ସାରା ବିଶ୍ୱ ପ୍ରସିଦ୍ଧ ମେଲଘରା ବିଦ୍ୟାଳୟ ଠାରେ ବିଭିନ୍ନ ସମସ୍ୟାରେ ଶିକ୍ଷାଦାନ ଚାଲିଛି

Feb 25, 2026 - 06:52
 0  47
ସାରା ବିଶ୍ୱ ପ୍ରସିଦ୍ଧ ମେଲଘରା ବିଦ୍ୟାଳୟ ଠାରେ ବିଭିନ୍ନ ସମସ୍ୟାରେ ଶିକ୍ଷାଦାନ ଚାଲିଛି

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ନାକରୁଣ୍ଡି ପଞ୍ଚାୟତ ମେଲଘରା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ସମସ୍ୟା ରେ ପାଠ ପଢା ଚାଲିରହିଛି l ଏଥିରେ ମୋଟ ୪୪ଜଣ ଛାତ୍ର ଛାତ୍ରୀ ରହିଥିବା ବେଳେ ଦୁଇଜଣ ଶିକ୍ଷକ l ଜଣେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସହଦେଵ ଦିଶାରୀ, ଆଉ ରାଇଫୁଲ ମାଝୀ ସହ ଜଣେ ଶିଶୁ ସେବିକା ଭାବରେ ନୂତନ ଭାବରେ କାର୍ଯ୍ୟ କରୁଛନ୍ତି l ଏଠାରେ ପ୍ରଥମ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି l ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଏକ ଶ୍ରେଣୀ ଗୃହ ରେ ପାଞ୍ଚଟି ଶ୍ରେଣୀର ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି l ସେଥିପାଇଁ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢିବାକୁ ଅସୁବିଧା ହେଉଛି ବୋଳି ପ୍ରକାଶ କରିଥିଲେ l ବିଦ୍ୟାଳୟ କୁ ଶ୍ରେଣୀ ଗୃହ, ରୋଷେଇ ଗୃହ,ବିଦ୍ୟାଳୟ ର ଚାରି ପାଖ ପାଚେରୀ, ପାନୀୟ ଜଳ ଏସବୁ ଅତି ଜରୁରୀ ପଢୁଛି ତେଣୁ ଶିକ୍ଷାବିଭାଗ ଏହି ସମସ୍ୟା ପ୍ରତି ଧ୍ୟାନ ଦେଲେ ପାଠ ପଢା ଅସୁବିଧା ହୋଇ ନଥାନ୍ତା ବୋଳି ଗ୍ରାମ ବାସି ସହ ପରିଚାଳନା କମିଟି ଜଣାଇଥିଲେ l ବିଦ୍ୟାଳୟ ର ସମ୍ମାରେ ପାଚେରୀ ଅଛି ହେଲେ ଆଉ ଅନ୍ୟ ତିନି ପାର୍ଶ୍ଵ ରେ ପାଚେରୀ ନାହିଁ ତେଣୁ ଅନେକ ଗାଈ ଗୋରୁ ପରିଶୋରରେ ପଶି ପାରିବେଶ ନଷ୍ଟ କରୁଛନ୍ତି l ଚତୁ ପାର୍ଶ୍ଵରେ ପାଚେରୀ ହେଲେ ପାରିବେଶ ସୁନ୍ଦର ହୋଇପାରିବ l ପିଇବା ପାଇଁ ଯେଉଁ ନଳକୂପ ଅଛି ସେଥିରେ କାଦୁଅ ଦୂଷିତ ପାଣି ବାହାରୁଛି l ବହୁତ ଭଲ ଭାବରେ ପାଠ ପଢା ଚାଲିଛି ହେଲେ ଏହି ସମସ୍ୟା ପାଇଁ କେହି ଦୃଷ୍ଟି ନ ଥିବା ଜଣାପଡୁଛି l ଦାନ ମାଝୀ ନିଜ ସ୍ତ୍ରୀ ଶବ କୁ କାନ୍ଧରେ ବୋହି ନେବା ସାରା ବିଶ୍ୱରେ ପ୍ରସିଦ୍ଧ କିନ୍ତୁ ଗାଁ କୌଣସି ସମସ୍ୟା ସମାଧାନ ଆଜି ଯାଏଁ ହୋଇ ପାରିନି l ଏହି ବିଦ୍ୟାଳୟ ର ସମସ୍ୟା କୁ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ଙ୍କୁ ଫୋନରେ ଯୋଗାଯୋଗ କରିବା ପରେ କହିଲେ କି ହଁ ବି. ଡ଼ି. ଓ. ସାରଙ୍କୁ ଜଣାଯାଇଛି କେତେ ଦିନ ଭିତରେ ସମାଧାନ ହୋଇଯିବ ବୋଳି କହିଥିଲେ l ଯଦି ସମାଧାନ ନ ହୁଏ ପୁଣି ବି. ଡ଼ି. ଓ. ସାର ଙ୍କ ପାଖରେ ଯାଇ ଲିଖିତ ଭାବରେ ଜଣାଇବୁ ବୋଳି ଉତ୍ତର ରଖିଥିଲେ l ଦେଖା ଯାଉ ଆଗାମୀ ଦିନରେ କଣ ସୁବିଧା ହେଉଛି ନା ନାହିଁ ତାହା ସମୟ କହିବ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ