।। ରାମ ଲାଳାଙ୍କ ମନ୍ଦିର ଓ ପ୍ରତିମୂର୍ତ୍ତୀ ପ୍ରାଣ ପ୍ରତିଷ୍ଠା ଉତ୍ସବ ରେ ଉତ୍ସବ ମୁଖର ବିଷମକଟକ ସହର l।

ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଆଗମନ ଓ ଭବ୍ୟ ପ୍ରାଣ ପ୍ରତିଷ୍ଠା ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଯାହାକୁ ନେଇ ଆଜି ରାୟଗଡା ଜିଲ୍ଲା ବିଷମକଟକ ସହର ସମେତ ପୁରପଲ୍ଲୀରେ ଅପୂର୍ବ ଆନନ୍ଦ ସହ ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବବେଗ ଦେଖାଦେଇଛି l ଏହି ପବିତ୍ର ଦିନ ଅବସରରେ ରାୟଗଡା ଜିଲ୍ଲା ବିଷମକଟକ ସହରରେ ମଧ୍ୟ ଆଜି ଘରେଘରେ ପୂର୍ଣ୍ଣ କୁମ୍ଭ ରଖିବା ସହ ନାମ ସଙ୍କୀର୍ତ୍ତନରେ ସମଗ୍ର ପରିବେଶ ଉତ୍ସବ ମୁଖର ହୋଇଯାଇଅଛି l ପ୍ରତ୍ୟକ ଛକ ଛକରେ ମର୍ଯ୍ୟାଦା ପୁରଷତ୍ତମ ଶ୍ରୀରାମଙ୍କ ଆଗମନ ନିମନ୍ତେ ପୂଜାପାଠ ସଙ୍କୀର୍ତ୍ତନ କରାଯିବା ସହ ଘରେ ଘରେ ଦୀପପ୍ରଦୀପ ଜଳାଇ ଦୀପାବଳୀ ପରିବେଶ ସୃଷ୍ଟି ହୋଇଛି l ଏହି ଅବସରରେ ଆଜି ହଜାର ହଜାର ରାମଭକ୍ତ ଏକାଠି ହୋଇ ଭଜନ,କୀର୍ତ୍ତନ ଓ ସଙ୍କିର୍ତ୍ତନରେ ସହର ପରିକ୍ରମା କରି 'ଜୟ ଶ୍ରୀ ରାମ' ନାରାରେ ପୁରା କମ୍ପୁଥିଲା ପରିବେଶ l ଦୀର୍ଘ ପାଞ୍ଚସହ ବର୍ଷର ସଂଘର୍ଷ ପରେ ଭଗବାନ ଶ୍ରୀ ରାମଙ୍କ ପ୍ରତିମୂର୍ତ୍ତୀର ପ୍ରାଣ ପ୍ରତିଷ୍ଠାକୁ ନେଇ ଅଗଣିତ ଲୋକଙ୍କ ମନରେ ଅପୂର୍ବ ଆନନ୍ଧ ଉଲ୍ଲାସ ଖେଳିଯାଇଛି l ଏହି ଅବସରରେ ହଜାର ହଜାର ଭକ୍ତଙ୍କ ପାଇଁ ବିଷମକଟକ ସହରର ଜଣେ ବିଦ୍ୟାନ ବ୍ୟକ୍ତି ତଥା ଶ୍ରୀ ଗୁଣ୍ଡିଚା ହଟେଲର ମାଲିକ ପ୍ରଦୀପ ଦାସ ଅର୍ଣ ଭୋଜନର ବ୍ୟବସ୍ଥା ମଧ୍ୟ କରିଥିବା ଦେଖିବାକୁ ମିଳିଛି l
ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






