।। ମିଡିଆକିଆର ନୁଆସାହି ବିଦ୍ୟାଳୟରେ ୭୪ ତମ ବନ ମହୋତ୍ସବ ପାଳିତ ।।

Jul 10, 2023 - 05:44
 0  8
।। ମିଡିଆକିଆର ନୁଆସାହି ବିଦ୍ୟାଳୟରେ ୭୪ ତମ ବନ ମହୋତ୍ସବ ପାଳିତ ।।

କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡିଆକିଆ ପଞ୍ଚାୟତର ନୁଆସାହି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୪ତମ ବନମହୋତ୍ସବ ପ୍ରଧାନଶିକ୍ଷକ ଜଗଦିଶ ଚନ୍ଦ୍ର ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରମୋଦ ପୂଜାରୀ, ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ସ୍ମିତାରାଣୀ ନାୟକ, କିମନ୍ତି ମଳିକ, ସରୋଜିନୀ ମଳିକ, ଖଗପତି ସେଠୀ ପ୍ରମୁଖ ଯୋଗଦେଇ "ଗଛ ଟିଏ ଜୀବନ ଟିଏ" ଉକ୍ତି ରେ ପ୍ରତ୍ୟେକ ବ୍ୟକ୍ତି ଗଛଟିଏ ଲଗାଇ ସଂସାରକୁ ରକ୍ଷା କରିବା ଉଚିତ ବୋଲି କହିଥିଲେ । ପ୍ରଧାନଶିକ୍ଷକ ଶ୍ରଯୁକ୍ତ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଁଳା, ପିଜୁଳି, ପଣସ, ଶିସୁ, ଆମ୍ବ, କୃଷ୍ଣଚୁଡା, ରାଧାଚୁଡା, ନିମ୍ବ, ଜାମୁ ସମେତ ବିଭିନ୍ନ ବୃକ୍ଷ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର l

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ