ଭୋଟର ତାଲିକା ଓ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୪ ପ୍ରକାଶିତ

ନୂଆପଡା : ସ୍ଥାନୀୟ ଜ଼ିଲ୍ଲାପାଲଙ୍କ କନଫେରେନ୍ସ ହଲରେ ଭୋଟର ତାଲିକା ଓ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟlୟ ପ୍ରକାଶିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଶ୍ରୀ ଉତ୍ତମ କୁମାର ବାଗ (ଇଲେକସନ) ଦିପୁଟି କଲେକଟର ନୂଆପଡା, ଶ୍ରୀ ଆଲୋକ କୁମାର ଅନୁଗୁଳିଆ (ଇଲେକସନ) ଦିପୁଟି କଲେକଟର, ଶ୍ରୀ ଗରିବ ଦୀପ ଆସୀଷ୍ଟାଣ୍ଡ (ଇଲେକସନ) ଦିପୁଟି କଲେକଟ୍ରର,) କଂଗ୍ରେସ ଦଳରୁ ଅଭୟ ଶଙ୍କର ଯୋଶୀ, ବିଜୁ ଜନତା ଦଳରୁ ଶ୍ରୀ ରମାକାନ୍ତ କ୍ଷେତ୍ରିୟl ଓ ବିଏସପି ରୁ କୁନ୍ତୀ ସାହୁ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ -୨୦୨୪ ଅକ୍ଟୋବର ମାସ ତା: ୨୭/୧୦/୨୦୨୩ ରିଖ ରୁ ଆରମ୍ଭ ହୋଇ ଏହି ସଂଶୋଧନ କାର୍ଯ୍ୟକ୍ରମ ଡିସେମ୍ବର ମାସ ତା: ୦୯/୧୨/୨୦୨୩ ରିଖ ପର୍ଯ୍ୟନ୍ତ ଚାଲୁ ରହିଥିଲା । ଏଥି ନିମନ୍ତେ ନିର୍ବାଚନ ଆୟୋଗ ନିର୍ଦେଶ ମତେ ରାଜ୍ୟର ସବୁ ବୁଥରେ ୪ ଗୋଟି ସ୍ଵତନ୍ତ୍ର ଅଭିଯାନ ଦିବସ କରାଯାଇ ତ୍ରୁଟି ସଂଶୋଧନ ସହ ନୂତନ ଭାବେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ଭୋଟର ମାନଙ୍କୁ ଜିଲ୍ଲା ର ୬୦୩ ଗୋଟି ବୁଥରେ ସଚେତନ କରାଯାଇଥିଲା । ଉକ୍ତ ଦିନ ଜିଲ୍ଲାର ସବୁ ବୁଥରେ ବି.ଏଲ.ଓ ମାନେ ଉପସ୍ଥିତ ରହି ଭୋଟର ମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ସହ ସେମାନଙ୍କ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ କଲେ ଏବଂ ନୂତନ ଭୋଟର ମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିବାରେ ସହଯୋଗ କରିଥିଲେ । ସମଗ୍ର ଜିଲ୍ଲା ରେ ୨୦ ହଜାର ୮୨୫ ନୂତନ ଭୋଟର ତାଲିକାଭୁକ୍ତ ହେବାପାଇଁ ଆବେଦନ କରିଥିଲେ ଏବଂ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ପାଇଁ ୬ ହଜାର ୯୧୪ ଜଣ ଭୋଟର ଆବେଦନ କରିଥିଲେ। ବର୍ତମାନ ସୁଦ୍ଧା ଜିଲ୍ଲାରେ ଭୋଟର ସଂଖ୍ୟା ୪,୯୨,୫୫୫ ଅଟେ, ସେଥ୍ ମଧ୍ଯରୁ ପୁରୁଷ ମତଦାତା ଙ୍କ ସଂଖ୍ୟା ୨,୪୫,୪୧୬ ଏବଂ ମହିଳା ମତଦାତା ଙ୍କ ସଂଖ୍ୟା ଅଟେ ଏବଂ ତୃତୀୟ ଲିଙ୍ଗ ମତଦାତା ଙ୍କ ସଂଖ୍ୟା ୨,୪୭,୧୦୦ ୩୯ ଅଟେ । ଏହି ଭୋଟର ମାନଙ୍କ ମଧ୍ୟରୁ ବରିଷ୍ଠ ନାଗରିକ ଭୋଟରଙ୍କ ସଂଖ୍ୟା ୯,୪୮୯, ଭିନ୍ନକ୍ଷମ ଙ୍କ ସଂଖ୍ୟା ୬,୭୭୨ ଏବଂ ଯୁବ ଭୋଟର ଙ୍କ ସଂଖ୍ୟା ୧୨,୧୭୧ ଅଟେ। ନୂତନ ଭୋଟର ମାନଙ୍କୁ ଡାକ ସେବା ମାଧ୍ୟମରେ ଭୋଟର ପରିଚୟ ପତ୍ର ଯୋଗାଇ ଦିଆଯାଉଅଛି ।
ନୂଆପଡା ରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






