।। ମୁନିଗୁଡ଼ା ସାଇନ୍ସ୍ କଲେଜ୍ ମହା ବିଦ୍ୟାଳୟର ଖେଳ ପଡିଆ ଠାରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Oct 7, 2023 - 11:59
 0  14
।। ମୁନିଗୁଡ଼ା ସାଇନ୍ସ୍ କଲେଜ୍ ମହା ବିଦ୍ୟାଳୟର ଖେଳ ପଡିଆ ଠାରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ମୁନିଗୁଡା ନ୍ୟିୟୁଜ୍: ରାୟଗଡ଼ା ଜିଲ୍ଲା ମୁନିଗୁଡା ମହା ବିଦ୍ୟାଳୟ ଖେଳ ପଡିଆ ଠାରେ ସାଇବର ସୁରକ୍ଷା ଅଭିଯାନ ଓ ସଚେତନ ରଥକୁ ମୁୁନିିଗୁୁଡା ଥାନା ଅଧିକାରୀ ସୈଦାମିନି ବେହେରା, ଓ,, ଏସ୍ ଡି ପିଓ ,ବିଷମକଟକ ସନ୍ତୋଷୀନୀ ଓରାମ, ଅଧ୍ୟକ୍ଷତାରେ ଭବ୍ୟ ରଥ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ସାଇବର କ୍ରାଇମ୍ ସଚେତନତା ରଥକୁ କଲେଜ ଛାତ୍ର ଛାତ୍ରୀଙ୍କ ତରଫରୁ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ସଚେତନ ରଥକୁ ମହା ଆଡମ୍ବରରେ ଦେଶିଆ ଗିତରେ ନାଚି ନାଚି ପଦଯାତ୍ରାରେ ମହା ବିଦ୍ୟାଳୟ ପରିସର ପର୍ଯ୍ୟନ୍ତ ଓ ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପରିକ୍ରମା କରି ବସ୍ ଷ୍ଟାଣ୍ଡରେ ଏସ୍ ଡି ପିଓ ଙ୍କ ତରଫରୁ ରାତ୍ର ୬ ଘଣ୍ଟା ସମୟଠାରୁ ୭ଘଣ୍ଟା ସମୟ ପର୍ଯ୍ୟନ୍ତ ଜନସାଧାରଣ ଙ୍କୁ ସାଇବର ଠକେଇ ସଚେତନତା କରାଯାଇଥିଲା। ସେହିପରି ଅମ୍ବାଦଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆ ଠାରେ ସାଇବର କ୍ରାଇମ୍ ସଚେତନ ରଥକୁ ଅମ୍ବାଦଳା ଥାନା ଅଧିକାରୀ କାର୍ତ୍ତିକ ନାୟକଙ୍କ, ଅଧ୍ୟକ୍ଷତାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଅମ୍ବାଦଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ରାସ୍ତା ଦୁଇପାର୍ଶ୍ୱରେ ଠିଆହୋଇ ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହାପରେ ସଚେତନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ଏଥିସହ ମୁନିଗୁଡ଼ା ଠାରେ ସଚେତନ ରଥକୁ ସ୍ଥାନୀୟ ବିକାଶ ପରିଷଦ,ଅଗ୍ନି ବିଭାଗ , ସମସ୍ତ ପୋଲିସ ପ୍ରଶାସନ ଉପସ୍ଥିତ ରେ ମୁନିଗୁଡା ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ରାସ୍ତା ଦୁଇ ପାର୍ଶ୍ଵରେ ଠିଆ ହୋଇ ଭବ୍ୟ ସ୍ବାଗତ ଜଣାଇଥିଲେ । ଏହାପରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଏଥିରେ ଅଧକ୍ଷତା ଭାବେ ବିଷମ କଟକ ଏସ୍ ଡି ପିଓ ସନ୍ତୋଶିନି ଓରାମ,ଯୋଗ ଦେଇ କୌଣସି କାଗଜ କିମ୍ବା ଡାଇରୀରେ ନିଜର ଆଇଡି ବା ପାସୱାର୍ଡ ଲେଖନ୍ତୁ ନାହିଁ, ବ୍ୟକ୍ତିଗତ ଫଟୋ କିମ୍ବା ତଥ୍ୟ ସେୟାର କରିବା ପୂର୍ବରୁ ସଚେତନ ରୁହନ୍ତୁ, ଇ ମେଲ୍ ଅଫର୍ ପ୍ରତି ସତର୍କ ରୁହନ୍ତୁ, ଅଫର୍ ଯୁକ୍ତ ମେଲ୍ କିମ୍ଵା ମେସେଜର ଉତ୍ତର ଦିଅନ୍ତୁ ନାହିଁ ବୋଲି ଉପସ୍ଥିତ ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କୁ ସଚେତନ କରାଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସ୍ଵାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ହୃଷିିକେସ୍ ଜାଲି ଅଧ୍ୟାପକ, ଦେବବ୍ରତରାଜଗୁରୁ, ପିଟି ଚତ୍ତୃଭୁଜ ବନଞ୍ଚର,ଓ , ହେଚ୍ ଡି ବ୍ୟାଙ୍କ ମଞ୍ଚାସିନ ରହି ଗଲ୍ପ ନାଟକ ମାଧ୍ୟମରେ ସଚେତନତା କରିଥିଲେ। ଏବଂ ପାସୱାର୍ଡ ବ୍ୟବହାର କରିବା, ନିଜର ପାସୱାର୍ଡ କାହାକୁ ଦେବାନାହିଁ, ୱେବ ବ୍ରାଉଜରରେ ପାସୱାର୍ଡ ସେଭ୍ କରନ୍ତୁ ନାହିଁ, ଉକ୍ତ ସମୟରେ ନିଜର ସାଧାରଣ ଜ୍ଞାନ ବ୍ୟବହାର କରନ୍ତୁ ବୋଲି ଉପସ୍ଥିତ ଛାତ୍ରଛାତ୍ରୀ ଅଭିଭାବକ,ଏବଂ ସାଧାରଣ ଜନସାଧାରଣଙ୍କୁ ଅବଗତ କରାଇବା ସହ ଯଦି ସାଇବର ଠକେଇ ହେଲେ ତୁରନ୍ତ ଏକ ଘଣ୍ଟା ସମୟରେ ୧୯୩୦ କୁ ଫୋନ କଲେ ଟଙ୍କା ଫେରି ପାଇବାର ଯଥେଷ୍ଟ ସମ୍ଭାବନା ଥାଏ । ସାରା ଓଡ଼ିଶାରେ ଗତବର୍ଷ ତୁଳନାରେ ୧୨୮ ପ୍ରତିଶତ ଅଧିକା ସାଇବର ଅପରାଧ ଘଟିଛି ବୋଲି ସୂଚନା ଦେଇଥିଲେ।ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ବାରା ସାଇବର କ୍ରାଇମ ବିଷୟକୁ ନେଇ ନୃତ୍ୟ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ନେଇ ଗୁଇନ୍ଦା ଦଳ, ଧୁରନ୍ଦର୍ ଦଳ, ହୁସିଆର ଦଳ, ସଚେତନତା ଦଳ ଚାରୋଟି ଦଳ ଗଠନ କରିବା ସହ କିଛି ସାଇବର କ୍ରାଇମ ବିଷୟରେ ପ୍ରଶ୍ନ ପଚରାଯାଇଥିଲା। ଏଥ‌ିରେ ଯେଉଁ ଛାତ୍ରୀମାନେ ସଠିକ ଉତ୍ତର ଦେଇଥିଲେ । ସେମାନଙ୍କୁ ପୋଲିସ ବିଭାଗ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମୁନିଗୁଡା ଥାନା ଏସଆଇ ମନୋରଞ୍ଜନ ବିଶ୍ଵାଳ ପରିଚାଳନା କରିଥିବା ବେଳେ ହେମଲତା ଶବର , ହୋମଗାର୍ଡ କମାଣ୍ଡର ଟୁଲୁ ପାଢି ,ସମେତ ସ୍ଥାନୀୟ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ