ସାଇଆଦର୍ଶ ଗୁପ ଅଫ ଇନ ଷ୍ଟିଟ୍ୟୁଟ ରେ ଧୁମ ଧାମରେ ପାଳନ କଲେ ବାର୍ଷିକ ଉତ୍ସବ
ସାଇଆଦର୍ଶ ଗୁପ ଅଫ ଇନ ଷ୍ଟିଟ୍ୟୁଟ ରେ ଧୁମ ଧାମରେ ପାଳନ କଲେ ବାର୍ଷିକ ଉତ୍ସବ, ଆଜି ଜାନୁଆରୀ ମାସ ୨୬ ତାରିଖ ସାରା ଭାରତବର୍ଷ ପାଇଁ ଏକ ଗୌରବ ଦିନ, ଏହି ଦିନରେ ଆମେ ସାଧାରଣତନ୍ତ୍ର ଦିବସ ହିସାବରେ ପାଳନ କରିଆଉ । ଆଜିର ଏହି ଶୁଭଦିନରେ ସାଇଆଦର୍ଶ ବିଦ୍ୟାଳୟ ତାର ଆଦର୍ଶ ତା ଭିତରେ ସାଧାରଣତନ୍ତ୍ର ଦିବସ ଧୁମଧାମରେ ପାଳନ କରିବା ସହିତ, ବାର୍ଷିକ ଉତ୍ସବକୁ ମଧ୍ୟ ଏକ ଆଧୁନିକତାର ବ୍ୟବସ୍ଥା ଭିତରେ ଗୁରୁକୂଳ ପରିବେଶରେ ଧୁମଧାମରେ ପାଳନ କଲେ ସମସ୍ତ ଛାତ୍ରଛାତ୍ରୀ ଅଭିଭାବକ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀତଥା ଅତିଥି ବୃଦ୍ଧ, ଏହି ଉତ୍ସବରେ ମୟୂରଭଞ୍ଜ ଜିଲ୍ଲା ର ୨୫ଜଣ ଅଭିଜ୍ଞ ଓ ଆଦର୍ଶ ଶିକ୍ଷକଙ୍କୁ ଗୁରୁ ଗୌରବ ସମ୍ମାନରେ ସମ୍ମାନିତ କରାଯାଇ ଥିଲା। ଆଜିରଦିନରେ ଏହି ଅନୁଷ୍ଠାନ ତାର ଗୁଣାତ୍ମକ ଶିକ୍ଷା ଏଠାରେ ପଠନା ରତ ଛାତ୍ରଛାତ୍ରୀ ମାନଙ୍କୁଯୋଗାଇଦେବାପାଇଁ ଏବେକାର ଆଧୁନିକ ବ୍ୟବସ୍ତା ସହିତ ଗୁରୁକୁଳ ପରିବେଶ ମଧ୍ୟରେ ସଦାସର୍ବଦା ଚେଷ୍ଟିତ। ପ୍ରତିବର୍ଷ ଏହି ଅନୁଷ୍ଠାନ ମାଧ୍ୟମିକ ପରିକ୍ଷା ଓ ଉଚ୍ଚମାଧ୍ୟମିକ ପରିକ୍ଷାରେ ସଫଳତା ଅର୍ଜନ କରି ପିଲାମାନଙ୍କର ଉଦ୍ବଳଉଚ୍ଚିଷ୍ୟତ ଗଠନ କରିବା ସହିତ ଏକ ସୁସ୍ତ ସମାଜ ଗଠନ କରିବାରେ ଅଗ୍ରଣୀ ଭୂମିକା ଅର୍ଜନ କରି ଆଜି ଉତ୍ତର ଓଡ଼ିଶାର ଏକ କ୍ଷ୍ୟାତି ସମ୍ପର୍ଣ୍ଣ ଅନୁଷ୍ଠାନ ହିସାବରେ ପରିଚୟ ସୃଷ୍ଟି କରିପାରିଚି। ଏଠାରେ ଉନ୍ନତମାନର ଶିକ୍ଷାଦାନ ଅଭିଜ୍ଞ ଉଚ୍ଚଶିକ୍ଷିତ ଶିକ୍ଷକ ମାନଙ୍କ ଦ୍ଵାରା ଦିଆଯାଇଥାଏ।ଯାହା ଫଳରେ ସମସ୍ତ ଏବଂ ସବୁ ବର୍ଗର ପିଲାମାନେ ସଫଳତା ଅର୍ଜନ କରିବାରେ ସକ୍ଷମ ହୋଇଥାନ୍ତି । ଆଜିର ଏହି ଉତ୍ସବରେ ମୁଖ୍ୟଅତିଥି ମାନ୍ୟବର ବିଧାୟିକା ବାଙ୍ଗିରିପୋଷି ସୁଶ୍ରୀ ସଞ୍ଜଳି ମୁର୍ମୁ ଉପସ୍ଥିତ ରହି ପିଲାମାନଙ୍କର ଉଦ୍ଜଳ ଭବିଷ୍ୟତ କାମନା କରିବା ସହିତ ଏହି ଅନୁଷ୍ଠାନର ଗୁଣାତ୍ମକ ଶିକ୍ଷାକୁ ପ୍ରସଂସା କରିଥିଲେ। ଏହି ଅନୁଷ୍ଠାନର ଫାଉଣ୍ଡର ଙଃ ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ଅନୁଷ୍ଠାନ ପ୍ରତି କର୍ତ୍ତବ୍ୟ ଓ ନିଷ୍ଠା ସବୁ ମହଲରେ ପ୍ରସଂସନିୟ।
ବାରିପଦା ଗୌର ଦାସ ଗିରି
What's Your Reaction?
Like
2
Dislike
0
Love
0
Funny
0
Angry
0
Sad
0
Wow
0