।। ସେମିଳିଗୁଡ଼ା ଖୋଲା ମଞ୍ଚରେ ଅସୁନ୍ତୁଷ୍ଟ ପ୍ରକାଶ କଲେ ଜନତା ।।

May 9, 2024 - 21:53
May 10, 2024 - 07:17
 0  541
।। ସେମିଳିଗୁଡ଼ା ଖୋଲା ମଞ୍ଚରେ ଅସୁନ୍ତୁଷ୍ଟ ପ୍ରକାଶ କଲେ ଜନତା ।।

ସେମିଳିଗୁଡା ପ୍ରେସକ୍ଲବରେ ଖୋଲା ମଞ୍ଚ କାର୍ଯ୍ୟକ୍ରମ ସୁନାବେଡ଼ା/ସେମିଳିଗୁଡା:-(ଫାଷ୍ଟ ନ୍ୟୁଜ ଓଡ଼ିଶା )୮/୫ :କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଲକର ସଦର ମହକୁମାର ପ୍ରେସକ୍ଲବ ପରିସରରେ କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦିତା କରୁଥିବା ବିଜେପି ପ୍ରାର୍ଥୀ ରଘୁରାମ ମାଛ,ବିଜେଡିର ପ୍ରାର୍ଥୀ ରଘୁରାମ ପଡାଲ, ଆପର ପ୍ରାର୍ଥୀ କର୍ପୁର ହନ୍ତାଳଙ୍କୁ ନେଇ ଏକ ଖୋଲା ମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପ୍ରେସକ୍ଲବର ସଭାପତି ଅଜୟ ସାହୁ,ସଂପାଦକ ମନୋଜ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ଉପସ୍ଥିତ ତିନିଦଳର ପ୍ରାର୍ଥୀମାନେ କାହିଁକି ଓ କିପରି ରାଜନୀତିକୁ ପ୍ରବେଶ କଲେ ଓ କେଉଁ ଆଶା ନେଇ ନିର୍ବାଚନ ରଣାଙ୍ଗନରେ ପଦାର୍ପଣ କରିଛନ୍ତି ସେ ବିଷୟରେ ସବିଶେଷ ତଥ୍ଯ ଉପସ୍ଥାପନ କରିଥିଲେ ।ନିଜ ନିଜ ଦଳର ଆଭିମୁଖ୍ଯ ପ୍ରକାଶ କରିବା ସହିତ କୋରାପୁଟ ନିର୍ବାଚନ ମଣ୍ଡଳୀର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।ସମବେତ ଶତାଧିକ ବରିଷ୍ଠ ନାଗରିକ, ବ୍ଯବସାୟୀ,ସଚେତନ ନାଗରିକ, ସାମ୍ବାଦିକ, ବିସ୍ଥାପିତ, ବେକାର ଯୁବକଯୁବତୀ, ବିଭିନ୍ନ ସମସ୍ୟାରେ ପୀଡିତ ଜନସାଧାରଣ ସେମାନଙ୍କର ପ୍ରଶ୍ନ ପ୍ରାର୍ଥୀମାନଙ୍କ ଆଗରେ ରଖିଥିଲେ ।ପ୍ରାର୍ଥୀମାନେ କିଛି ପ୍ରଶ୍ନର ଉତ୍ତର ସମବେତ ନାଗରିକଙ୍କୁ ପ୍ରଦାନ କରିପାରିନଥିଲେ ଯେପରିକି ଗୋଟିଏ ପ୍ରଶ୍ନ ୨୦୧୪ରେ କୋରାପୁଟ ଜିଲ୍ଲାରୁ ୮ରୁ୯ ପ୍ରତିଶତ ଦାଦନ ଖଟିବାକୁ ଯାଉଥିବା ବେଳେ ଆଜିକୁ ତାହା ବୃଦ୍ଧି ହେଇ ୨୫ପ୍ରତିଶତ ଶ୍ରମିକମାନେ ଦାଦନ ଖଟିବାକୁ ଯାଉଛନ୍ତି ଏହାର ଉତ୍ତର ଦିଆଯାଇ ନଥିଲା ଏହା ସହିତ ଏନେକ ଲୋକେ ପ୍ରଶ୍ନ କରିବାକୁ ପ୍ରସ୍ତୁତ ଥିବା ବେଳେ ଜନମଞ୍ଚ ପକ୍ଷରୁ ସୁଯଗ ଦିଆଯାଇ ନଥିବା ଦେଖିବାକୁ ମିଳିଥିଲା ।ପ୍ରେସକ୍ଲବର ଏଭଳି ଖୋଲା ମଞ୍ଚକୁ ସବୁ ମହଲରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ