।। ସିନାପାଲି ନଗର ବଣିକ ସଂଘ ଗଠିତ ।।

Dec 28, 2023 - 15:53
 0  14
।। ସିନାପାଲି ନଗର ବଣିକ ସଂଘ ଗଠିତ ।।

ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ସିନାପାଲି ସ୍ଥିତ ଅଗ୍ରସେନ୍ ଭବନ ପରିସରରେ ଗତ କାଲି ୨୬ ତାରିଖ ଦିନ ସିନାପାଲି ନଗର ବଣିକ ସଂଘ ର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି l ଏହି ଅବସର ରେ ଅନୁଷ୍ଠିତ ବୈଠକ ରେ ସ୍ଥାନୀୟ ବରିଷ୍ଠ ବ୍ୟବସାୟୀ ପ୍ରଦୀପ କୁମାର ଜୈନ ସର୍ବ ସମ୍ମତି କ୍ରମେ ସଭାପତି ଭାବରେ ମନୋନୀତ ହୋଇ ଥିବା ବେଳେ ସନ୍ତୋଷ କୁମାର ମେହେର ଉପ ସଭାପତି ହରେକୃଷ୍ଣ ମେହେର ସମ୍ପାଦକ , ଚିତ୍ତ ରଞ୍ଜନ ମେହେର ଯୁଗ୍ମ ସମ୍ପାଦକ, ସଞ୍ଜୀବ ମେହେର ଓ ବିନ୍ଦୁ ସାଗର ମେହେର କୋଷାଧ୍ୟକ୍ଷ ଭାବରେ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି l ସେହିପରି ନୀଳମଣି ମେହେର, ହୃଷୀକେଶ ମେହେର, ହରେଶ କୁମାର ଜୈନ, ଗଣେଶ ମେହେର, ବିଘ୍ନରାଜ ମେହେର, ବାସୁଦେବ ମେହେର ପ୍ରମୁଖ ଉପଦେଷ୍ଟା ଭାବରେ ମନୋନୀତ ହୋଇଛନ୍ତି l

ନୂଆପଡ଼ା ରୁ ଝଙ୍କେଶ୍ୱର ବନ୍ଦୀଛରଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ