।। ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲାକାଙ୍କ ଗୁଡ଼ାରୀ ଏନଏସି ଓ ଖାରିଗୁଡ଼ା ଗ୍ରାମପଞ୍ଚାୟତ ଗସ୍ତ ।।

Feb 23, 2024 - 12:10
 0  21
।। ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲାକାଙ୍କ ଗୁଡ଼ାରୀ ଏନଏସି ଓ ଖାରିଗୁଡ଼ା ଗ୍ରାମପଞ୍ଚାୟତ ଗସ୍ତ ।।

ରାୟଗଡ଼ା ତା - ୨୨.୦୨.୨୦୨୪ କୋରାପୁଟ ନିର୍ବାଚନ ମଣ୍ଡଳୀର ଲୋକସଭା ସାଂସଦ ଶ୍ରୀ ସପ୍ତଗିରି ଶଙ୍କର ଉଲାକା ଗୁଡାରି ପୌରପରିଷଦ ଓ ଖାରିଗୁଡ଼ା ଗ୍ରାମପଞ୍ଚାୟତର ୫ଟି ଗ୍ରାମ ଗସ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସକାଳ ୧୧.୦୦ ଘଟିକା ସମୟରେ ଇଣ୍ଡିଆନ ପେଟ୍ରୋଲ ପମ୍ପଠାରୁ ଟାଉନହଲ ପର୍ଯ୍ୟନ୍ତ ଏକ ପଦଯାତ୍ରା ବାହାରିଥିଲା। ଏହାପରେ ମାନ୍ୟବର ସାଂସଦ ସେଠାରେ ଆୟୋଜିତ ପଥପ୍ରାନ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।  ପରେ ସେ ତାଙ୍କ ଅଭିଭାଷଣରେ  ଗୁଡ଼ାରୀରୁ ଭୁବନେଶ୍ୱର ଓ ଜୟପୁରକୁ ଓଏସଆରଟିସି ବସ୍ ଚଳାଚଳ , ଗୁଡ଼ାରୀ ବିଜ୍ଞାନ ମହାବିଦ୍ୟାଳୟ ପାଇଁ ଶିକ୍ଷକ ନିଯୁକ୍ତି , ଗୁଣୁପୁରରୁ ଥେରୁବାଲି ପଦ୍ମପୁର ଦେଇ ରେଳ ଚଳାଚଳ ପ୍ରକ୍ରିୟାରେ ବିଳମ୍ବ ଆଦି ସମସ୍ୟା ଉପରେ ପ୍ରଶ୍ନ ଉଠାଇଥଲେ। ପରିଶେଷରେ ଏହି ଅଞ୍ଚଳରେ ଏକ ଆଇଟିଆଇ କଲେଜ ପାଇଁ ଦାବି ଉପସ୍ଥାପନା କରିଥିଲେ। ସେହିପରି ସେ ନିଜ ବକ୍ତବ୍ୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୁର୍ନୀତି ଓ ଏକଚାଟିଆ ଶାସନ ବାବଦରେ ଲୋକଙ୍କୁ ଅବଗତ କରାଇଥିଲେ। ପୂର୍ବାହ୍ନରେ ଶ୍ରୀ ଉଲାକା ଖାରିଗୁଡ଼ା ଗ୍ରାମ ପଞ୍ଚାୟତର ୫ଟି ଗ୍ରାମ ତଳମନିପଦର , ବଡଗୋରଠ, ତଳବନ୍ଧଗୁଡ଼ି , କନ୍ଧ ପେଣ୍ଡିଲି ଓ ଡେଲିବନ୍ଧ ଗ୍ରାମ ପରିଦର୍ଶନ କରିଥିଲେ । ଏହି ଅଞ୍ଚଳର ବିଭିନ୍ନ ସମସ୍ୟା ଯଥା ପାନୀୟଜଳ ଅଭାବ, ରାସ୍ତା ମରାମତି, ପିଲାଙ୍କ ପଢ଼ିବା ପାଇଁ ବିଦ୍ୟାଳୟର ଉତ୍ତମ ଭିତ୍ତିଭୂମି ନିର୍ମାଣ ଆଦି ଦିଗରେ ସମୀକ୍ଷା କରି ଏହାର ସମାଧାନ ପାଇଁ ସରକାରୀ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ପରେ ଶ୍ରୀ ଉଲାକା ଏହି ଗ୍ରାମରେ ଲୋକଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ଅସୁବିଧା ବିଷୟରେ ପଚାରି ବୁଝିଥିଲେ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ