।। ମୁନିଗୁଡ଼ାରେ କଂଗ୍ରେସର ବିଜୟ ଉତ୍ସବ ଓ ଶୋଭା ଯାତ୍ରା:ବିଧାୟକ ନୀଳମାଧବଙ୍କୁ ବିଜୟ ସମ୍ବର୍ଦ୍ଧନା ପରେ ମୁନିଗୁଡ଼ା ପଞ୍ଚାୟତ ସମିତି ସଦ୍ ଭାବନା ସଭା ଗ୍ରୃହଠାରେ ରିଭ୍ୟୁ ମିଟିଙ୍ଗ୍ ।।

ରାୟଗଡା ଜିଲ୍ଲା ମୁନିଗୁଡ଼ା:ଗତ ସାଧାରଣ ନିର୍ବାଚନରେ ରାୟଗଡ଼ା ଜିଲ୍ଲାରେ କଂଗ୍ରେସର ବିପୁଳ ବିଜୟ ସମସ୍ତ ରାଜନୈତିକ ସମୀକ୍ଷକଙ୍କୁ ଚକିତ କରିଦେଇଥିଲା।ଏହି କ୍ରମରେ ବିଷମକଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଶ୍ରୀଯୁକ୍ତ ନୀଳମାଧବ ହିକକା ତାଙ୍କ ନିକଟତମ ବିଜେଡି ଦଳ ପ୍ରତିଦ୍ବନ୍ଦୀ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କୁ ନିର୍ବାଚନରେ ହରାଇ ବିଜୟଲାଭ କରିଥିଲେ।ଆଜି ମୁନିଗୁଡ଼ା ବ୍ଲକ କଂଗ୍ରେସ ସଭାପତି ନୀଳାମ୍ବର ବିଭାର ଓ ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ତଥା ସାଂସଦ ପ୍ରତିନିଧି ମାନସ କୁମାର ବେହେରାଙ୍କ ମିଳିତ ନେତୃତ୍ବରେ ମୁନିଗୁଡ଼ାରେ ମାନ୍ୟବର ବିଧାୟକଙ୍କୁ ମୁନିଗୁଡ଼ା ବାସୀ ତଥା କଂଗ୍ରେସ ପରିବାର ତରଫରୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ବିଧାୟକ ଶ୍ରୀଯୁକ୍ତ ହିକକା ମୁନିଗୁଡ଼ା କନ୍ୟକା ପରମେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରି ସାରିବା ପରେ ଶହଶହ କଂଗ୍ରେସକର୍ମୀ,ପଦାଧିକାରୀ,ଛାତ୍ର କଂଗ୍ରେସ,ମହିଳା କଂଗ୍ରେସ,ଯୁବ କଂଗ୍ରେସ, ତରଫରୁ ନବ ନିର୍ବାଚିତ ବିଷମକଟକ ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀଯୁକ୍ତ ହିକକାଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।କଂଗ୍ରେସ ଦଳ ତରଫରୁ ଏକ ବିଶାଳ ଶୋଭାଯାତ୍ରାରେ ବାଣ ଫୁଟାଇ ବାଇଦ ବଜାଇ ବିଧାୟକଙ୍କୁ ଏକ ସୁସଜ୍ଜିତ ଗାଡ଼ିରେ ବସାଇ ନଗର ପରିକ୍ରମା କରାଇ କ୍ଲଷ୍ଟର ହାଉସ ନିକଟସ୍ଥ ପଞ୍ଚାୟତ କଲ୍ୟାଣ ମଣ୍ଡପ ପରିସରକୁ ନିଆଯାଇଥିଲା।ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ସମର୍ଥକ ବିଧାୟକ ଶ୍ରୀଯୁକ୍ତ ହିକକାଙ୍କୁ ହାତ ହଲାଇ ଅଭିନନ୍ଦନ ଜଣାଇଥିଲେ।ବିଧାୟକଙ୍କ ସହିତ କନ୍ଧମାଳର ପୂର୍ବତନ ସାଂସଦ ନକୁଳ ନାୟକ,ସାଂସଦ ପ୍ରତିନିଧି ମାନସ ବେହେରା ସହର ପରିକ୍ରମାରେ ସାଥିରେ ଥିଲେ।ପରେ କଲ୍ୟାଣ ମଣ୍ଡପ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।କଂଗ୍ରେସ ପରିବାର ସହିତ ବହୁ ଅନୁଷ୍ଠାନ, ଦଳୀୟ ନେତା ପରିଚାଳନାରେ ସହଯୋଗ କରିଥିବା ବେଳେ ମୁନିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତମ କୁମାର ତନ୍ତ୍ରି , ମୁନିଗୁଡ଼ା ଆଇ ଆଇସି ସୈଦାମିନ ବେହେରା, ତହସିଲ ଦାର ଏମ୍ ଅନୁରାଧା, ବ୍ଲକ ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡୁକା ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ କରି ପାଛୁଡି ନେଇଥିଲେ। ମୁନିଗୁଡ଼ା ପଞ୍ଚାୟତ ସମିତି ସଦଭାବନା ସଭା ଗୂହ ଠାରେ ସମସ୍ତ ବ୍ଲକ୍ କର୍ମଚାରୀ ଲାଇନ ଡିପାଟ୍ ମେଣ୍ଟ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ପରିଚୟ ସହ ବିଧାୟକ ନୀଳମାଧବ ହିକକା ଙ୍କ ରିଭ୍ୟୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଉକ୍ତ ସଭାରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ବିଧାୟକ ପଚାରି ବୁଝିଥିଲେ । ଶେଷରେ ମୁନିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତମ କୁମାର ତନ୍ତୀ ସଭା ସାଙ୍ଗ କରି ବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ।
ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା
What's Your Reaction?






