ମହାଆଡମ୍ବରରେ ପାଳନ ହେଲା ପ୍ରେସ ୟୁନିୟନର ୯ମ ବାର୍ଷିକ ଉତ୍ସବ

Jun 20, 2025 - 23:44
 0  26
1 / 1

1.

ମହାଆଡମ୍ବରରେ ପାଳନ ହେଲା ପ୍ରେସ ୟୁନିୟନର ୯ମ ବାର୍ଷିକ ଉତ୍ସବ 

ରାଜିବଙ୍କ ପିତା ମାତାଙ୍କୁ ଦିଆଯିବ ମାସିକିଆ ଭତ୍ତା 

ରାୟଗଡ ନ୍ୟିୟୁଜ୍ :-ପ୍ରେସ ୟୁନିୟନ ରାୟଗଡ ର ନବମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ କାଦମ୍ବିନୀ ସାହିତ୍ୟ ପତ୍ରିକାର ସଂପାଦିକା ଇତିରାଣୀ ସାମନ୍ତ, ବକ୍ତାଭାବେ କୋରାପୁଟ ସେଂଟ୍ରାଲ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗର ପ୍ରାଧ୍ୟାପକ ନିଖିଲ କୁମାର ଗୌଡ ଏବଂ ସମ୍ମାନୀତ ଅତିଥି ଭାବେ ଅଖିଳ ଭାରତୀୟ ସଂସ୍ଥା ସମିତିର ସଭାପତି ଦାଣ୍ଡି ସ୍ୱାମୀ ଭାସ୍କର ତୀର୍ଥଙ୍କ ସହ ପ୍ରେସ ୟୁନିୟର ସଭାପତି ଅମୂଲ୍ୟରତ୍ମ ସାହୁ ଏବଂ ସାଧାରଣ ସଂପାଦକ ଶିବାଜୀ ଦାଶ ମଂଚାସୀନ ଥିଲେ । ଶ୍ରୀସାହୁ, ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀଦାଶ, ସଂଘର ବାର୍ଷିକ ବିବରଣୀ ପାଠ କରିଥିଲେ । ସେ ନିଜ ବକ୍ତବ୍ୟରେ ସ୍ଵର୍ଗତ ରାଜିବ ପଣ୍ଡା ଙ୍କ ଅସହାୟ ବୃଦ୍ଧ ପିତା,ମାତାଙ୍କୁ ମାସିକିଆ ଭତ୍ତା ପ୍ରଦାନ କରାଯିବ ବୋଲି କହିଥିଲେ । ବିଗତ ବର୍ଷରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ସାମାଜିକ କାର୍ଯ୍ୟକ୍ରମ ମାନ କରାଯାଇଥିବା ସେ ପ୍ରକାଶ କରିଥିଲେ। ସେ ଆହ୍ଵାନ ଦେଇ କହିଥିଲେ ଆସ ସମସ୍ତେ ମିଳିମିଶି ଲୋକଙ୍କ ପାଇଁ ସେବା କରିବା । ଭାରତ ବର୍ଷରେ ଶାନ୍ତି ସ୍ଥାପନ କରିବାରେ ସାମ୍ବାଦିକ ମାନଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ ଦାଣ୍ଡି ସ୍ୱାମୀ ଭାସ୍କର ତୀର୍ଥ । ଏଥି ସହ ଲେଖନୀର ବାକ୍ୟଦ୍ୱାରା ସମାଜରେ କଣ ପ୍ରଭାବ ପକାଉଛି ତାହା ସାମ୍ବାଦିକ ଚିନ୍ତନ କରିବାର ଆବଶ୍ୟକତା ଅଛି ବୋଲି ପ୍ରକାଶ କରିଥିଲେ । ନିଜ ଅଂଚଳର କାର୍ଯ୍ୟରତ ସାମ୍ବାଦିକ ମାନେ ସ୍ଥାନୀୟ ଖବରକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ନିଜ ଲେଖନୀ ଦ୍ୱାରା ସମସ୍ୟାର ସମାଧାନ ହୋଇପାରିଲେ ସ୍ଥାନୀୟ ଅଂଚଳର ବିକାଶ ହୋଇପାରିବ ବୋଲି ବକ୍ତା ଶ୍ରୀଗୌଡ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଡଃ ସାମନ୍ତ, ଗଣମାଧ୍ୟମ ପ୍ରତିନିଧି ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଅସୀମ ସାହାସ ଯୋଗୁଁ ଦେଶ ତଥା ବିଦେଶର କୋଣ ଅନୁକୋଣରେ ଘଟୁଥିବା ଖବର ଗୁଡିକ ଖୁବ୍ କମ ସମୟରେ ଜାଣିପାରୁଛନ୍ତି ବୋଲି ପ୍ରକାଶ କରିଥିଲେ । ଏଥି ସହ ପ୍ରେସ ୟୁନିୟନ ତରଫରୁ ଯେଉଁ ଜନହିତକର କାର୍ଯ୍ୟ କରାଯାଉଛି ତାହାକୁ ପ୍ରଶଂସା କରିଥିଲେ । ସେବା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଶନୀୟ ଅବାଦନ ପାଇଁ ପ୍ରେସ ୟୁନିୟନ ତରଫରୁ ବ୍ୟକ୍ତିବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା । ସହରର ବୁଲା କୁକୁର ମାନଙ୍କୁ ପ୍ରତିଦିନ ଖାଇବା ଦେଉଥିବାରୁ ଅକ୍ରୁର ନାହାକ ଓ ବିଷ୍ଣୁପ୍ରିୟା ନାହାକଙ୍କୁ ସମ୍ମାନୀତ କରାଯାଇଥିଲା । ସେହିପରି ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷୟତ୍ରୀ ରାଜଲଷ୍ମୀ ପଣ୍ଡା ଏବଂ ଶବ ସତ୍କାର ପାଇଁ ମାଗାଣରେ ଶବ ବାହାକ ଗାଡି ଦେଉଥିବାରୁ ରାୟଗଡା ଲରୀ ମେକାନିକ ଆସୋସିଏସନକୁ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମରେ ଓଡଶୀ ନୃତ୍ୟ ଶିକ୍ଷକ ତ୍ରିଲୋଚନ ସାହୁଙ୍କ ଦ୍ୱାରା ଚିତାକର୍ଷକ ନୃତ୍ୟ ପ୍ରଦର୍ଶନ କରାଯାଇଥିବା ବେଳେ ଉପସ୍ଥିତ ଥିଲେ ବରିଷ୍ଠ ନାଗରିକ ମଙ୍ଗଳ ସଂଘର ସଭାପତି ବିନୋଦ ପଣ୍ଡା, ଶିକ୍ଷାବିତ୍ ଦୁଷ୍ମନ୍ତ ମହାନ୍ତି, ଉତ୍କଳ ଆଲୁମିନାର ଲୋକସଂପର୍କ ଅଧିକାରୀ ପିତାମ୍ବର ବେହେରା, ଆଦିତ୍ୟ ଆଲୁମିନାର ସିଏସଆର ମୁଖ୍ୟ ତନ୍ମୟ ମହାନ୍ତି, ଟ୍ରକ ମାଲିକ ସଂଘର ସଭାପତି ୟାଲା ଭେଙ୍କେଟେଶ୍ୱର ରାଓ, ଜିଷ୍ଟ କଲେଜର ନିର୍ଦେଶକ ଗୋବିନ୍ଦ ରଥ ପ୍ରମୁଖ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ ସଂଘର ଉପଦେଷ୍ଟା ସୁରେଶ ଦାଶ, ରଘୁନାଥ ସାମଲ, ସନ୍ତୋଷ ପାଣିଗ୍ରାହୀ, ମୃତ୍ୟୁଜଂୟ ନନ୍ଦ,ଅମୂଲ୍ୟ ନିଶଙ୍କ , ରାଜେଶ ମହାନ୍ତି,ଶ୍ରିନିବାସ ବଳିୟାର ସିଂ ପ୍ରମୁଖ । କାର୍ଯ୍ୟକ୍ରମ ଶେଷର ସଂଘର କୋଷାଧ୍ୟକ୍ଷ ରଶ୍ମିରଂଜନ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ ଫାଷ୍ଟ ନ୍ୟିୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ