।। ବିଜେପି ତରଫ ରୁ ୧୪ ଦଫା ଦାବି ନେଇ ଖପ୍ରାଖୋଲ ବ୍ଲକ ସମ୍ମୁଖରେ ପୂର୍ବତନ ବିଧାୟକ ଙ୍କ ଧାରଣା ।।

Nov 21, 2023 - 18:52
 0  27
।। ବିଜେପି ତରଫ ରୁ ୧୪ ଦଫା ଦାବି ନେଇ ଖପ୍ରାଖୋଲ ବ୍ଲକ ସମ୍ମୁଖରେ ପୂର୍ବତନ ବିଧାୟକ ଙ୍କ ଧାରଣା ।।

ଖପ୍ରାଖୋଲ ୨୦/୧୧- ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଠାରେ ବିଜେପି ତରଫରୁ ୧୪ ଦଫା ଦାବି ନେଇ ଏକ ବିକ୍ଷୋଭ ଶୋଭାଯାତ୍ରା ସୋମବାର ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଙ୍କ ନେତୃତ୍ୱ ରେ ନିକଟ ପେଟ୍ରୋଲ ପମ୍ପ ଠାରୁ ବାହାରିଥିଲା । ବିକ୍ଷୋଭ ଶୋଭାଯାତ୍ରା ଶତାଧିକ ବିଜେପି କର୍ମୀ ମାନେ ରାଜ୍ୟ ସରକାର ବିରୋଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ । ବିଡିଓ ଙ୍କ ଅନୁପସ୍ଥିତ ଜାଣି ଦାବିପତ୍ର ନ ଦେଇ ଧାରଣା ରେ ବସି ରହିଥିଲେ । ଦାବି ଗୁଡ଼ିକ ମଧ୍ୟରେ ରାଜ୍ୟ ରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ବର୍ଷ କୁ ଏକ ଲକ୍ଷ କୋଟି ଟଙ୍କା ଲୁଟ ବିରୋଧରେ କାର୍ଯ୍ୟାନୁଷ୍ଠାନ , ପାଟଣାଗଡ ଅଞ୍ଚଳରେ ବିଭିନ୍ନ ଅସାମାଜିକ କାର୍ଯ୍ୟର ଦୃଢ଼ କାର୍ଯ୍ୟାନୁଷ୍ଠାନ , ଆବାସ ଯୋଜନା ରେ ଅନିୟମିତତାର ତଦନ୍ତ , ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରେ ଅନିୟମିତତା , ଭତ୍ତା ଯୋଜନା ଅନିୟମିତତା , ଧାନ କିଣାରେ କଟନି ଛଟନି ଓ ଅନିୟମିତତା , ଖପ୍ରାଖୋଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି , ପିସି କାରବାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ଲେଖିଥିବା ବେଳେ ବିଡ଼ିଓ ଙ୍କ ଅନୁପସ୍ଥିତି ଯୋଗୁଁ ଖବର ଲେଖା ହେବା ଯାଏଁ ପୂର୍ବତନ ବିଧାୟକ ସମର୍ଥକଙ୍କ ସହ ବ୍ଲକ୍ ସମ୍ମୁଖରେ ଧାରଣାରେ ବସିଥିବା ଜଣାଯାଇଛି । ସ୍ଥାନୀୟ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଓ ଆକାଉଣ୍ଟ ଅଫିସର ହରେକୃଷ୍ଣ ମେହେର ଦାବିପତ୍ର ଗ୍ରହଣ କରିବାକୁ ଯାଇଥିଲେ ମଧ୍ୟ ବିଡ଼ିଓ ଙ୍କୁ ହିଁ ଦାବିପତ୍ର ଦେବେ ବୋଲି ବିଜେପି କର୍ମୀ ମନା କରିଦେଇଥିଲେ । ଆନ୍ଦୋଳନରେ ସାଂସଦ ପ୍ରତିନିଧି ପ୍ରବୀଣ ଅଗ୍ରୱାଲ, ଶଶି ପୁଝାରୀ, ଦେବାକାନ୍ତ ପାଣିଗ୍ରାହୀ, ଉପେନ୍ଦ୍ର ଭୋଇ, କର୍ଣ୍ଣ ସିଂ ଠାକୁର, ବାବାଜୀ ମେହେର, ବୁଲୁ ଯୋଶୀ, ଶିବା ସୁନା, ଭାରତ ସାହୁ, ଦେବାନନ୍ଦ ଭୋଇ, ସତ୍ୟାନନ୍ଦ ସେନ୍ଦ୍ରିଆ, ମଧୁ ବରିହା, ନୀଳ ପାଣିଗ୍ରାହୀ, ପ୍ରଶାନ୍ତ ଦାଶ, କୁନୁ ମୁଣ୍ଡା ଶତାଧିକ କର୍ମୀ ସାମିଲ ହୋଇଥିଲେ। ଏନେଇ ବିଡ଼ିଓ ଆକାଶ ରଞ୍ଜନ ସାହୁ ଙ୍କୁ ପଚାରିବାରୁ ସରକାରୀ କାମରେ ଭୁବନେଶ୍ୱର ଯାଇଥିବା ବେଳେ ଖପ୍ରାଖୋଲ ଫେରୁଥିବା କହିଛନ୍ତି।

ଖପ୍ରାଖୋଲ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ

କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ