।। ବିଶ୍ଵବିଦ୍ୟାଳୟ ପ୍ରାଚୀରପତ୍ର ଭଞ୍ଜଶ୍ରୀ ଉନ୍ମୋଚିତ ।।

Sep 8, 2024 - 18:56
 0  10
।। ବିଶ୍ଵବିଦ୍ୟାଳୟ ପ୍ରାଚୀରପତ୍ର ଭଞ୍ଜଶ୍ରୀ ଉନ୍ମୋଚିତ ।।

ବାରିପଦା ତା ୦୮/୦୯ ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞଦେଓ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ପ୍ରାଚୀର ପତ୍ର ଭଞ୍ଜଶ୍ରୀ’ର ନବବର୍ଷ ପ୍ରଥମ ସଂଖ୍ୟା ଗଜାନନ ବିଶେଷାଙ୍କ ଗଣେଶ ପୂଜା ଅବସରରେ ବିଭାଗ ମୁଖ୍ୟ ପ୍ରଫେସର ବବ୍ରୁବାହନ ମହାପାତ୍ରଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି. ଏହି ବିଶେଷାଙ୍କର ସଂପାଦକ ସହକାରୀ ପ୍ରଫେସର ଶିଶିର ବେହେରା ଥିବାବେଳେ ଉପଦେଷ୍ଟା ଭାବରେ ବିଭାଗ ମୁଖ୍ୟ ପ୍ରଫେସର ବବ୍ରୁବାହନ ମହାପାତ୍ର ରହିଛନ୍ତି. ସେହିପରି ସହ-ସଂପାଦିକା ଭାବରେ ଦ୍ଵିତୀୟ ବର୍ଷର ଛାତ୍ରୀ ସରିତା ପତି ଓ ଶୁଭସ୍ମିତା ସେନାପତି ରହିଛନ୍ତି. ଏ ସଂଖ୍ୟାର ଅଳଂକରଣ କରିଛନ୍ତି ଛାତ୍ରୀ ଦୀପ୍ତିମୟୀ ସେଠୀ, ପ୍ରିୟଙ୍କା ପାତ୍ର, ମୌସୁମୀ ମଣ୍ଡଳ ଓ ଛାତ୍ର ପୂର୍ଣଚନ୍ଦ୍ର ପାଣିଗ୍ରାହୀ. ଏ ବିଶେଷାଙ୍କର ଅକ୍ଷର ସଜାଇଛନ୍ତି ଛାତ୍ରୀ ଶୁଭସ୍ମିତା ସେନାପତି, ସରିତା ପତି, ଦେବସ୍ମିତା ପଲେଇ, ହରପ୍ରିୟା ମହାକୁଡ଼, ନିବେଦିତା ବେହେରା, ସ୍ମୃତିସ୍ମିତା ଦାସ. ଏ ସଂଖ୍ୟାରେ ଛାତ୍ରୀ ମାମାଶ୍ରୀ ଲୋହାର, ଗବେଷିକା ସବିତା ବାରିକ, ଛାତ୍ର ମାନଗୋବିନ୍ଦ ଦାସ, ମୌସୁମୀ ମଣ୍ଡଳ, ମମତା ସାହୁ, ଶାନ୍ତିଲତା ଗିରି, ପ୍ରିୟଙ୍କା ପାତ୍ର, ଆରତୀ ମହାନ୍ତ, ଦେବସ୍ମିତା ପଲେଇ, ହରପ୍ରିୟା ମହାକୁଡ଼, ସରିତା ପତି, ଶୁଭଶ୍ରୀତା ସି, ରଶ୍ମିରେଖା ଭୋଇ, ସାବିତ୍ରୀ ପୃଷ୍ଟି, ସ୍ମୃତିସ୍ମିତା ଦାସଙ୍କ ଲେଖା ସ୍ଥାନ ପାଇଛି. ଏହି ବିଶେଷାଙ୍କକୁ ଲୋକାର୍ପଣ କରିବାରେ ବିଭାଗୀୟ ସହକାରୀ ପ୍ରଫେସର ଡକ୍ଟର ବିଚିତ୍ରନାଥ ସାହୁ, ଡକ୍ଟର ବିନ୍ଧେଶ୍ଵରୀ କଲିଆ, ରାଜକୁମାର ପାତ୍ର, ହୃଷୀକେଶ ମହାନ୍ତ ବିଶେଷ ସହଯୋଗ କରିଥିଲେ. ମୟୂରଭଞ୍ଜ ।

 ବାରିପଦା ରୁ ଗୌର ଦାସଗିରିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ