।। ଭାରତୀୟ କିଷାନ ସଂଗଠନ ଦ୍ୱାରା ଡ଼ଃ ସୁନାକର ବେହେରାଙ୍କୁ ଓଡିଶା ରାଜ୍ୟ କଂଭେନର ଦାୟିତ୍ୱ ପ୍ରଦାନ ପ୍ରଦାନ ।।

May 13, 2023 - 20:33
 0  28
।। ଭାରତୀୟ କିଷାନ ସଂଗଠନ ଦ୍ୱାରା ଡ଼ଃ ସୁନାକର ବେହେରାଙ୍କୁ ଓଡିଶା ରାଜ୍ୟ କଂଭେନର ଦାୟିତ୍ୱ ପ୍ରଦାନ ପ୍ରଦାନ ।।

ଜଗତସିଂହପୁର, କୁଜଙ୍ଗ ବ୍ଲକ ସାଇଲୋ ଗ୍ରାମପଞ୍ଚାୟତ ତେରମାଣପୁର ନିବାସୀ ଜଣାଶୁଣା ସମାଜସେବୀ ଡ଼ଃ ସୁନାକର ବେହେରାଙ୍କୁ ଜାତୀୟସ୍ତରୀୟ ପ୍ରତିଷ୍ଠାନ ଭାରତୀୟ କିଷାନ ସଂଗଠନ ଦ୍ୱାରା ଓଡିଶା ରାଜ୍ୟର ରାଜ୍ୟ କଂଭେନର ରୂପେ ମନୋନିତ କରଯାଇଛି।ଏହି ସଂଗଠନର ଜାତୀୟ ସଭାପତି ମୋହଦ ଅର୍ସଦ ଖାନ ନିଯୁକ୍ତ ଦେଇଥିବା ବେଳେ ଡକ୍ଟର ଶ୍ରୀ ବେହେରାଙ୍କୁ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ସଂଗଠନର ଶୁଭେଚ୍ଛା ବାର୍ତ୍ତା ମିଳିବା ସହିତ ସେ ଜଗତସିଂହପୁର ଜିଲ୍ଲାକୁ ଗର୍ଵ ଗୌରବ ଆଣି ଦେଇଛନ୍ତି।ବର୍ତ୍ତମାନ ଜଗତସିଂହପୁର ଜିଲ୍ଲା ଓଡିଶା ସାମ୍ବାଦିକ ସଙ୍ଘ ସଭାପତି ଥିବାବେଳେ ଭାରତ ସରକାରଙ୍କ ନୀତିଆୟୋଗ ଅଧିନ ଆଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ରାଜ୍ୟ ସାଧାରଣ ସମ୍ପାଦକ ସହିତ ଜାତୀୟ ମୁଖପାତ୍ର ଅଛନ୍ତି ଏବଂ ଜାତୀୟ ସ୍ତରୀୟ ଅନୁଷ୍ଠାନ ମଦର ଟେରେସା ଫାଉଣ୍ଡେସନ ର ଓଡିଶା ରାଜ୍ୟ ଅଧକ୍ଷ ଭାବେ କାର୍ଯ୍ୟନିର୍ବାହ ସହ ଆନ୍ତରାଷ୍ଟ୍ରୀୟ ମାନବାଧିକାର ରାଷ୍ଟ୍ରଦୂତ ସଂଗଠନର ଜାତୀୟ ଉପସଭାପତି ଓ ଆନ୍ତର୍ଜାତିକ ମାନବାଧିକାର ପରିଷଦର ଓଡିଶା ରାଜ୍ୟ ଯୁଗ୍ମ ସମ୍ପାଦକ ଥିବାବେଳେ ଏହି ନିକଟରେ ମାନନୀୟା ଜଗତସିଂହପୁର ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱାରୀ ଙ୍କ ସୁପାରିଶ ଦ୍ୱାରା କୁଜଙ୍ଗ ବ୍ଲକ ସବଡ଼ିଭିଜିନାଲ ଭିଜିଲାନ୍ସ କମିଟିର ସଦସ୍ୟ ରୂପେ ମନୋନୀତ ହୋଇଅଛନ୍ତି ଏବଂ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଶାରଳା ମହାବିଦ୍ୟାଳୟ ରାହାମା,କେନ୍ଦ୍ର ସରକାରଙ୍କ ଜବାହାର ନବୋଦୟ ବିଦ୍ୟାଳୟ, ସାଇଲୋ ,ସେଣ୍ଟ ଜାଭିୟର ହାଇସ୍କୁଲ ଇତ୍ୟାଦି ଅନେକ ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଆଧ୍ୟାତ୍ମିକ ସଂଗଠନ ମାନଙ୍କର ପ୍ରମୁଖ ଦାୟିତ୍ୱ ବହନ କରି ସାମାଜିକ କ୍ଷେତ୍ରରେ ବହୁ ସଂମ୍ମାନର ଅଧିକାରୀ ହୋଇ ପାରିଛନ୍ତି। ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ