ମାଣିକେଶ୍ଵରୀ ବିଦ୍ୟାପୀଠ କୁଟ୍ରାଗଡ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କ ପିତା ମାତା ଓ ଅଭିଭାବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ

Oct 1, 2024 - 05:41
 0  27
ମାଣିକେଶ୍ଵରୀ ବିଦ୍ୟାପୀଠ କୁଟ୍ରାଗଡ ବିଦ୍ୟାଳୟ ରେ  ଛାତ୍ର ଛାତ୍ରୀ ମାନଙ୍କ ପିତା ମାତା ଓ ଅଭିଭାବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ

One nation one student i, d, କୁ ନେଇ ବ୍ୟବହାର କରି ସମସ୍ତ ସୁବିଧା ଉପଭୋଗ କରିବାକୁହେବ ସେନେଇ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ମାଣିକେଶ୍ଵରୀ ବିଦ୍ୟାପୀଠ କୁଟ୍ରାଗଡ ବିଦ୍ୟାଳୟରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟ କ୍ରମ ପ୍ରାଧୀକରଣ ଶିକ୍ଷା ସୈଧ, ୟୁନିଟ୍ -୫, ଭୁବନେଶ୍ୱର -୭୫୧୦୦୧,ପତ୍ର ସଂଖ୍ୟା,୯୦୭୫, ଶ୍ରୀମତୀ ଅନନ୍ୟା ଦାସ,ଆଇ,ଏ, ଏସ୍ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଚିଠି ଅନୁଯାୟୀ ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କର ପିତାମାତା ତଥା ଅଭିଭାବକ ମାନଙ୍କୁ ନେଇ ଏକ ବୈଠକ ତା - ୩୦/୦୯/୨୦୨୪,ରିଖ ସୋମବାର ଦିନ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପରିଡ଼ା, ସଭାପତି କାର୍ଯ୍ୟ ତୁଲାଇ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମଟିକୁ ପୂର୍ବ ନିର୍ଦ୍ଧାରିତ ନିୟମାବଳୀ ଅନୁଯାୟୀ ଯଥାରିତ ସହ ସମ୍ପାଦନ କରାଯିବା ସହ ଆଲୋଚନାର ବିଷୟ ବସ୍ତୁ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ । (APAAR, Automated permanent Academic Account Registration ) କରାଯାଇଥିବା ଏହି ବୈଠକରେ ପିତାମାତା ତଥା ଆଇନଗତ ଅଭିଭାବକ ଙ୍କ ଠାରୁ ସେମାନଙ୍କ ପାଇଁ ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ନିୟମାବଳୀ ଅନୁଯାୟୀ APAAR iD ପାଇଁ ସର୍ବ ସମ୍ମତି ସ୍ୱାକ୍ଷର କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅନୁଯାୟୀ ଛାତ୍ର ଛାତ୍ରୀ ମାନେ one nation one student i,d, କୁ ବ୍ୟବହାର କରି ସମସ୍ତ ସୁବିଧା ଉପଭୋଗ କରିପାରିବେ ବୋଲି ସ୍କୁଲର ପ୍ରଧାନଶିକ୍ଷକ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି। ଶିକ୍ଷକଙ୍କ ମଧ୍ୟରେ ହେଲେ ଅରୁଣ ନାୟକ, ସୁଧିର କୁମାର ଦଳପତି,ନନ୍ଦିତା ମହାପାତ୍ର, ପ୍ରଦିପ କୁମାର ଜେନା, ପ୍ରତାପ ଚନ୍ଦ୍ର ରାଯୁ, କିଶୋର ଚନ୍ଦ୍ର ବେହେରା,ବିରାଜ୍ ପାତ୍ର, ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ। ବିଧାୟକ ଙ୍କ ମନୋନୀତ ପ୍ରତି ନିଧି ଶ୍ରୀ ଅରୁଣ କୁମାର ପାତ୍ର ସମ୍ମାନୀତ ଅତିଥି ଭାବେ ବୈଠକ ରେ ଯୋଗଦେଇ ଥିଲେ।

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ