ସାଇଆଦର୍ଶ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଭୂତପୂର୍ବ ସଫଳତା
ବାରିପଦା.... ୨୦ /୦୫/୨୬ ଉତ୍ତର ଓଡିଶାର ଅଗ୍ରଣୀ ଘରୋଇ ଶିକ୍ଷାନୁଷ୍ଠାନ ସାଇଆଦର୍ଶ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଚଳିତ ବର୍ଷ ଉଭୟ +୨ ବିଜ୍ଞାନ ଓ କଳାରେ ଶତ ପ୍ରତିଶତ ସଫଳତା ହାସଲ କରିବା ସହିତ ପରୀକ୍ଷାର୍ଥୀ ମଧ୍ୟରୁ ବିଜ୍ଞାନରେ ୮୮% ଛାତ୍ରଛାତ୍ରୀ ଓ କଳାରେ ୮୯% ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଭର୍ତ୍ତୀର୍ଣ୍ଣ ହୋଇଛନ୍ତି ।ବିଜ୍ଞାନରେ କରନ କୁମାର ମହାନ୍ତ ଓ ସୁରୋଜ କୁମାର ଭୋଳ ୯୨.୩୩%, ଦେବବ୍ରତ ବେହେରା ୯୧.୫୦%,ଚନ୍ଦ୍ରାୟ ମୁର୍ମୁ ୯୦.୧୭% ଦେବା ଶିଷ ନାଏକ ୮୯.୫୦% ଖୁସି ମଣି ମହାନ୍ତ ୮୯.୫୦%କିଶୋର ମହାନ୍ତ ୮୯.୧୭%,ପରାଗମଣ୍ଡଳ ୮୮% ନମ୍ବର ରଖିଥିଲା ବେଳେ,+9 କଳାରେ ଗାୟତ୍ରୀ ଘୋଷ ୯୨.୩୩% ଆୟୁଷିଅଭିପସା ସେଠୀ ୯୦.୧୭% ଦୁହିତା ମହାନ୍ତ ୮୮.୫୦% ପ୍ରିୟଦର୍ଶିନୀ ପାଲ ୮୬.୮୩%, ଏମଏସ ରିମଝିମ ୮୩.୮୩% ନମ୍ବରରଥି ବଡ଼ ସଫଳତା ଆଣିଛନ୍ତି । ଏହି ଅନୁଷ୍ଠାନର ଖ୍ୟାତିସମ୍ପନ୍ନ ଅଭିଜ୍ଞ ଉଚ୍ଚଶିକ୍ଷିତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ଦ୍ଵାରା ଉଚ୍ଚକୋଟିର ଗୁଣାତ୍ମକ ଶିକ୍ଷାଦାନ ପ୍ରଣାଳି ଓ ପ୍ରଚେଷ୍ଟା ଛାତ୍ରଛାତ୍ରୀ ମାନଙ୍କୁ ସଫଳତା ଆଣିଦେଇ ପାରିଛି।ଏହି ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆସିଷ୍ କୁମାର ଦେ, ମୁଖ୍ୟ ଉପଦେଷ୍ଟା ଶିକ୍ଷାବିତ ଡଃ ପୂର୍ଣ୍ଣଚନ୍ଦ୍ର ସାହୁ, ସଭାପତି ମିନାରାନୀ ସାହୁ, ବରିଷ୍ଠ ପ୍ରସାସକ ପ୍ରଦୀପ କୁମାର ସାହୁ ଖୁସି ବ୍ୟକ୍ତି କରିବା ସହିତ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ସମସ୍ତ ଛାତ୍ରଛାତ୍ରୀମାନଙ୍କର ଉଦ୍ଜଳ ଭବିଷ୍ୟତ କାମନା କରିବା ସହିତ ସମସ୍ତ ଅଧ୍ୟାପକ ଓ ଅଧ୍ଯାପିକାମାନଙ୍କୁ ସାଧୁବାଦ ଜଣାଇଛନ୍ତି । ସାଇଆଦର୍ଶ ବିଦ୍ୟାଳୟ ଉତ୍ତର ଓଡ଼ିଶାର ଏକ ଖ୍ୟାତିସମ୍ପନ୍ନ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଆଧୁନିକତାର ବ୍ୟବସ୍ଥା ଭିତରେ ଗୁରୁକୂଳ ପରିବେଶରେ ତାର ଆଦର୍ଶତାକୁ ବଜାଇ ଏହି ପରି ପ୍ରତିବର୍ଷ ସଫଳତା ଛୁଇଁ ଚାଲିଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
1