ବୋଡ଼େନ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Jan 27, 2026 - 21:15
 0  1
ବୋଡ଼େନ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ସହ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍ ,ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ l ଆଜିର ଶିବିରରେ ୪୮ଗୋଟି ବ୍ୟକ୍ତିଗତ ଓ ୧୫ଟି ଗୋଷ୍ଠିଗତ ଏଭଳି ମୋଟ ୬୩ ଗୋଟି ଅଭିଯୋଗର ଶୁଣାଣି ଜିଲ୍ଲାପାଳ କରିଥିଲେ ।ଏହି ସବୁ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି, ଫରସରା ପଂଚାୟତର ପଟୁପଡ଼ା ଗ୍ରାମର ଅସହାୟା ଦୁତିକା ଜଗତ ଓ କେରାପଦର ଗ୍ରାମର ଶିବ ହରିଜନକୁ ଜୀବିକା ସହାୟତା ପାଇଁ ରେଡକ୍ରସ୍ ପାଣ୍ଠିରୁ ୫,୦୦୦ ଟଙ୍କା ଲେଖାଏଁ ର ଚେକ୍ ପ୍ରଦାନ କରିଥିଲେ। ବିଡ଼ିଓ ସୁଶାନ୍ତ କୁମାର ରଣା , ତହସିଲଦାର ସରିତା ଗୁପ୍ତା ,ଡେପୁଟୀ କଲେକ୍ଟର ଶେଖ୍ ନସିମ , ଚିନ୍ମୟ ସାଗର ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସଭାରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ,ଲାଇନ୍ ବିଭାଗ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ଓ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅଭିଯୋଗ ଶୁଣାଣୀ ଶିବିର ଉପଲକ୍ଷେ ବ୍ଲକ୍ ପରିସରରେ ଗୋଟିଏ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ଵାସ୍ଥ୍ୟ ଶିବିର ତଥା ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜନ କରା ଯାଇଥିଲା । ସେହିପରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା l ରକ୍ତଦାନ କରିଥିବା ବିଦ୍ୟୁତ୍ ବିଭାଗ କର୍ମଚାରୀ ମାନଙ୍କୁ ଜିଲ୍ଲାପାଳ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଟେମରୀ ଗ୍ରାମରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର, ଝିଅ ପାଇଁ ଗଛ ଟିଏ, ଗର୍ଭସ୍ଥ ଶିଶୁ ପାଇଁ ଦିନ ଟିଏ, ପ୍ରାଣୀ ପାଇଁ ଦିନ ଟିଏ ଓ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୃହପାଳିତ ପଶୁ ପକ୍ଷୀ ମାନଙ୍କ ପାଇଁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ପ୍ରାଣୀ ପାଇଁ ଦିନଟିଏ ନାମରେ ଗୋଟିଏ ଚିକିତ୍ସା ଶିବିର ମଧ୍ୟ ଆୟୋଜିତ ହୋଇଥିଲା l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ