।। ବିଜୁ ଜନତା ଦଳ, କୋରାପୁଟ ପରିବାର ସଂପର୍କ ଅଭିଯାନ ଆଜି ସେମିଳିଗୁଡା ମଲ୍ଟି ଫଙ୍କସନ ହଲ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।।

Feb 26, 2024 - 15:56
 0  11
।। ବିଜୁ ଜନତା ଦଳ, କୋରାପୁଟ  ପରିବାର ସଂପର୍କ ଅଭିଯାନ ଆଜି ସେମିଳିଗୁଡା ମଲ୍ଟି ଫଙ୍କସନ ହଲ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।।

ବିଜୁ ଜନତା ଦଳ ପକ୍ଷରୁ ଘର ଘର ଶଙ୍ଖ କାର୍ଯ୍ୟକ୍ରମ ୨୩ ଜାନୁଆରୀ ଠାରୁ ୫ ମାର୍ଚ୍ଚ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଚାଲୁଅଛି । ଆଜି ସୁନାବେଡ଼ା ପୌରପରିଷଦ ର ୱାର୍ଡ ନଂ ୧୮ ରେ ଥିବା ମଲ୍ଟି ଫୁଙ୍ଗସନ ହଲ ଠାରେ ସୁଶ୍ରୀ ମମତା ରାୟ ଙ୍କ ତତ୍ତ୍ଵାବଧାନରେ ବହୁ ଆଡମ୍ବର ସହ ପାଳିତ ହୋଇଯାଇଛି । ଏହି ଅବସରରେ କୋରାପୁଟ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁରାମ ପଡାଲ୍, କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷିକା ମୀରା ପରିଡ଼ା , ଜିଲ୍ଲା ମହିଳା ସଭାନେତ୍ରୀ ପାର୍ବତୀ ମସ୍ତି, ସୁନାବେଡ଼ା ପୌରପରିଷଦ ଅଧ୍ୟକ୍ଷ ଡ଼ ରାଜେନ୍ଦ୍ର କୁମାର ପାତ୍ର, କୌଶଲ୍ୟା ହିକୋକା, ତୁଳସୀ କ୍ରିସନି , ବିଜୟ ରାଉତ ଙ୍କ ସହ ସମସ୍ତ ପାରିଷଦ ବୃନ୍ଦ ଉପସ୍ଥିତ ରହି ବିଭିନ୍ନ ୱାର୍ଡ ରୁ ଆସିଥିବା ମହିଳା କମିଟି ଙ୍କୁ ସରକାରୀ ଯୋଜନା ଉପରେ ବୁଝାଇଥିଲେ । ପରିଶେଷରେ ସ୍ଵର୍ଣ୍ଣ ପଟ୍ଟନାୟକ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

 କୋରାପୁଟ ଜିଲ୍ଲାରୁ ରୂପେ ଖୋରାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ