ବ୍ଲକ ସ୍ତରୀୟ ଶିକ୍ଷଣସାମଗ୍ରୀ କର୍ମଶାଳା

Mar 20, 2026 - 21:34
 0  3
ବ୍ଲକ ସ୍ତରୀୟ ଶିକ୍ଷଣସାମଗ୍ରୀ କର୍ମଶାଳା

ଲଇକେରା ୨୦।3 (ଫାଷ୍ଟ ନ୍ୟୁଜ ଓଡିଶା):ଲଇକେରା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତାଳମୁଣ୍ଡା ଠାରେ ବ୍ଲକସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଗୋଷ୍ଠୀ ଶିକ୍ଷା ସଂଯୋଜକ ଜନ୍ମାଜୟ ନାଏକଙ୍କ ତତ୍ତାବଧାନରେ ଅନୁଷ୍ଠିତ ଏହି କର୍ମଶାଳାରେ ଲଇକେରା ବ୍ଲକର ମୋଟ ୬୧ଟି ବିଦ୍ୟାଳୟରୁ ୬୧ଜଣ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ୭ଜଣ ସିଆରସିସି ଯୋଗଦେଇଥିଲେ l ଜନ୍ମାଜୟ ନାଏକଙ୍କ କରକୋମଳରେ ଶୁଭ ଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଗଲା l ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ରିଙ୍କି ମହାନନ୍ଦ ବିଦ୍ୟାଦାତ୍ରୀ ବାକଦେବୀ ସରସ୍ବତୀଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା ଗାନ କରି ସୃଷ୍ଟି କରି ଥିଲେ ଏକ ଆଧ୍ୟାତ୍ମିକ ପରିବେଶ lଗୋଷ୍ଠୀ ଶିକ୍ଷା ଅଧିକାରୀ ହିମାଂଶୁ ବାଗଙ୍କ ଉପସ୍ଥିତି କାର୍ଯ୍ୟକ୍ରମର ମାଧୁର୍ଯ୍ୟ କୁ ଦ୍ବିଗୁଣିତ କରିଥିଲା l ତାଙ୍କ ମତରେ ପ୍ରସଙ୍ଗର ବୋଧଗମ୍ୟତା ନିମିତ୍ତ ଶିକ୍ଷଣ ସାମଗ୍ରୀର ଭୂମିକା ଗୁରୁତ୍ୱ ପୂର୍ଣ୍ଣ ତେଣୁ ଅଭିନଵ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ଶିକ୍ଷାଦାନ କରିବା ନିତାନ୍ତ ଜରୁରୀ l ତାପରେ ପ୍ରଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ଭାଷା, ଗଣିତ, ଇଂରାଜୀ, ବିଜ୍ଞାନ ଓ ସାମାଜିକ ବିଷୟରେ ବିଭିନ୍ନ ପ୍ରକାର ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କରାଯାଇ ଶ୍ରେଣୀଗୃହରେ କିପରି ବ୍ୟବହାର କରାଯାଇ ପାରିବ ତାହା ପ୍ରଦର୍ଶନ କରାଯାଇଥିଲା l ତାଳମୁଣ୍ଡା ସିଆରସିସି ମନୋରଞ୍ଜନ କଣ୍ଟା, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରାଜୀବ କୁମାର ନାଏକ,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମମତା ଧୂରୁଆ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭୁଲିଆଡ଼ିହିର ଶିକ୍ଷକ କିଶୋର କୁମାର ଲୁହା କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ lଗୋଷ୍ଠୀ ଶିକ୍ଷା କେନ୍ଦ୍ର ଲଇକେରା ବିଆରଟି ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ଏବଂ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର ଡନସନାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହେଲା |

 ଲଇକେରା ରୁ ନିଶିତ କୁମାର ବହିଦାରଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ