ବ୍ଳକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର - ୨୦୨୬
କଳାହାଣ୍ଡି ମକୁନ୍ଦ ନାଏକ -: 0୭/୦୨(ଫାଷ୍ଟ ନ୍ୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ଗୋପୀନାଥପୁର ଗ୍ରାମ ପଞ୍ଚାୟତ ନିକଟସ୍ଥ ଫଟକି ମହୁଲ ଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତକରଣ ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ବ୍ଳକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର - ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ସାଂସଦ ବ୍ଳକ ପ୍ରତିନିଧି ପବିତ୍ର ନାଏକ ଯୋଗଦାନ କରି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିବା ବେଳେ ସମ୍ନାନିତ ଅତିଥି ଭାବରେ ଲାଞ୍ଜିଗଡ ନିର୍ବାଚନ ମଣ୍ତଳୀ ପ୍ରଭାରୀ ବିଷ୍ଣୁ ନାଏକ, ସ୍ଥାନୀୟ ସରପଞ୍ଚ ଧନସିଂ ମାଝୀ ଉପସ୍ଥିତ ରହିଥିଲେ। ଗୋପୀନାଥପୁର ଗ୍ରାମ ପଞ୍ଚାୟତ ପିଇଓ ଗୋରାସିଂ ମାଝୀ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସୋରେନ୍, ବ୍ଳକ ଯୋଗାଣ ନିରୀକ୍ଷକ ବିଭୂରଞ୍ଜନ ସାହୁ, ମଙ୍ଗଳ ଅଧିକାରୀ ଶୁଭଜିତ ସ୍ବାଇଁ, ପିଇଓ ତ୍ରିଲୋଚନ ନାଏକ,ଏଡିଇଓ, ଜିଆରଏସ ସମେତ୍ ଆନ୍ଯାନ୍ଯ ବ୍ଳକ କର୍ମଚାରୀ ସହଯୋଗ କରିଥିଲେ। ଶିବିରରେ ସର୍ବମୋଟ ୧୫୯ ଜଣ ଙ୍କ ନାମ ପଞ୍ଜିକରଣ ହୋଇଥିଲା। ଡାକ୍ତର ଅଭିନାଶ ଏ, ନେଗୀ, ଡାକ୍ତର ଅନନ୍ତ ଚଳଣ ମେହେର,ଡାକ୍ତର ନିବେଦିତା ମହାରଣା, ନିବେଦିତା ସାହୁ, ଅନୟତ ମହମ୍ମଦ ଆରାଧନା ବେହୁରା, ନିବାସ ଚନ୍ଦ୍ର ସାହୁ ଲକ୍ଷପତି ପୁଝାରୀ ଆଶୁତୋଷ ପ୍ରଧାନ, ଡାକ୍ତର ରାଜଶ୍ରୀ ପ୍ରିୟଦର୍ଶିନୀ ପି ଏବଂ ଓ , ଡାକ୍ତର ପ୍ରଣବ କୁମାର ମେହେର (ପିଟି) ରୋହିତ ଗୌଡ ଡାକ୍ତରୀ ଦଳ ରୋଗୀଙ୍କ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରୁ ଚଳନଗତ ଅକ୍ଷମତା 67 ଜଣ, ଦୃଷ୍ଟି ବାଧିତ ୩୨ ଜଣ, ମସ୍ତିଷ୍କ ବାଧିତ ୨୭ ଜଣ, ମୁକ ଓ ବଧିର ୨୩ ଜଣଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡିଛି। ଶିବିରରେ ଟ୍ରାଇ ସାଇକେଲ ୨ ଜଣ, ହ୍ଯୁଲ୍ ଚ୍ଯାୟାଳ ୨ ଛଣ ଆଶାବାଡି ୨ ଜଣଙ୍କୁ ବଣ୍ଟନ କରାଯାଇଥିଲା l ଏହାର କ୍ଯାମ୍ପ ଆଡଭାନ୍ସ ପୁନର୍ବାସ କେନ୍ଦ୍ର କଳାହାଣ୍ତି ଜିଲ୍ଲା ତରଫରୁ ସହାୟତା ପ୍ରଦାନ କରିଥିଲେ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0