ଶ୍ରୀ ବିଶ୍ଵବିଦ୍ୟାଳୟ ଦ୍ଵାରା ନିଶାମୁକ୍ତ ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ ଉଦଯାପିତ

Jan 24, 2026 - 17:43
 0  13
ଶ୍ରୀ ବିଶ୍ଵବିଦ୍ୟାଳୟ ଦ୍ଵାରା ନିଶାମୁକ୍ତ ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ ଉଦଯାପିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୨୪.୦୧.୨୦୨୬ ରିଖ : ସ୍ଥାନୀୟ ବି ଡି କଲେଜ ପରିସର ରେ ନିଶାମୁକ୍ତି ମାଷ୍ଟର ସ୍ବେଛାସେବୀ ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛି ! ବିଗତ ୧୬ ତାରିଖ ରେ ତେନ୍ତୁଳିଖୁଣ୍ଟି ଠାରୁ ଆରମ୍ଭ ହୋଇ ନବରଙ୍ଗପୁର ସହର ଦେଇ ନିଶାମୁକ୍ତ ସମାଜ ଗଠନ ନିମନ୍ତେ ଏକ ବିରାଟ ରାଲି ଆରମ୍ଭ ହୋଇ ଲୋକ ଙ୍କୁ ସଚେତନ କରାଯାଇ ବି ଡି କଲେଜ ପର୍ଯ୍ୟନ୍ତ ପହଞ୍ଚିଥିଲେ ! ଶ୍ରୀ ବିଶ୍ଵବିଦ୍ୟାଳୟ ର ଆର୍ଟ ଅଫ ଲିଭିଂ ଫାଉଣ୍ଡେସନ ଦ୍ଵାରା ପାଖାପାଖି ଜିଲ୍ଲାର ୪୦ ଯୁବକ ଯୁବତୀ ଙ୍କୁ ମାଷ୍ଟର ସ୍ବେଛାସେବୀ ଭାବରେ ନିଶାମୁକ୍ତ ସମାଜ ଗଠନ ଦିଗରେ ବିଭିନ୍ନ ପ୍ରଶିକ୍ଷଣ ଦିଆଯାଇଥିଲା !ଏଥିରେ ଶ୍ରୀ ବିଶ୍ଵବିଦ୍ୟାଳୟ ରୁ ଭୋଳାନାଥ ଜେନା ମାଷ୍ଟର ରୂପରେ ପହଞ୍ଚି ଏକ ସପ୍ତାହ ବ୍ୟାପୀ ପ୍ରଶିକ୍ଷଣ ଦେଇଥିଲେ ! ଏଥିରେ ଶିକ୍ଷା ଲାଭ କରିଥିବା ମାଷ୍ଟର ସ୍ବେଛାସେବୀ ମାନେ ପରକ୍ଷଣରେ ଗ୍ରାମ ,ଶିକ୍ଷା ଅନୁଷ୍ଠାନ,ପଞ୍ଚାୟତ,ସ୍ଵୟଂସହାୟକ ଗୋଷ୍ଠୀ ଏବଂ ସହରାଞ୍ଚଳ ମାନଙ୍କରେ ନିଶା ଦ୍ଵାରା ଶାରିରୀକ ଏବଂ ମାନସିକ ସ୍ତରରେ ହେଉଥିବା କ୍ଷତି ବିଷୟରେ ଅବଗତ କରାଇ ଏହାକୁ କିପରି ବନ୍ଦ କରାଯିବ ତା ଉପରେ ବୁଝାଇବା ସହିତ ସଚେତନ କରିବେ ! ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହଯୋଗରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହୋଇ ବିଗତ ୧୬ ଜାନୁଆରୀ ଠାରୁ ଆରମ୍ଭ ହୋଇ ୨୨ ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ! ଉଦଯାପନ ଦିବସରେ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତପନ ଖୁଣ୍ଟିଆ ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମଳୟ ପ୍ରଧାନ ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର,ପହଞ୍ଚି ପ୍ରଶିକ୍ଷକ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ ! ଅତିରିକ୍ତ ଜିଲ୍ଲାପାଳ ଧୀରେ ଧିରେ ଯୁବ ପୀଢ଼ି ନିଶା କବଳରେ ପଡ଼ି ଯାଉଥିବାରୁ କ୍ଷୋଭ ପ୍ରକାଶ କରିବା ସହ ଏହାର ସମାଧାନ ଦିଗରେ ଆନ୍ତରିକତା ସହିତ କାମ କରିବାକୁ କହିଥିଲେ ! ସାମାଜିକ ସୁରକ୍ଷା ଅଧିକାରୀ ଜିଲ୍ଲାରେ ନିଶା କାରବାର ଉପରେ ପୋଲିସ ପ୍ରଶାସନ ରୋକ୍ ଲଗାଇବା ପାଇଁ ଚେଷ୍ଟା କରନ୍ତୁ ବୋଲି କହିଥିଲେ ! ସମସ୍ତ ଅଂଶ ଗ୍ରହଣକାରି ମାନେ ଶପଥ ପାଠ କରିଥିଲେ ! ଆଶା କିରଣ ଅଧ୍ୟକ୍ଷ ଜଗନ୍ନାଥ ବେହେରା ଏବଂ ବିଶ୍ୱଜିତ୍ ମହାନ୍ତି ଉପସ୍ଥିତ ରହି ପ୍ରଶିକ୍ଷଣ କୁ ଆଗକୁ ବଢ଼ିବାରେ ସହଯୋଗ କରିଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ