‘ଅପରେସନ୍ ସିନ୍ଦୂର'ର ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ

May 15, 2025 - 16:42
 0  14
‘ଅପରେସନ୍ ସିନ୍ଦୂର'ର  ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ

ନୂଆପଡା : ‘ଅପରେସନ୍ ସିନ୍ଦୂର'ର ସଫଳତା ପରେ ଏହାର ବୀର ଗାଥା ଜଣାଇ ଆଜି ଖରିଆର ରୋଡ ପୌର ପରିଷ ତରଫରୁ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତିନି ବାହିନୀର ବୀର ଯବାନଙ୍କୁ ସମ୍ମାନ ଜଣାଇ ତ୍ରିରଙ୍ଗା ବାଇକ୍ ଯାତ୍ରା ନଗର ପରିକ୍ରମା କରିଥିଲା । ମୁଖ୍ୟ ଅତିଥି ଭାବରେ ନଗର ଅଧକ୍ଷ ସୋନିଆ ଗୋଲଡି ଅଗ୍ରୱାଲ ପତାକା ଦେଖାଇ ଏହି ତ୍ରିରଙ୍ଗା ବାଇକ୍ ଯାତ୍ରାର ଶୁଭାରମ୍ଭ କରିଥିଲେ । ବୀର ଯବାନଙ୍କ ସମ୍ମାନାଜଣାଇ ନିଜେ ନଗର ଅଧକ୍ଷା ବାଇକ୍‌ ରେ ବସି ହାତରେ ତ୍ରିରଙ୍ଗା ଧରି ସହର ପରିକ୍ରମା କରିଥିଲେ । ଏହି ରାଲିରେ ଅନେକ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଥିଲେ । ଏହି ତ୍ରିରଙ୍ଗା ବାଇକ୍ ଯାତ୍ରା ପୌରପରିଷଦ କାର୍ଯ୍ୟଳୟ ଠାରୁ ବାହାରି ଜୋଂକ ଥାନା ପର୍ଯ୍ୟନ୍ତ ଯାଇଥିଲା । ଏହି ତ୍ରିରଙ୍ଗା ଯାତ୍ରାର ମହତ୍ୱ ପ୍ରତ୍ୟେକ ଭାରତୀୟଙ୍କ ଗର୍ବ ଓ ଗୌରବର ପ୍ରତୀକ ଅନୁପ୍ରାଣିତ କରିଥାଏ l ଉକ୍ତ କାର୍ଯ୍ୟକ୍ରମରେ ଉପ-ନଗରପାଳ ବଣ୍ଟି ଡାଗା, ସଂସଦ ପ୍ରତିନିଧି ଗୋଲଡି ଅଗ୍ରୱାଲ, ପାର୍ଷଦ ମୋହନ ଚେଲାକ, ପୋଲିସ ପ୍ରଶାସନ, ଦମକଳ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ଆଇଟିଆଇ ଛାତ୍ର, ସରକାରୀ ବାଳିକା ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ, ପୌର ପରିଷଦର କର୍ମଚାରୀ, ସାମ୍ବାଦିକ ପ୍ରତିନିଧି, ସ୍ଵଛ ସାଥି ଗୋଷ୍ଟି, ସୁପରଭାଇସର ଟିମ, ନିର୍ବାଚିତ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ