ବ୍ଲକସ୍ତରୀୟ ବନ୍ଦେ ମାତରମ ଗାନ କାର୍ଯ୍ୟକ୍ରମ
କିର୍ମିରା ୨୧।୧(ଫାଷ୍ଟ ନିଉଜ ଓଡ଼ିଶା) ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ପାଳନ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ଜିଲା ପ୍ରଶାସନ ସହଯୋଗରେ କିର୍ମିରା ବ୍ଲକସ୍ତରୀୟ ସାମୂହିକ ବନ୍ଦେ ମାତରମ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଡିଓ ଅଭିନାଶ ଲାକ୍ରା ମୁଖ୍ୟଅତିଥି, ତହସିଲଦାର ସଞ୍ଜିବ କୁଲୁ, ସିଡିପିଓ ସଙ୍ଗୀତା ଅଢ଼ା,ଏବିଇଓ ହିରଣ୍ୟ ରୋହିଦାସ, ବ୍ଲକ ଉପାଧ୍ୟକ୍ଷା ସାବିତ୍ରୀ ମାଝୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସ୍ଵାଧୀନତା ସଂଗ୍ରାମୀ, ବଙ୍ଗ ବିଭାଜନ ବେଳେ ବନ୍ଦେ ମାତରମ ଗାନ କରି ଦେଶାତ୍ମକ ମନୋଭାବ ଜାଗ୍ରତ କରିଥିବା ସହ ସ୍ଵଦେଶୀ ଜୀବନ ଶୈଳୀ ଆପଣେଇବା ସହ ଦେଶ ସେବାକୁ ନିଜ ଜୀବନର ମନ୍ତ୍ର କରି ରାଷ୍ଟ୍ର ନିର୍ମାଣରେ ଭାଗିଦାରୀ ହେବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ସ୍କଲ ଛାତ୍ରଛାତ୍ରୀ, ଶିକ୍ଷକ,ଶିକ୍ଷୟତ୍ରୀ, ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।ଏହି ଅବସରରେ ପ୍ରବନ୍ଧ, ରଚନା, ଚିତ୍ରାଙ୍କନ, ବକ୍ତୁତ, କୁଇଜ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର କରାଯାଇ ସମସ୍ତେ ଶପଥ ପାଠ କରି ବନ୍ଦେ ମାତରମ ଗାନ କରିଥିଲେ। ବ୍ଲକ ମଙ୍ଗଳ ଅଧିକାରିଣୀ ସଞ୍ଜିତା ମହାନ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
କିର୍ମିରା ରୁ ଦେବାଶିଷ ସିଂହ ଠାକୁରଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0