ମାରାଗୁଡା ଲୋକମହୋତ୍ସବ–୨୦୨୬ ଭବ୍ୟ ସମାପନ: ବିଭିନ୍ନ କ୍ଷେତ୍ରରେ କୃତୀ ବ୍ୟକ୍ତିବିଶେଷଙ୍କୁ ସମ୍ମାନ, ସାଂସ୍କୃତିକ ଝଲକରେ ମନୋମୁଗ୍ଧ ଦର୍ଶକ

Apr 6, 2026 - 19:21
 0  2
ମାରାଗୁଡା ଲୋକମହୋତ୍ସବ–୨୦୨୬ ଭବ୍ୟ ସମାପନ: ବିଭିନ୍ନ କ୍ଷେତ୍ରରେ କୃତୀ ବ୍ୟକ୍ତିବିଶେଷଙ୍କୁ ସମ୍ମାନ, ସାଂସ୍କୃତିକ ଝଲକରେ ମନୋମୁଗ୍ଧ ଦର୍ଶକ

ନୂଆପଡ଼ା ଜିଲ୍ଲାର ଐତିହ୍ୟବାହି “ମାରାଗୁଡା ଲୋକମହୋତ୍ସବ–୨୦୨୬”ର ପଞ୍ଚମ ଓ ଶେଷ ସନ୍ଧ୍ୟା ଉତ୍ସାହ ଓ ଆଡମ୍ବରମୟ ପରିବେଶରେ ସଫଳତାର ସହ ସମାପ୍ତ ହୋଇଯାଇଛି। ସାଂସ୍କୃତିକ ସଭା ଓ ସମ୍ମାନ ସମାରୋହ ଉତ୍ସବକୁ ବିଶେଷ ମାନ୍ୟତା ଦେଇଥିଲା । କାର୍ଯ୍ୟକ୍ରମର ଆରମ୍ଭରେ ବରେଣ୍ୟ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜଣାଇ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତରେ ସଭାର ଶୁଭାରମ୍ଭ ହୋଇଥିଲା। ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ଅଧିରାଜ ମୋହନ ପାଣିଗ୍ରାହୀ, ମାନ୍ୟବର ବିଧାୟକ, ଖଡିଆଳ ଯୋଗଦେଇ ଆଞ୍ଚଳିକ ସଂସ୍କୃତିର ସୁରକ୍ଷା ଓ ପ୍ରଚାରରେ ଏପରି ମହୋତ୍ସବର ଭୂମିକାକୁ ଉଲ୍ଲେଖ କରିଥିଲେ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ସୁଜନେଶ୍ବର ମଲ୍ଲିକ (ବିଶିଷ୍ଟ ଶିକ୍ଷାବିତ୍), ପୁଷ୍ପାଞ୍ଜଳି ଗୁଆଳ (ସଭ୍ୟା, ଜିଲ୍ଲା ପରିଷଦ, ନୂଆପଡ଼ା), ଡ଼. ସୋନିଆ ଜୈନ (ଅଧ୍ୟକ୍ଷା, ବିଜ୍ଞାପିତ ଅଞ୍ଚଳ ପରିଷଦ, ଖଡିଆଳ) ଓ ଏମ.ଡି. ଏଫ. ଅଜିଜ ଖାନ (ବନଖଣ୍ଡ ଅଧିକାରୀ, ପ୍ରାନ୍ତୀୟ, ଖଡିଆଳ) ଉପସ୍ଥିତ ରହି ଅଭିଭାଷଣ ରଖିଥିଲେ। ସଭାପତି ଭାବେ ମଧୁସୂଦନ ଦାଶ, ଜିଲ୍ଲାପାଳ, ନୂଆପଡ଼ା ସ୍ବାଗତ ଅଭିଭାଷଣ ରଖି ମହୋତ୍ସବର ସଫଳ ଆୟୋଜନ ପାଇଁ ସମସ୍ତଙ୍କ ସହଯୋଗକୁ କୃତଜ୍ଞତା ଜଣାଇଥିଲେ। ମୁଖ୍ୟ ବକ୍ତା ଭାବେ ପଦ୍ମଶ୍ରୀ ମହେନ୍ଦ୍ର କୁମାର ମିଶ୍ର ଲୋକସାହିତ୍ୟ ଓ ସଂସ୍କୃତିର ଗୁରୁତ୍ୱ ଉପରେ ମତାମତ ରଖିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ଏନ.ଏ.ସି.ରୁ ଆସିଥିବା ବିଭିନ୍ନ କ୍ଷେତ୍ରର କୃତୀ ବ୍ୟକ୍ତିବିଶେଷଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ସିନାପାଲିର ସୁଜନେଶ୍ବର ମଲ୍ଲିକ (ବିଶିଷ୍ଟ ଶିକ୍ଷାବିତ୍), ପଦ୍ମଶ୍ରୀ ମହେନ୍ଦ୍ର କୁମାର ମିଶ୍ର (ବରିଷ୍ଠ ଶିକ୍ଷାବିତ୍ ଓ ସାହିତ୍ୟିକ), ନୂଆପଡ଼ାର ଭୂପେନ୍ଦ୍ର ରାଉତ (ଜାତୀୟ ସ୍ତରୀୟ କବାଡି ଖେଳାଳି), ମୁକେଶ ଚନ୍ଦ୍ରକାର (ବିଶିଷ୍ଟ କୃଷକ), ବଳରାମ ସୋନି (ବିଶିଷ୍ଟ ଗାୟକ), ହରି ସିଂ ମାଝୀ (ସମାଜସେବୀ), ଲୋକନାଥ ଖରସେଲ (ବିଶିଷ୍ଟ କୃଷକ), ଖଡିଆଳ ଏନ.ଏ.ସି.ର ଜଗବନ୍ଧୁ ବାରିକ (କଳାପ୍ରେମୀ), ବଳଭଦ୍ର ମାହୂତି (ଶିକ୍ଷାବିତ୍) ଓ ଛବି ସାଗର (କ୍ରୀଡାବିତ୍) ଅନ୍ତର୍ଭୁକ୍ତ ଥିଲେ। ବରେଣ୍ୟ ଅତିଥିମାନଙ୍କୁ ମଧ୍ୟ ସ୍ମୃତି ଉପହାର ପ୍ରଦାନ କରାଯାଇଥିଲା। ଶେଷରେ ଅନୁସୂୟା କୁମ୍ଭାର, ଅଧ୍ୟକ୍ଷା, ପଞ୍ଚାୟତ ସମିତି, କୋମନା ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ନଟରାଜ ଡାନ୍ସ ଏକାଡେମୀ, ସ୍ବର ଶୃଙ୍ଗାର ସାଂସ୍କୃତିକ ଅନୁଷ୍ଠାନ, ଜେନ ଜୀ ପବ୍ଲିକ୍ ସ୍କୁଲ, ବାପୁଜୀ ସାଂସ୍କୃତିକ ଦଳ ଓ ପଞ୍ଚମୀ ଡାନ୍ସ ଏକାଡେମୀ ପକ୍ଷରୁ ଆକର୍ଷଣୀୟ ପ୍ରଦର୍ଶନ ହୋଇଥିଲା। ବିଶେଷ ଆକର୍ଷଣ ଭାବେ ଉମାକାନ୍ତ ବାରିକ ଓ ସାଥୀମାନଙ୍କ ସଙ୍ଗୀତାନୁଷ୍ଠାନ ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲା। ବିପୁଳ ସଂଖ୍ୟକ ଦର୍ଶକଙ୍କ ସମାଗମରେ ସମଗ୍ର ପରିବେଶ ଉତ୍ସବମୟ ହୋଇଯାଇଥିଲା ଓ ଏହା ସହିତ ମାରାଗୁଡା ଲୋକମହୋତ୍ସବ–୨୦୨୬ର ସଫଳ ସମାପନ ଘଟିଥିଲା।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ