ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଙ୍କ କାର୍ଯ୍ୟ ପ୍ରତି ଅବହେଳା ପାଇଁ ସ୍ୱାସ୍ଥ୍ୟ ଶିବିର ଠଫ କଲେ

May 15, 2025 - 16:32
 0  22
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଙ୍କ କାର୍ଯ୍ୟ ପ୍ରତି ଅବହେଳା ପାଇଁ ସ୍ୱାସ୍ଥ୍ୟ ଶିବିର   ଠଫ କଲେ

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ର ବିସ୍ଥାପିତ ସହ ଦୁର୍ଗମ ଅଞ୍ଚଳ ପଡା ପଦର ପଞ୍ଚାୟତର ପ୍ରତେକ ଗାଁ କୁ ଯାଇ ଭାରତୀୟ ମାନବ ଅଧିକାର ପରିଷଧ ପରିଦର୍ଶନ କରି ସମସ୍ୟା ସ୍ଥିତି ଦେଖି ତାକୁ ସଜାଡ଼ିବା ପାଇଁ ଏକ ଛୋଟ ପ୍ରୟାସ କରିବାରେ ଅହରହ ଚେଷ୍ଟା ଚଳାଇଛନ୍ତି l ଏହି ଅଞ୍ଚଳର ଲୋକଙ୍କୁ ମୌଳିକ ସୁବିଧା କେବେ ବି ଭଲଭାବରେ ମିଳୁନି l ସେଥିପାଇଁ ଭାରତୀୟ ମାନବ ଅଧିକାର ପରିଷଧର ଓଡିଶା ପ୍ରଦେଶ ସଭାପତି ମହମ୍ମଦ ମୁସ୍ଥାଫାଙ୍କ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଳି ମାଗଣା ସ୍ୱାସ୍ଥ୍ୟ ଶିବିର କରିବା ପାଇଁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ପାଖରେ ଲିଖିତ ଆକାର ରେ ଗତ 30/01/2025ରିଖ ଅନୁମତି ପାଇଁ ଆବେଦନ କରିଥିବା କ୍ରମିକ ସଂଖ୍ୟା 808 ନମ୍ବର ବୋଳି ଜଣାପଡିଛି l ପରେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟରତ ଭାବେ ଥିବା ବି.ପି.ଏଚ. ଓ. ପ୍ରଦୂଶ କୁମାର ପଣ୍ଡା ଜୁନାଗଡ଼ ବି. ପି. ଏଚ.ଓ. ଙ୍କ ସହ ଆଲୋଚନା କରିବା ପରେ ଶ୍ରୀ ପଣ୍ଡା ବି.ପି.ଏମ. ଓ. ଦୀପକ ମାଝୀଙ୍କୁ ନିର୍ଦେଶ ଦେଇ ଥିବା ବେଳେ ଶ୍ରୀ ମାଝୀଙ୍କ ସହ ସ୍ୱାସ୍ଥ୍ୟ ଶିବିର କୁ ନେଇ ଶ୍ରୀ ମୁସ୍ଥାଫା ଆଲୋଚନା କରି ସମୟ ବାର ତାରିଖ ନିର୍ଧାରଣ କରାଯାଇଥିଲା l ସେହି ନିର୍ଧାରଣ ତାରିଖ ଗତ 12/05/2025 ସୋମବାର ଦିନ ଶିବିର କରିବା ପାଇଁ ନିର୍ଧାରିତ ହୋଇଥିଲା lଏଥିରେ ସବୁକିଛି ଆୟୋଜନ କରାଯାଇ ବାରମ୍ବାର ଦୀପକ ମାଝୀ ବାବୁ ଙ୍କ ଫୋନ ଯୋଗାଯୋଗ କରି କଥା ବାର୍ତ୍ତା ହେଉଥିଲା ପରେ ବି ସ୍ୱାସ୍ଥ୍ୟ ଶିବିର କୁ ଠପ କରିଦେଲେ l କରଣ ସେଠାକୁ ଜଣେ ବି ଡାକ୍ତର ପଠାଇ ନ ଥିଲେ l ସେଠାରେ ତିନି ଗୋଟି ଗାଁ ରେ ଯଥା. ଭିତର ଡୁଙ୍ଗା, ପଡ଼ାପଦର ପଞ୍ଚାୟତ କାର୍ଯାଳୟ, ଭୁରଭୁରି ଟେମେରା ରେ ଆୟୋଜନ କରାଯାଇଥିଲା ଏବଂ ଅନେକ ଦୂର ଦୂରାନ୍ତ ରୁ ବନ ପାହାଡ଼ ଚଡି ନିଜ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ନେବା ଆଶା ରେ ରୋଗୀ ମାନେ ଯାଇ ସକାଳୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଭୋକ ଉପାସ ରେ ଅପେକ୍ଷା କରି ଥିଲେ l ସେଥିରୁ କିଛି ରୋଗୀ ଭୋକ ଉପାସ କୁ ନ ସମ୍ଭାଳି ନିରାଶ ହୋଇ ଘର କୁ ଫେରିଯାଇଥିଲେ l ମାନବ ଅଧିକାର ଟିମ ଓ ସାଧାରଣ ଜନତା ସହ ସ୍ଥାନୀୟ ସରପଞ୍ଚ ବି ହୋଇ ରାଣ ସହ ଦୁଃଖ ପ୍ରକାଶ କରିଥିଲେ l ସ୍ୱାସ୍ଥ୍ୟ ଶିବିର କୁ ମାନବ ଅଧିକାର ର ଟିମ ଉପସ୍ଥିତରେ ସରକାରୀ କର୍ମଚାରୀ ମାନେ କାର୍ଯ୍ୟ ପ୍ରତି କେତେ ଅବହେଳା କରୁଥିବେ ସ୍ପଷ୍ଟ ଜଣାପଡୁଛି ବୋଳି ପ୍ରକାଶ କରିବା ସହ ଅମାନଙ୍କ ପ୍ରତି ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଭାରତୀୟ ମାନବ ଅଧିକାର ପରିଷଧ ପ୍ରଶାସନ ଓ ସରକାର ପାଖରେ ଲିଖିତ ଅଭିଯୋଗ କରିଛନ୍ତି l ଉକ୍ତ ଶିବିର ରେ ଶହ ଶହ ଲୋକ ଯାଇ ଅପେକ୍ଷାରେ ଥିବା ବେଳେ ଏଠାରେ 9ଟି ଗାଁ କୁ ନେଇ ଆୟୋଜନ କରାଯାଇଥିଲା l ଏଥିରେ ଭାରତୀୟ ମାନବ ଅଧିକାର ପରିଷଦ ର ରାଜ୍ୟ ସଭାପତି ମୁସ୍ଥାଫା, ଜୁନାଗଡ଼ ବ୍ଲକ ସଭାପତି ପଦ୍ମକେଶ୍ବରୀ ଶବର,ଅନିଲ କୁମାର ସାହୁ, ଧବଳେଶ୍ୱର ପାନ,ଘଟୁରାମ ମାଝୀ, ପଙ୍କଜ ଶବର, ମକୁନ୍ଦ ନାଏକ, ମହେଶ୍ୱର ନାଏକ, ରମାକାନ୍ତ ନାଏକ, ମହେନ୍ଦ୍ର ନାଏକ ଖଗପତି ନାଏକ, ସ୍ଥାନୀୟ ସରପଞ୍ଚ ସହ ଶହ ଶହ ଲୋକଙ୍କ ଉପସ୍ଥିତ ହୋଇ ଥିଲେ l ଏହି ଖବର ପ୍ରକାଶ ପାଇଲା ପରେ କଣ କାର୍ଯ୍ୟନୁଷ୍ଠାନ ନେବେ ପ୍ରଶାସନ ତାହା ଦେଖିବାକୁ ଅପେକ୍ଷା l

କଳାହାଣ୍ଡି ମକୁନ୍ଦ ନାଏକଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ