ରୟାଲସ ପ୍ରିମିୟର ଲିଗର ଚତୁର୍ଥ ଦିନରେ 4ଟି ମ୍ୟାଚ
ବାରିପଦା ତା 7/1(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା.) ବାରିପଦା ଷ୍ଟେସନ ଆଥେଲେଟିକ ଆସୋସିଏସନ ଆନୁକୁଲ୍ୟରେ ଆୟୋଜିତ ଏକାଦଶ ବାର୍ଷିକ ରୟାଲ୍ସ୍ ପ୍ରିମୀୟର ଲିଗର ୪ର୍ଥ ଦିନରେ ୪ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି. ଆଜି ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଓ ସମ୍ମାନିତ ଅତିଥି ଭାବେ କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର ଯୋଗଦେଇ ଆଜିର ଖେଳକୁ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ଲିଗର ସଭାପତି ସଞ୍ଜୀବ ଦ୍ବିବେଦୀ, ଷ୍ଟେସନ ଏଥଲେଟିକ ଏସୋସିଏସନର ଉପ ସଭାପତି ଆଦିତ୍ୟ ଦଣ୍ଡପାଟ, କ୍ରିକେଟ ସମ୍ପାଦକ ରାମେଶ୍ବର ମାଝୀ ଏବଂ କ୍ଲବର ସଦସ୍ୟ ମାନେ ଉପସ୍ଥିତ ଥିଲେ. ପ୍ରଥମ ମ୍ୟାଚରେ ପରି ଚାଲେଞ୍ଜର ୬ ଉଇକେଟରେ ଥ୍ରୀଲର ଦଳକୁ ପରାସ୍ତ କରିଥିବା ବେଳେ ବିକି ମାହାନା ମ୍ୟାନ ଅଫ ଦି ମ୍ୟାଚ, ୨ୟ ମ୍ୟାଚରେ ଭି ରୋର ୯ ରନରେ ଆଞ୍ଜେଲ ରଣା ଦଳକୁ ପରାସ୍ତ କରିଥିବା ବେଳେ ହରିଶଙ୍କର ଘୋଷ ମ୍ୟାନ ଅଫ ଦି ମ୍ୟାଚ, ୩ୟ ମ୍ୟାଚରେ ମା ତାରିଣୀ ୱରିୟାର୍ସ ଦଳ ୫ ଉଇକେଟରେ ଏମାରଜିଙ୍ଗ ଟାଇଟନ ଦଳକୁ ପରାସ୍ତ କରିଥିବା ବେଳେ ପ୍ରବୀଣ ଘଣା ମ୍ୟାନ ଅଫ ଦି ମ୍ୟାଚ ଏବଂ ୪ର୍ଥ ମ୍ୟାଚରେ ମା ଅମ୍ବିକା ସୁପର ସ୍ମାସରସ ୬ ଉଇକେଟରେ ଜଗନ୍ନାଥ ୱରିୟାର୍ସ ଦଳକୁ ପରାସ୍ତ କରିଥିବା ବେଳେ ପ୍ରୀତିଦେବ ଜେନା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ. ଲକ୍ଷ୍ମୀଧର ସିଂ, ପ୍ରସନ୍ନଜିତ ମହାନ୍ତି, ଅବିନାଶ କଲିଆ ଓ ତାପସ ଦେ ଖେଳ ପରିଚାଳନା କରିଥିବା ବେଳେ ସ୍କୋରିଙ୍ଗରେ ବିଭୁ ଓ ମ୍ୟାଚ ରେଫେରୀ ଭାବେ ରାଜେଶ ସାହୁ ସହଯୋଗ କରିଥିଲେ. ପଙ୍କଜ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ.
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0