ଅପରେସନ୍ "ସିନ୍ଦୂର" ର ସଫଳତାରେ "ପରାକ୍ରମ" ଶୋଭାଯାତ୍ରା ଅନୁଷ୍ଠିତ

ଭାରତୀୟ ସେନା ବାହିନୀ ପକ୍ଷରୁ ଅପରେସନ୍ ସିନ୍ଦୂର ର ସଫଳତାରେ ଦେଶବାସୀ ପରାକ୍ରମ ଶୋଭାଯାତ୍ରା ଆୟୋଜନ ହୋଇଥିଲା। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଭାରତର ସେନା ବାହିନୀକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଳାହାଣ୍ଡି ଲୋକସଭା ସଦସ୍ୟା ଶ୍ରୀମତୀ ମାଳବିକା ଦେବୀ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଡିଏମ ଶ୍ରୀ ଚୋପଦାର, ବିଜେପି ଜିଲ୍ଲା ସଭାପତି ଓ ୬୪ ବାଟାଲିୟନ ର ପ୍ରମୁଖ ଯୋଗଦାନ କରି ଶୋଭାଯାତ୍ରାକୁ ସଫଳ କରିଥିଲେ । ଅତିଥି ମାନେ ଭାରତୀୟ ସେନାର ପ୍ରଶଂସା କରିବା ସହିତ ଭାରତର ଏକତା ଓ ଅଖଣ୍ଡତା କୁ ରକ୍ଷା କରିବାରେ ସେନାବାହିନୀର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ। ଦେଶବାସୀଙ୍କ ତାଙ୍କ ପ୍ରତି ପୂର୍ଣ୍ଣ ସହଯୋଗ ରହିଛି ବୋଲି କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ନିକଟ ଅତୀତରେ ଜାମ୍ମୁ କାଶ୍ମୀରର ପେହେଲଗାଁଓ ଠାରେ ଆତଙ୍କବାଦୀମାନେ ମାନେ ସେଠାକୁ ଯାଇଥିବା ପର୍ଯ୍ୟଟକଙ୍କୁ ଆକ୍ରମଣ କରି ପ୍ରାୟ ୨୮ ଜଣକୁ ହତ୍ୟା କରିଥିଲେ । ଏହାର ପାଲଟା ଜବାବରେ ଭାରତୀୟ ସେନା ଅପରେସନ୍ "ସିନ୍ଦୂର" ଦ୍ଵାରା ସର୍ଜିକାଲ୍ ଷ୍ଟ୍ରାଇକ କରି ସୀମା ପାରିରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରି ଧ୍ଵଂସ କରି ଦେଇଥିଲେ । ସେନା ବାହିନୀର ଏହି ସଫଳତାରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ବୋଲି ସୂଚନା ଦେଇଥିଲେ ।
କଳାହାଣ୍ଡି ଜିଲ୍ଲା ଭବାନୀ ପାଟରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡିଶା
What's Your Reaction?






