। ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ l

ନୂଆପଡା : ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ବେଲଟୁକୁରି ଠାରେ ସମାଜ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଷୟ ବସ୍ତୁ ଉପରେ ଆଧାରିତ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଗୋଷ୍ଠୀ ଶିକ୍ଷା କାର୍ଯ୍ୟଳୟ ଏବଂ ବ୍ଲକ ବିଜ୍ଞାନ ପୋରମ୍ ନୂଆପଡ଼ା ତରଫରୁ ଆୟୋଜିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦଙ୍କ ସଭାପତିତ୍ବରେ ଆୟୋଜିତ ଗୋଷ୍ଠୀ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ର ଉଦଘାଟନୀ ଉତ୍ସବରେ ପଂଚାୟତ ସମିତି ଅଧ୍ୟକ୍ଷା ତାରେଶ୍ଵରି ସାହୁ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ଭାବରେ ଉମା ଠାକୁର ଜିଲ୍ଲା ପରିଷଦ ସଭ୍ୟା ,ଭାନୁପ୍ରତପ ମାଝୀ, ଜିଲ୍ଲା ପରିଷଦ ସଭ୍ୟ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉତ୍କଳମଣି ଅଗସ୍ତି, ଚୈତ୍ ରାମ ନାଏକ, ଚଦ୍ରକଳା ଜଗତ, ପ୍ରଧାନ ଶିକ୍ଷକ ବିନୋଦ କୁମାର ପାଢ଼ୀ, ଅଶ୍ଵିନୀ କୁମାର ଭୋଇ, ପଂଚାୟତ ସମିତି ସଭ୍ୟ ନୀଳକମଳ ଚନ୍ଦ୍ରକାର , ସରପଞ୍ଚ ବେଲଟୁକୁରି ପୂଜା ଚନ୍ଦ୍ରକାର , ମୋ ସ୍କୁଲ ଅଭିଯାନ ସଭାପତି ମୁକେଶ ଚନ୍ଦ୍ରକାର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନ୍ତୋଷ ଚନ୍ଦ୍ରକାର, ବରିଷ୍ଠ ନାଗରିକ ଭୋଲାରାମ ଚନ୍ଦ୍ରକାର, ନାରଦ ଚନ୍ଦ୍ରକାର ,ମୁଖ୍ୟ ବକ୍ତା ଭାବରେ ଡ଼. ପ୍ରଦୀପ ସେଠ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ , ନୂଆପଡ଼ା ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରି ବାଲ ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଦୂରଦୂରାନ୍ତରୁ ମଧ୍ଯ ପ୍ରକଳ୍ପ ନେଇ କୁନି ବୈଜ୍ଞାନିକ ପ୍ରତିଭା ମାନେ ଯୋଗଦେଇଥିବାରୁ ଖୁସିବ୍ୟକ୍ତ କରି ଗାଇଡ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଉଚ୍ଚ ପ୍ରଶଂସା କରିଥିଲେ। ଏହି ବାଲ ବୈଜ୍ଞାନିକ ପ୍ରଦର୍ଶନୀ ରେ ବରିଷ୍ଠ, କନିଷ୍ଠ ଏବଂ ଉପ-କନିଷ୍ଠ ବର୍ଗରେ ମୋଟ ଦୁଇ ଶହ ଏକାଅଶିଟି ପ୍ରକଳ୍ପ ବାଲ ବୈଜ୍ଞାନିକ ମାନେ ପ୍ରଦର୍ଶିତ କରିଥିଲା। ତିନୋଟି ବର୍ଗର ଜିଲ୍ଲାସ୍ତରୀୟ ପ୍ରଦର୍ଶନୀରେ ଭାଗ ନେବାପାଇଁ କୃତୀ ପ୍ରତିଯୋଗୀ ଚୟନ ପାଇଁ ଆମନ୍ତ୍ରିତ ବିଚାରକ ମାନେ ବାଲ ବୈଜ୍ଞାନିକ ପ୍ରତିଭା ମାନଙ୍କ ପ୍ରକଳ୍ପ ସବୁ ବୁଲି ଦେଖିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୂଆପଡ଼ା ,ବିପିନ ବିହାରୀ ଦୀପ , ସମ୍ମାନିତ ଅତିଥି ଭାବରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା , ମୁଖ୍ୟବକ୍ତା ଭାବରେ ବିଶିଷ୍ଠ ଶିକ୍ଷାବିତ , ଅବସପ୍ରାପ୍ତ ଅଧକ୍ଷ ଡ଼. ଶିବପ୍ରସାଦ ବେହେରା ଯୋଗଦେଇ ବାଲ ବୈଜ୍ଞାନିକ ଓ ଗାଇଡ ଶିକ୍ଷକ ମାନଙ୍କ ଉଚ୍ଚ ପ୍ରଶଂସା କରି ଭନ୍ୟୁ ବିଦ୍ୟାଳୟ ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଫଳତାର ସହିତ ପ୍ରଦର୍ଶନୀଟିକୁ ଅୟୋଜନ କରୁଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଅତିଥି ମାନେ ଜିଲ୍ଲାସ୍ତରରେ ଭାଗ ନେବେ ପାଇଁ କୃତିତ୍ବ ହାସଲ କରିଥିବା ଦଶଟି ପ୍ରକଳ୍ପର ବାଲ ବୈଜ୍ଞାନିକ ମାନଙ୍କୁ ଜିଲ୍ଲା ସ୍ତର ପାଇଁ ଚୟନକରି ପୁରସ୍କୃତ କରି ଶୁଭେଚ୍ଛା ପ୍ରଦାନ କରିଥିଲେ। ଉପ-କନିଷ୍ଠ ବର୍ଗର ଦଶଜଣ କୁନି ବୈଜ୍ଞାନିକ ମାନଙ୍କୁ ସାନ୍ତ୍ଵନା ମୂଳକ ପୁରସ୍କାର ପ୍ରଦାନ କରିଥିଲେ।ପ୍ରଦର୍ଶନୀ ରେ ଭାଗ ନେଇଥିବା ସମସ୍ତ ବିଦ୍ୟାଳୟକୁ ପ୍ରତିଯୋଗୀ ଫଳକ ପ୍ରଦାନ କରାଯାଇଥିଲା। ବିଜ୍ଞାନ ଶିକ୍ଷକ ସୁଶାନ୍ତ କୁମାର ଯୋଶୀ ଏବଂ ବିଜ୍ଞାନ ଶିକ୍ଷୟିତ୍ରୀ ସୁପ୍ରିୟା ସତ୍ୟବତି ମଞ୍ଚ ପରିଚାଳନା କରିଥିଲେ।ପ୍ରଦର୍ଶନୀଟିକୁ ସଫଳତାର ସହ ଆୟୋଜନ କରିବାରୁ ବ୍ଲକ ବିଜ୍ଞାନ ଫୋରମ ସକ୍ରିୟ ସହଯୋଗ କରିଥିବାରୁ ବିଭାଗ ତରଫରୁ ସମ୍ପାଦକ ରାଧେଶ୍ୟାମ ସହା, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ନାଥ ତଥା ଫୋରମ୍ ର ସଦସ୍ୟ ସଦସ୍ୟା ମାନଙ୍କୁ , ଟିକମ୍ ହରିଜନ ଓ ନୂଆପଡ଼ା ବ୍ଳକର ସମସ୍ତ ସାଧନ କେନ୍ଦ୍ର ସଂଯୋଜକ, ବେଲଟୁକରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଙ୍କଜ ଭୋଇ,ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ପରିଶେଷରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉତ୍କଳମଣି ଅଗସ୍ତି ପ୍ରଦର୍ଶନୀଟିକୁ ସଫଳତାର ସହ ଆୟୋଜନରେ ସହଯୋଗ କରିଥିବା ସମସ୍ତଙ୍କୁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଧନ୍ୟବାଦ ଦେଇ ବାଲ ବୈଜ୍ଞାନିକ ପ୍ରଦର୍ଶନୀଟି କୁ ସାଙ୍ଗ ଘୋଷଣା କରିଥିଲେ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର
What's Your Reaction?






