।। ପ୍ରତ୍ୟେକ ଜୀବନ ମୂଲ୍ୟବାନ, ସଚେତନ ହୋଇ ଗାଡି ଚଳାଇଲେ ଦୁର୍ଘଟଣାକୁ ଏଡାଇଦିଆଯାଇପାଇବ ।।

Dec 7, 2023 - 17:35
 0  25
।। ପ୍ରତ୍ୟେକ ଜୀବନ ମୂଲ୍ୟବାନ, ସଚେତନ ହୋଇ ଗାଡି ଚଳାଇଲେ ଦୁର୍ଘଟଣାକୁ ଏଡାଇଦିଆଯାଇପାଇବ ।।

ନୂଆପଡା : ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜନ ସାଧାରଣକୁ ସଚେତନ କରାଇବା ନିମନ୍ତେ ଗତ 1 ତାରିଖ ଠାରୁ ଶୂନ ମୃତ୍ୟୁ ସପ୍ତାହ ପାଳନ କାରାଯାଉଛି l ବୁଧବାର ଷଷ୍ଠ ଦିବସରେ କେ ଥ୍ରୀ ଟିଭି ଏବଂ ଆଞ୍ଚଳିକ ପରିବହନ ନୂଆପଡାଙ୍କ ମିଳିତ ଉଦ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ ଖରିଆର ରୋଡ ଗଣପତି ପେଲେସ ଠାରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖରିଆର ରୋଡ ନଗର ପାଳ ସୋନିୟା ଜୈନ ପ୍ରଥମେ କାର୍ଯ୍ୟକ୍ରମର ଶୁଭାରମ୍ଭରେ ଦୀପ ପ୍ରଜ୍ୱାଳିତ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭକରିଥିଲାବେଳେ ଆର.ଟି.ଓ ମାନl ସିଂ , ସମ୍ମାନିତ ଅତିଥିଭାବରେ ଯୋଗଦାନ କରିଥିବାବେଳେ, ଏମଭିଆଇ ବିଜୟ କୁମାର ବେହୁରିୟା, ଖରିଆର ରୋଡ କମର୍ସ ଏବଂ ଚେମ୍ବରର୍ସ ଅଧ୍ୟକ୍ଷ, ସନ୍ଦୀପ ଶର୍ମା, କବି ରାକେଶ ଜୈନ, ଶିକ୍ଷାବିତ ଶିବ ପ୍ରସାଦ ବେହେରା, ଜ଼ିଲ୍ଲା ପଶୁ ଅଧିକାରୀ ପ୍ରଦୀପ କୁମାର ସେଠ ପ୍ରମୁଖ ମଞ୍ଚାସିନ ଥିଲେ l ନୂଆପଡା ଜ଼ିଲ୍ଲାରେ ଦିନକୁଦିନ ଯାନ ବାହାନ ଢୃଘଟଣା ହେବା ଯୋଗୁ ଲୋକଙ୍କ ଜୀବନ ଚାଲି ଯାଉଛି ଏହାକୁ ରୋକିବା ପାଇଁ ଗାଡି ଚାଲକ ନିଜକୁ ନିଜେ ସଚେତନ ହୋଇ ଗାଡି ଚଳାଇବା ଦରକାର ବୋଲି ଆସିଥିବା ମଞ୍ଚାସିନ ଅତିଥି ମାନେ ମତପୋଷଣ କରିଥିଲେ l ଦୁର୍ଘଟଣାର କାରଣ ଓ ନିରାକରଣ ନିମନ୍ତେ ନୀତି ନିୟମ ଅନୁପାଳନ କରାଯିବ ନିମନ୍ତେ ଆବଶ୍ୟକ l ଆଇନ ଉଲଘଂନକାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ସହ ଦ୍ରୁତ ଗାଡି ଚାଳନା, ସଡକ ଆଖ ପାଖରେ ବେଆଇନ ପାର୍କିଙ୍ଗ ତଥା ନାବାଳକଙ୍କ ଦ୍ୱାରା ଗାଡି ଚାଳନା ଉପରେ ଦୃଡ଼ ମନୋଭାବ ପୋଷଣ ପୂର୍ବକ ସେମାନଙ୍କୁ ସଚେତନ କରାଯିବା ଉଚିତ ବୋଲି ଅତିଥିମାନେ ନିଜ ନିଜ ମତ ରଖିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମl କୁମାରୀ ବିଶ୍ୱ ବିଦ୍ୟାଳୟ ଖରିଆର ରୋଡ ଶାଖାର ଅନିତା ଦିଦି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ ସ୍କୁଲ, କୋଲେଜ ଛାତ୍ର ଛାତ୍ରୀ ମାନଙ୍କୁ ମୋଟରଯାନ ନିୟମାବଳୀକୁ କଡାକଡି ପାଳନ କରିବା ପାଇଁ ମାନସିକ ସ୍ତରରେ ଚାଳକ ମାନେ ପ୍ରସ୍ତୁତ ରହିବା ଦରକାର ବୋଲି ସେ କହିଥିଲେ l ସର୍ବୋପରି ସଚେତନତା ଦ୍ୱାରା ହିଁ ସଡକ ଦୁର୍ଘଟଣାକୁ ଏଡାଇଦିଆଯାଇପାରିବ ଏବଂ ବିନା ହେଲେଁମେଟ ଏବଂ ଧୃତ ଗତିରେ ଗାଡି ଚଳାଇଲେ ଢୃଘଟଣା ଘଟେ ତାହା ସେ କାର୍ଯ୍ୟକ୍ରମ ଦ୍ୱାରା ବୁଝାଇ ଶପଥ କରାଇଥିଲେ l କେ ଥ୍ରୀ ଟିଭି ସଞ୍ଚାଳକ ସୁରେଶ ଆଚାରୀ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଦିନକୁ ଦିନ ଜ଼ିଲ୍ଲାରେ ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁହାର ରୋକିବା ଜ଼ିଲ୍ଲା ପ୍ରଶାସନ ଯେଉଁ ପଦକ୍ଷେପ ନିଆଯାଉଛି ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ l

ନୁଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

 

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ