳି ଅଭିଯୋଗ ଆସିଛି ରାୟଗଡ଼ା ବ୍ଲକର ତାଡମା ପଞ୍ଚାୟତର ଗୌଡ ଖିଲମ୍ ବାସିନ୍ଦାର ଚାଷୀ ମାନେ ଆଜି ଜନଶୁଣାଣୀ ଶିବିରକୁ ଆସି ରାୟଗଡା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଥିବା ଜଣାଯାଇଛି।ଚାଷୀ ମାନେ କହିବା ଅନୁଯାୟୀ ଅଭାବୀ ବର୍ଷା ଯୋଗୁଁ ତାଙ୍କ ଗ୍ରାମର ୪୦୦ ଏକର ଜମି ମରୁଡି ପ୍ରଭାବିତ ହୋଇଛି। ଚିରୋସ୍ରୋ ଝରଣା ଥାଇ ମଧ୍ୟ ତାଙ୍କ ଜମିକୁ ପାଣି ପହଞ୍ଚି ପାରୁନାହିଁ। ଦୀର୍ଘ ଦିନ ହେଲା ପାଣି ସମସ୍ୟା ଯୋଗୁଁ ତାଙ୍କ ଜମିର ଧାନ ଚାଷ ପ୍ରଭାବିତ ହୋଇଛି। ସରକାର ଙ୍କ ତରଫରୁ ଚିରୋସ୍ରୋ ଝରଣା ପାଣି କୁ କେନାଲ କରି ଓ ଜଳଭଣ୍ଡାର ନିର୍ମାଣ କରି ଜଳସେଚନ କଲେ ସବୁ ଜମି କୁ ପାଣି ପହଞ୍ଚି ପାରିବ ଓ ପାଣି ସମସ୍ୟାର ସମାଧାନ ମଧ୍ୟ ହୋଇପାରିବ ଏଥି ସହିତ ଅଞ୍ଚଳର ଚାଷୀମାନେ ଜମି ମାନଙ୍କରେ ଭଲଫସଳ ଅମଳ କରିପାରିବେ ବୋଲି ଆଶା କରି ଜନଶୁଣାଣୀ ଶିବିରରେ ଜିଲ୍ଲା ପାଳଙ୍କ ଆଗରେ ଅଭିଯୋଗ କରିଥିଲେ। ପୁର୍ବ ପୁରୁଷରୁ ଚାଷୀ ମାନେ ଜିବନ ଜୀବିକା ଓ ପରିବାର ପୋଷଣ ଏହି ଚାଷ ଜମିରେ ଗୁଜୁରାଣ ମେଣ୍ଟାଇଥାଆନ୍ତି,ସେମାନେ କହିବା ଅନୁସାରେ ଆଗାମୀ ଦିନରେ ତାଙ୍କର ସମସ୍ୟାର ସମାଧାନ ଯଦି ଶ୍ରିଘ୍ର ନ କରାଯାଏ ତାହାହେଲେ ଆଗାମୀ ଦିନରେ ଅଞ୍ଚଳ ବାସୀ ଓ ଅଭିଯୋଗ କରିଥିବା ବ୍ୟକ୍ତିମାନେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବୁ ବୋଲି ସୂଚନା ଦେଇଛନ୍ତି।

 ରାୟଗଡା ଜିଲ୍ଲା ମୁନିଗୁଡା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ